Advertisment

ଘର୍‌ ଘର୍‌ ନାଦରେ ଗଡ଼ିଲା ତାଳଧ୍ୱଜ; ପଛରେ ଆସୁଛନ୍ତି ହଳଦୀ ମୁହିଁ..ଶେଷରେ କାଳିଆ ସାଆନ୍ତ

ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।

ଅଦ୍ୟତନ ହୋଇଛି
Rath Yatra 2024 | Lord Balabhadra's 'Taladhwaja' chariot rolls on Bada Danda

Ratha Jatra

Advertisment

ସିଏ ଭାବର ଠାକୁର। ଡାକିଲେ କୁଆଡେ ଓ କରନ୍ତି। ଲୀଳା ତାଙ୍କର ଅଦ୍ଭୁତ। ସେଥିପାଇଁ ତ ପତିତମାନଙ୍କୁ ଦର୍ଶନ ଦେବାକୁ ସେ ଚାଲିଆସନ୍ତି। ତାଙ୍କ ଆଗମନରେ ଚଳଚଞ୍ଚଳ ମର୍ତ୍ତ୍ୟମଣ୍ଡଳ। ଦେବତାମାନେ ବି ତାଙ୍କ ଦର୍ଶନ ପାଇଁ ଧାଇ ଆସନ୍ତି ମର୍ତ୍ତ୍ୟଲୋକ। ସେହି ଲୀଳାମୟ ଠାକୁରଙ୍କର ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ତିନି ରଥରେ ମାଉସୀ ମା’ ଘରକୁ ଯିବେ ମହାପ୍ରଭୁ।

Advertisment

ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି।

 Live Updates: ରଥଯାତ୍ରା ୨୦୨୪ ଲାଇଭ ଅପଡେଟ୍ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...

Advertisment

ତାଳଧ୍ବଜ ଗଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଆଗକୁ ଗଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଆଉ କିଛି ସମୟ ପରେ ଏହାକୁ ଭକ୍ତମାନେ ଟାଣିନେବେ। ଶେଷରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ରଥ ‘ନନ୍ଦିଘୋଷ’କୁ ଶରଧାବାଲି ଅଭିମୁଖେ ଟଣାଯିବ। ଆବେଗ ଭରା ଭକ୍ତପ୍ରାଣ। ଲୁହ ଛଳ ଛଳ ଆଖି। ଭାବର ଠାକୁର ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ। ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ। ତେବେ ପ୍ରବଳ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ସେହିପରି ଗତ ରାତିରୁ ଲାଗୁ ହୋଇଛି ଟ୍ରାଫିକ୍ କଟକଣା । ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ। AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି।

Advertisment

ପଢନ୍ତୁ ଏହି ଖବର: Ratha Jatra 2024: ନନ୍ଦିଘୋଷ ରଥର କେତେକ ଜାଣିବା କଥା; କେତେ ଚକ, ଏହାର ନାଁ କ’ଣ…

Lord Jagannath Puri Srimandir Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ