Advertisment

Republic Day 2025: ସୁରକ୍ଷା ବଳୟରେ ରାଜଧାନୀ: ଆଜି ଓଡ଼ିଶାର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ

ଆଜି ପ୍ରଥମ ଥର ଓଡ଼ିଶା ଉପକୂଳର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। । ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ସେସବୁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା

ଅଦ୍ୟତନ ହୋଇଛି
Republic Day

Republic Day

Advertisment

ଆଜି ୭୬ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରୁ ପଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବକୁ ପାଳନ କରାଯାଉଛି। ସେହିପରି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

Advertisment

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ପ୍ରସ୍ତୁତ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗ। ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗ ନେବେ ସେନା, ସିଆରପିଏଫ୍, ବିଏସଏଫ୍ ଓ ପୋଲିସର ୪୯ଟି ମାର୍ଚ୍ଚିଂ କଣ୍ଟିଜେଣ୍ଟ। ଏଥିସହ ଲୋକନୃତ୍ୟ, ପ୍ରଜ୍ଞାପନ ମେଢ଼, ଡେୟାର ଡେଭିଲ ସୋ, ସ୍କେଟିଂ ଆଦି ପ୍ରଦର୍ଶିତ ହେବ। ପରେଡ୍ ସ୍ଥଳ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ହରିବାବୁ କମ୍ଭାମପତି।

କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ। ଚଳିତବର୍ଷ ବାରବାଟି ଷ୍ଟାଡିୟମରେ ଏକଦିବସୀୟ କ୍ରିକେଟ ମ୍ୟାଚ୍ ଥିବାରୁ ପ୍ରଥମ ଥର କରି ବାରବାଟି ପରିବର୍ତ୍ତେ ବିଡ଼ାନାସୀ ମିନି ଷ୍ଟାଡିୟମରେ ପାଳନ ହେବ ସାଧାରଣତନ୍ତ୍ର ଦିବସ।

Advertisment

ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପୀ ସୁରକ୍ଷାକୁ କଡ଼ାକଡ଼ି କରିଛି ପୋଲିସ। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ବଢ଼ାଇ ଦିଆଯାଇଛି ସୁରକ୍ଷା। ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳରେ ସିଏପିଏଫ୍ ଏବଂ ଓଡ଼ିଶା ପୋଲିସ ସୁରକ୍ଷାକର୍ମୀ ମୁତୟନ ରହିବେ। ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଥିବା ଆଇନ ଶୃଙ୍ଖଳା ଏଜିଡି କହିଛନ୍ତି।

ଆଜି ପ୍ରଥମ ଥର ଓଡ଼ିଶା ଉପକୂଳର ୧୦ଟି ଦ୍ୱୀପରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଡିଜିପି-ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ସେସବୁ ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

Advertisment

ଏହି ଦ୍ୱୀପ ଗୁଡିକ ହେଲା ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣଦୀପ, ଭଦ୍ରକ ଜିଲ୍ଲାର ନୟାଟାପୁ, ଉଡ଼ାବାଲି, କନିକା ଦୀପ, ଲଙ୍ଗହୁଇଲର୍, ସର୍ଟ ଆଇଲାଣ୍ଡ, ସ୍ମଲ ହୁଇଲର୍, ଜଗତସିଂହପୁର ଜିଲ୍ଲାର ବୋଇତରକୁଦ, ଜଟାଧାରୀ ତଣ୍ଡା ଏବଂ ବରକୁଦ। ଏହି ଦ୍ୱୀପ ଗୁଡିକରେ ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବାକୁ ଥିବା ବେଳେ ଉଡ଼ିବ ତ୍ରିରଙ୍ଗା।

ଅଧିକ ପଢ଼ନ୍ତୁ: ଆଜି ୭୬ତମ ସାଧାରଣତନ୍ତ୍ର ଦିବସ, ବିଶ୍ୱ ଦେଖିବ ଭାରତର ପରାକ୍ରମ

Republic Day CMO BBSR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ