Advertisment

ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର; କ’ଣ କହିଲେ କେଉଁ ସେବାୟତ...ଜାଣନ୍ତୁ...

ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏନେଇ କ’ଣ କହୁଛନ୍ତି କେଉଁ ସେବାୟତ, ଆସନ୍ତୁ ଜାଣିବା...

ଅଦ୍ୟତନ ହୋଇଛି
Puri Adapa Bije Pahandi Mishap

Puri Rath Yatra

Advertisment

ଗତକାଲି ଆଡ଼ପ ପହଣ୍ଡି ବେଳେ ଅଘଟଣ । ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ବଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବାବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଳଭଦ୍ର। ଯେଉଁଥିରେ ୧୨ସେବାୟତ ଆହତ ମଧ୍ୟ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନସରେ ମେଡିକାଲ ନିଆଯାଇଥିଲା । ଏଭଳି ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ଏନେଇ ଖୋଦ୍ ଗଜପତି ମହାରାଜା ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗତବର୍ଷ ମଧ୍ୟ ଆଡ଼ପ ପହଣ୍ଡିବେଳେ ନନ୍ଦିଘୋଷ ରଥରେ ହାମୁଡ଼େଇ ପଡିଥିଲେ ପ୍ରଭୁ ଜଗନ୍ନାଥ। ଏବର୍ଷ ସେହିଭଳି ଘଟଣାର ପୁନରାବୃତ୍ତି ଭକ୍ତ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଏହା କାହାର ଭୁଲ୍ ବୋଲି ପ୍ରଶ୍ନ ଉଠିଛି। ସେବାୟତଙ୍କ ଅସଧାବନତା ନା ବେପରୁଆ ମନୋଭାବ ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହାକୁ ନେଇ କ’ଣ କହୁଛନ୍ତି କେଉଁ ସେବାୟତ ଆସନ୍ତୁ ଜାଣିବା...

Advertisment

ଅଧିକ ପଢ଼ନ୍ତୁ: କାହିଁକି ଘଟିଲା ଏତେ ବଡ଼ ଅଘଟଣ; ସେବାୟତଙ୍କ ଅସାବଧାନତା ନା ବେପରୁଆ ମନୋଭାବ, ଉଠିଲା ପ୍ରଶ୍ନ

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଲେ...

ପହଣ୍ଡି ବେଳେ ବଡ ଠାକୁର ପଡିଯିବା ପ୍ରସଙ୍ଗରେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଏହା ଏକ ବଡ଼ ତ୍ରୁଟି । କିନ୍ତୁ ଏଭଳି ତ୍ରୁଟି ପୂର୍ବରୁ ବି ହୋଇଛି । ତେବେ ମହାପ୍ରଭୁଙ୍କୁ କେବେ ତଳେ ପଡ଼ିବାକୁ ଦିଆଯାଇନି। ଯେମିତି ଭବିଷ୍ୟତରେ ଏମିତି ନହେବ ସେଥିପ୍ରତି ଦୃଷ୍ଟି ଦେବୁ ବୋଲି ସେ କହିଛନ୍ତି । 

Advertisment

ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଭଗବାନ ସୁଆର କହିଲେ...

ପହଣ୍ଡି ବେଳେ ବଡ ଠାକୁର ପଡିଯିବା ପ୍ରସଙ୍ଗରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଭଗବାନ ସୁଆର ରଖିଛନ୍ତି କହିଛନ୍ତି, ଅସଲ ସେବାୟତ ବାଦ୍ କିଛି ଅଣସେବାୟତ ଅଯଥାରେ ରଥ ଓ ଚାରମାଳ ଉପରେ ଭିଡ କରୁଛନ୍ତି, ଯାହା ଗଭୀର ଚିନ୍ତାଜନକ। ଚାରମାଳର ଉଭୟ ପାର୍ଶ୍ବରେ ବ୍ୟାରିକେଡ ପାଇଁ ପ୍ରସ୍ତାବ ଦେଇଛନ୍ତି ଭଗବାନ ସୁଆର । ଏଥିସହ ସେ କହିଛନ୍ତି, ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ଧରି ସେ ମହାପ୍ରଭୁଙ୍କ ପହଣ୍ଡି କରି ଆସୁଛନ୍ତି। ହେଲେ ଏଭଳି ଘଟଣା କିଛି ନୂଆ କଥା ନୁହଁ। କେତେବେଳେ କେତେବେଳେ ମହାପ୍ରଭୁ ଏମିତି ସେବାୟତଙ୍କୁ କଲବଲ କରନ୍ତି । 

ବରିଷ୍ଠ ସେବାୟତ ଦୁର୍ଗାଦାସ ମହାପାତ୍ର କହିଲେ...

ବରିଷ୍ଠ ସେବାୟତ ଦୁର୍ଗାଦାସ ମହାପାତ୍ରଙ୍କ ମତରେ, ପହଣ୍ଡି ଶୃଙ୍ଖଳିତ ନହେଲେ ଦିଅଁଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ! ବାରମ୍ୱାର ବୈଠକ ବସି ପ୍ରଶାସନକୁ ଏ ବିଷୟରେ ଚିଠି ଲେଖାଯାଇଥିଲେ ବି କିଛି ପଦକ୍ଷେପ ନିଆଯାଇନାହିଁ। ଆଗାମୀ ଦିନରେ ଯଦି ଏହାର ନିରାକରଣ ନହୁଏ, ତେବେ ରଥଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ।  

Advertisment

ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଲେ...

ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, ଯୁବ ସେବାୟତମାନେ କିଛି ମାନୁ ନାହାନ୍ତି। ରଥରେ ଦରକାରଠୁ ଅଧିକ ଗୁଣା ସେବାୟତ ଓ ଅଣସେବାୟତ ଚଢୁଛନ୍ତି। ସେମାନେ ଠାକୁରଙ୍କ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ମୋବାଇଲ୍ ଧରି ଫଟୋ ଉଠାଇବା ସାଙ୍ଗକୁ ରିଲ୍ ନିଶାରେ ମସଗୁଲ୍ ହେଉଛନ୍ତି। 

ଅଧିକ ପଢ଼ନ୍ତୁ: ରଥଟଣା ବେଳେ କାହିଁକି ସୃଷ୍ଟି ହେଲା ବିଶୃଙ୍ଖଳା ? ସାମ୍ନାକୁ ଆସିଲା ବ୍ୟବସ୍ଥାବଳିକୁ ଧଜିଆ ଉଡ଼ାଇବାର ଚିତ୍ର...

Lord Jagannath Puri Srimandir Servitors Ratha Jatra Puri Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ