Chariot Pulling
ଆଜି ପୁଣି ଗଡ଼ିଲା ମହାପ୍ରଭୁଙ୍କୁ ରଥ । କାଲିଠୁ ବଡ଼ଦାଣ୍ଡରେ ଅଟକି ରହିଥିଲା ୩ ରଥ । ଏହି ୩ ରଥ ପୁଣି ଥରେ ଟଣା ହୋଇଛି । ଗତକାଲିଠୁ ରଥ ଟାଣିବାକୁ ଅପେକ୍ଷା କରି ରହିଥିଲେ ଭକ୍ତ । ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । କାଲିଠାରୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ ।
ଗତକାଲି ରଥ ପହଞ୍ଚି ପାରିନଥିବାରୁ ସକାଳ ୯ଟା ୩୦ରୁ ପୁଣି ରଥଟଣା ହେବ ବୋଲି କୁହାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, ଅବକାଶ ନୀତି ପରେ ଦ୍ୱିଦୀୟ ଦିନରେ ରଥଟଣା ହୋଇଛି । ସେପଟେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ଗତକାଲି ରଥଟଣା ବିଳମ୍ବ ହେବା ପଛର କାରଣ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, "ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । ପୁରୀରେ ଏଥର ଦେଢ ଗୁଣ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । କୌଣସି ଅଘଟଣ ଘଟିନି କି ଭକ୍ତଙ୍କ ଅସୁବିଧା ହୋଇନି । ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା । ଆଶା ଅନୁସାରେ ଅଧିକ ଲୋକ ହୋଇଥିଲେ । ବିଧି ରକ୍ଷା କରି ନନ୍ଦିଘୋଷ ରଥକୁ ଅଳ୍ପ ଟାଣି ବନ୍ଦ କରାଗଲା । "
ମହାପ୍ରଭୁଙ୍କ ରଥ ଟାଣୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । ଏବେ ନୀଳକନ୍ଦର ଛାଡ଼ି ବଡ଼ଦାଣ୍ଡରେ ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ବନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି ଦେବାଲୋକ । ତା' ସାଙ୍ଗକୁ ତାଳ ଦେଉଛି ଘଣ୍ଟଘଣ୍ଟା ଓ ଶଙ୍ଖନାଦ । ମହାପ୍ରଭୁଙ୍କ ଆଶିଷ ଲାଭ କରୁଛନ୍ତି ଭକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751084107.jpg)