Advertisment

କାଳିଆ ପ୍ରେମରେ ବିଦେଶିନୀ, ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିଛନ୍ତି ବିଦେଶୀ ଭକ୍ତ

ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ । ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଛନ୍ତି ଋଷର ନତାଲିଆ। ।

ଅଦ୍ୟତନ ହୋଇଛି
Foreign Devotee At puri Ratha Yatra 2024

Foreign Devotee

Advertisment

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ । କେବଳ ଭାରତର ନୁହେଁ କାଳିଆ ପ୍ରେମରେ ବିଦେଶିନୀ । ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ । ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଛନ୍ତି ଋଷର ନତାଲିଆ। । ସେ ପୁରୀରେ ୧୦ ଦିନ ରହିବେ । ଚଳିତ ବର୍ଷ ସେ ପ୍ରଥମ ଥର ଆସିଛନ୍ତି ରଥଯାତ୍ରାକୁ । ଅପେକ୍ଷା କରି ରହିଛନ୍ତି କେତେବେଳେ ବଡ଼ଦେଉଳରୁ ବାହାରିବେ ବିଶ୍ବନିୟନ୍ତା ।

Advertisment

 Live Updates: ଝୁଲି ଝୁଲି ଆସୁଛି କାଳିଆ; ରଥଯାତ୍ରା ୨୦୨୪ ଲାଇଭ ଅପଡେଟ୍ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...

ସୂଚନା ଅନୁସାରେ ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି । ତେଣୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଛି । ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ। ଏହାପରେ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନିର୍ଘଣ୍ଟ ହୋଇଛି ନୀତି ।

Advertisment

ସେପଟେ ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ । ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ। .. ଏଣେ ରଥ ପ୍ରସ୍ତୁତ....ପଥ ପ୍ରସ୍ତୁତ...ଅପେକ୍ଷା ସେହି ଜଗତରନାଥ ଜଗନ୍ନାଥ ।

ଅନ୍ୟପକ୍ଷରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।

Advertisment

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

    Srimandir Lord Jagannath Ratha Jatra Ratha Yatra
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ