Advertisment

Rath Yatra: ରଥଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ, ରଥରେ ଚଢିଲେ ଗିରଫ ହେବେ

୨୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଅଣସେବାୟତ ରଥ ଉପରକୁ ଚଢ଼ିଲେ ଗିରଫ ହେବେ। ରଥରେ ସେବାୟତ ମୋବାଇଲ୍ ବ୍ୟବହାର କରିପାରିବେନି। ସେପଟେ ବରିଷ୍ଠ ଅଧିକାରୀଙ୍କୁ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।

ଅଦ୍ୟତନ ହୋଇଛି
Rath Yatra

Rath Yatra

Advertisment

ଆସନ୍ତା ୨୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାର କରିଛନ୍ତି ବଡ଼ ଆକ୍ସନ ପ୍ଲାନ୍। ଅଣସେବାୟତ ରଥ ଉପରକୁ ଚଢ଼ିଲେ ଗିରଫ ହେବେ। ରଥରେ ସେବାୟତ ମୋବାଇଲ୍ ବ୍ୟବହାର କରିପାରିବେନି। ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସଂସ୍କାରମୂଳକ ପଦକ୍ଷେପ ନେବା ସହ କଠୋର ଆଭିମୁଖ୍ୟ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ। "ପହଣ୍ଡିରେ କେଉଁ ସେବାୟତ ରହିବେ ତାଲିକା ପ୍ରସ୍ତୁତ ହେବ। ଘଣ୍ଟୁଆ ସେବାୟତଙ୍କ ତାଲିକା ବି ପ୍ରସ୍ତୁତ ହେବ। ନିଯୋଗଗୁଡ଼ିକ ତାଲିକା ପାଇଁ ସେବାୟତଙ୍କ ନାଁ ଦେବେ। ଛତିଶା ନିଯୋଗ ସହ ଆଲୋଚନାରେ ନିଷ୍ପତ୍ତି ହୋଇଛି" ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

Advertisment

ସେପଟେ ରଥଯାତ୍ରା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଡିଜିପି କ୍ୟାମ୍ପ ଅଫିସରେ ଚାଲିଥିବା ଏହି ବୈଠକରେ ରଥଯାତ୍ରା ପରିଚାଳନା, ସୁରକ୍ଷା, ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ ନେଇ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଏଡିଜି, ପରିବହନ କମିଶନର, ଏସଟିଏଫ ଡିଆଇଜିଙ୍କ ସମେତ ପୁରୀ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ରଥଯାତ୍ରା ସମୟରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ମକଡ୍ରିଲ୍ ଓ ସୁରକ୍ଷା ଭିତରେ କିଭଳି ପୁରୀକୁ ରଖାଯିବ ସେନେଇ ଆଲୋଚନା ହୋଇଛି। ଅର୍ବାନ ଟେରରିଜିମ୍ ମୁକାବିଲା ନେଇ ମୁତୟନ ରହିବେ ତାମିଲପ୍ରାପ୍ତ STU। ଏଥିସହ ସ୍ବତନ୍ତ୍ର ବୁଲେଟ୍ ପ୍ରୁଫ ରକ୍ଷକ ବାହନ ସାମିଲ ହେବ। 

ଅଧିକ ପଢନ୍ତୁ: ଶୃଙ୍ଖଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା; ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦାୟିତ୍ୱ ନେବେ ୪ ମନ୍ତ୍ରୀ

Advertisment
Security Arrangements Puri Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ