Advertisment

Ratha Jatra 2023: ପୁରୀରେ କାହିଁକି ଆରମ୍ଭ ହେଲା ମହାବାହୁଙ୍କ ନବଦିନ ଘୋଷଯାତ୍ରା; କ’ଣ କୁହେ ପୁରାଣ

ଆଜି ମହାବାହୁଙ୍କ ଘର ବାହୁଡା। ସାତଦିନ ଗୁଣ୍ଡିଚାବାଡିରେ ରହିବା ପରେ ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ କଳା ଠାକୁର। ଏହି ଅବସରରରେ ଆସନ୍ତୁ ଜାଣିବା ମହାବାହୁଙ୍କ ଏହି ନଅଦିନ ଯାତ୍ରା କ’ଣ ପାଇଁ।

ଅଦ୍ୟତନ ହୋଇଛି
Puri Ratha Yatra 2023

Why did Lord Jagannath's 9 days Yatra start in Puri

Advertisment

ଓଡିଶାରେ ରଥଯାତ୍ରା ବୌଦ୍ଧ ଯୁଗର ପୂର୍ବବର୍ତ୍ତୀ ବୋଲି ପୁରୀ ଗେଜେଟିୟର୍ସରେ ଉଲ୍ଲେଖ ଅଛି। ରଥଯାତ୍ରା ସଂପର୍କରେ ଫାହିୟାନ ଓ ଅନ୍ୟତମ ସୁପ୍ରସିଦ୍ଧ ଚୀନ୍‌ ପରିବ୍ରାଜକ ହୁଏନ‌୍‌ସାଂ ସେମାନଙ୍କର ବିବରଣୀରେ ଉଲ୍ଲେଖ କରିଛନ୍ତି। ବୁଦ୍ଧଙ୍କ ମୂର୍ତ୍ତିକୁ ରଥରେ ସ୍ଥାପନ କରି ରଥଯାତ୍ରା ଉତ୍ସବ ପାଳନ ହେଉଥିବା କଥା ଏହି ଦୁଇ ପ୍ରସିଦ୍ଧ ପରିବ୍ରାଜକ ସେମାନଙ୍କର ପୁସ୍ତକରେ ବର୍ଣ୍ଣନା କରିଛନ୍ତି।

Advertisment

ଯଯାତି କେଶରୀଙ୍କ ରାଜତ୍ୱ ସମୟରେ ରଥଯାତ୍ରାର ପ୍ରଚଳନ ହୋଇଥିବା କଥା ଲେଖକ ଭିକାରୀ ପଟ୍ଟନାୟକ ତାଙ୍କ ସ୍ୱରଚିତ ପୁସ୍ତକ ‘ରଥ ଚକଡ଼ା’ରେ ଉଲ୍ଲେଖ କରିଛନ୍ତି। ପ୍ରଖ୍ୟାତ ଐତିହାସିକ କେଦାରନାଥ ମହାପାତ୍ରଙ୍କ ଦୃଷ୍ଟିକୋଣରେ ଓଡ଼ିଶାରେ ରଥ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ଆରମ୍ଭ ହୋଇଛି। ଗଙ୍ଗ ବଂଶର ରାଜତ୍ୱ ସମୟରେ ଶ୍ରୀଜୀଉମାନଙ୍କର ଦାରୁ ବିଗ୍ରହ ନିର୍ମିତ ହେବାପରେ ତଥା ଦଇତାମାନେ[ ସେବା ନିଯୁକ୍ତି ପାଇବାପରେ ରଥଯାତ୍ରା ପ୍ରଚଳନ କରାଯାଇଅଛି ବୋଲି ସୁନାମଧନ୍ୟ ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିଦ୍ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ମତ ସାବ୍ୟସ୍ତ କରିଛନ୍ତି।

ଅଧିକ ପଢ଼ନ୍ତୁ: ଉତ୍କଳୀୟ ସଂସ୍କୃତିରେ ଏକ ମହାନ ଆଦର୍ଶର ପ୍ରତୀକ ମହାପ୍ରଭୁଙ୍କ ଘୋଷଯାତ୍ରା

Advertisment

ଓଡିଶାରେ ରଥ ଓ ରଥଯାତ୍ରା ପରମ୍ପରାର ଅନେକ ପ୍ରାମାଣିକ ତଥ୍ୟ ଇତିହାସ, ଲୋକକଥା, ସାହିତ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡିକରୁ ମଧ୍ୟ ଦେଖିବାକୁ ମିଳେ। ଓଡ଼ିଶାରେ ତଥା ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ସଂପର୍କରେ ଏକ ସୁନ୍ଦର ପୌରାଣିକ କଥା ଲୋକଲୋଚନକୁ ଆସେ।

କଥାବସ୍ତୁ ଆନୁସାରେ ବିଷ୍ଣୁ ଭକ୍ତ ପ୍ରହଲ୍ଲାଦ ପ୍ରଭୁଙ୍କ ଆଶୀର୍ବାଦରୁ ସ୍ୱର୍ଗରେ ଇନ୍ଦ୍ରପଦ ଲାଭ କଲେ। ସମୟକ୍ରମେ ସ୍ୱର୍ଗ ସୁଖର ମୋହରେ ପ୍ରହଲ୍ଲାଦ ଭଗବାନ ବିଷ୍ଣୁଙ୍କୁ ଭୁଲିଗଲେ। ଦିନେ ପ୍ରଭୁ ସ୍ୱୟଂ ତାଙ୍କୁ ଦେଖାକରିବା ପାଇଁ ଇନ୍ଦ୍ରଭବନକୁ ଆସିଲେ।

Advertisment

ସେହି ସମୟରେ ସେ ତାଙ୍କ ପତ୍ନୀ ସଚୀଙ୍କ ସହିତ ପଶା ଖେଳୁଥିଲେ। ଫଳରେ ବିଷ୍ଣୁଙ୍କ ଉପସ୍ଥିତିକୁ ଜାଣି ପାରିଲେ ନାହିଁ। ପ୍ରହଲ୍ଲାଦଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଷ୍ଣୁ ସେଠାରେ ନୃତ୍ୟ କଲେ। ନାଚି ନାତି ବିଷ୍ଣୁଙ୍କ ପାଦ ଯନ୍ତ୍ରଣା ହେଲା ତଥାପି ସେ ଜାଣି ପାରିଲେ ନାହିଁ।

ଏହା ପରେ ବିଷ୍ଣୁ ସେଠାରୁ ଫେରିଆସିଲେ। ନାରଦ ଏ ସମସ୍ତ ଘଟଣା ଲକ୍ଷ୍ୟ କରିଥିଲେ। ପରେ ସେ ଏ କଥା ପ୍ରହଲ୍ଲାଦଙ୍କୁ ଜଣାଇଲେ। ପ୍ରହଲ୍ଲାଦ ନିଜର ଭୁଲ ବୁଝିପାରିଲେ ଏବଂ ପାଗଳପ୍ରାୟ ଭଗବାନ ବିଷ୍ଣୁଙ୍କୁ ଖୋଜି ବୁଲିଲେ, କିନ୍ତୁ କୌଣସି ସ୍ଥାନରେ ସେ ତାଙ୍କୁ ପାଇଲେ ନାହିଁ।

ଭଗବାନ ବିଷ୍ଣୁଙ୍କ ସନ୍ଧାନରେ ବର୍ଷ-ବର୍ଷ ବିତିଗଲା, ଶେଷରେ ପ୍ରହଲ୍ଲାଦ ମର୍ତ୍ତ୍ୟକୁ ଆସିଲେ, ନୀଳମାଧବଙ୍କୁ ଦର୍ଶନ କଲେ, ପ୍ରଭୁଙ୍କର ସନ୍ଧାନ ପାଇଲେ। ପ୍ରଭୁଙ୍କ ପାଦରେ କଷ୍ଟ ଓ ଯନ୍ତ୍ରଣା ଦେଇଥିବାରୁ ପ୍ରହଲ୍ଲାଦ ନିଜେ ପ୍ରଭୁଙ୍କୁ ରଥରେ ବସାଇ ଟାଣି-ଟାଣି ଶ୍ରୀକ୍ଷେତ୍ରକୁ ଆଣିଥିଲେ ଓ ଏଥିପାଇଁ ନଅ ଦିନ ସମୟ ଲାଗିଥିଲା।

ଅଧିକ ପଢ଼ନ୍ତୁ: ବନ୍ଧୁ ମହାନ୍ତିଙ୍କ ବନ୍ଧୁତାରେ ବନ୍ଧା କାଳିଆ ଠାକୁର

ପ୍ରହଲ୍ଲାଦଙ୍କ ଏହି ସେବାରେ ପ୍ରଭୁ ସନ୍ତୁଷ୍ଟ ହୋଇ ତାଙ୍କୁ ବର ମାଗିବାକୁ ନିର୍ଦ୍ଦେଶ ଦେଲେ। ପ୍ରହଲ୍ଲାଦ ପ୍ରଭୁଙ୍କୁ ଏହି ବର ଭିକ୍ଷା କଲେ ଯେ- ପ୍ରତିବର୍ଷ ଭକ୍ତମାନେ ଏହି ଆଷାଢ଼ ମାସ ଶୁକ୍ଲ ପକ୍ଷ ଦ୍ୱିତୀୟା ଦିନ ରଥରେ ବସାଇ ଆପଣଙ୍କୁ ଯାତ୍ରା କରିବେ। ପ୍ରଭୁ ତଥାସ୍ତୁ କଲେ। ସେହିଦିନଠାରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆରମ୍ଭ ବୋଲି ପୁରାଣ କଥାରୁ ଶୁଣିବାକୁ ମିଳେ।

ପଦ୍ମ ପୁରାଣ ଅନୁସାରେ, ମହାପ୍ରଭୁ ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରା ଦିନେ ନଗର ଦେଖିବାକୁ ଇଛା କଲେ। ସେତେବେଳେ ଦୁଇ ଭାଇ, ଭଉଣୀ ସୁଭଦ୍ରାକୁ ରଥରେ ବସାଇ ନଗର ଭ୍ରମଣ କରାଇଥିଲେ। ଆଉ ସେହି ସମୟରେ ଜନ୍ମବେଦୀକୁ ଯାଇ ୭ ଦିନ ରହିବା ସହ ଫେରିବା ବେଳେ ମାଉସୀ ହାତରୁ ପୋଡ଼ ପିଠା ଖାଇଥିଲେ। ସେବେଠୁ ରଥଯାତ୍ରା ଚାଲିଆସୁଛି।

Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ