Advertisment

Ratha Jatra 2025: ଆରମ୍ଭ ହେଲା ପହଣ୍ଡି ବିଜେ ନୀତି, ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି ବଡ଼ଠାକୁର

ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ।

ଅଦ୍ୟତନ ହୋଇଛି
ଆରମ୍ଭ ହେଲା ପହଣ୍ଡି ବିଜେ ନୀତି

ଆରମ୍ଭ ହେଲା ପହଣ୍ଡି ବିଜେ ନୀତି

Advertisment

ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂରତି । ରଥରେ ବିରାଜମାନ କରି ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବେ ବ୍ରହ୍ମାଣ୍ଡ ଠାକୁର । ଏଥିପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ଭାବ-ଭକ୍ତିରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ ।

Advertisment

ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି ବଡ଼ଠାକୁର । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ ହେବେ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା କରିବେ ଛେରାପହଁରା। ଏହାପରେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ଟଣାଯିବ ରଥ ।

Advertisment

ସେପଟେ ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ରହିଛି ସାରା ପୁରୀ ସହର । ଜଳ, ସ୍ଥଳ ଓ ଆକାଶମାର୍ଗରୁ ନଜର ରହିଛି । ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଭୁବନେଶ୍ୱର ଓ କୋଣାର୍କରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା ସହ ସାରା ପୁରୀ ସହର ରହିବ AI ସିସିଟିଭି ନଜରରେ। ସବୁ ପ୍ରମୁଖ ସ୍ଥାନ ମାନଙ୍କୁ ମିଶାଇ ୨୭୫ଟି ସ୍ଥାନରେ ଲାଗିଛି CCTV। ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଡଗ୍ ସ୍କ୍ବାଡ୍ ବି ତୀକ୍ଷଣ ନଜର ରଖିଛନ୍ତି। ବିଏସଏଫ୍, ସିଆରପିଏଫ ଓ ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କଂପାନି ଫୋର୍ସ ରଥଯାତ୍ରାରେ ନିୟୋଜିତ ହେବେ। ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ୮ଟି ଭାଗରେ ଭାଗ କରିଛି ପୋଲିସ। ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଭାବ ଭକ୍ତିରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ; ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ

Advertisment
Odisha Puri Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ