/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720679565.jpg)
Lord Balabhadra
ପଡିଗଲେ ବଡ ଠାକୁରେ। ଚାରମାଳ ଉପରେ ହାମୁଡି ପଡିଲେ ବଡବାଡ ସାମନ୍ତ। ଦିଅଁ ପଡିବା, ବଡ ଅଘଟଣର ସଙ୍କେତ। ଏ କଥା ଆମେ କହୁନାହୁଁ। ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଂକ୍ତି ହିଁ ଏହା ବଖାଣୁଛି। ଆପଣଙ୍କୁ ଅବଗତ କରିବା ପାଇଁ ଆମେ ନିଳାଦ୍ରୀ ମହୋଦୟର ସେହି ଅଂଶଟି ଏଠାରେ ଉପସ୍ଥାପନ କରୁଛୁ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ସଂସ୍କୃତରେ ଶ୍ଲୋକଟି ଏହିପରି।
ଅଧିକ ପଢ଼ନ୍ତୁ: ଏତେ ଖାମଖିଆଲ, ଏତେ ବେପରୁଆପଣ..କାହା ଭୁଲ୍ରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?
ମୁର ବୈରିଣ ଏତସ୍ୟ ଯଗଦୀଶସ୍ୟ ଭୂପତେ
ଭଦ୍ରାୟାଶ୍ଚ ବଳେସ୍ୟାପି ପ୍ରମାଦାତ୍ ପତନଂ ଯଦି
ମହାଭୟଂ ନୃପସ୍ୟାପି ରାଜ୍ୟସ୍ୟାପି ଭବେଦ୍ଧ୍ରୁବମ୍
ଦୁର୍ଭିକ୍ଷଂ ମରଣଂ ଚୈବ ଜାୟତେ ଚ ପୁନଃ ପୁନଃ
ଯାହାର ଅର୍ଥ ହେଉଛି ଯଦି ଅସାବଧାନତା ବଶତଃ ଶ୍ରୀ ବିଗ୍ରହମାନେ ତଳେ ପଡିଯାଆନ୍ତି, ତେବେ ରାଜା ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ। ବାରମ୍ବାର ମହାମାରୀ ହେବ। ଏହି ଖବର ଆପଣଙ୍କ ପାଖରେ ପହଞ୍ଚାଇ ଆମେ ଆପଣଙ୍କୁ ଆତଙ୍କିତ କରୁନାହୁଁ। ବରଂ ଯାହା କୁହାଯାଇଛି କେବଳ ତାହା ହିଁ ଆମେ କହୁଛୁ। ପୁରୀ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜଙ୍କ କହିବାନୁଯାୟୀ ଯଦି କେବେ ମହାପ୍ରଭୁ ପଡ଼ିଯାଆନ୍ତି, ତେବେ ତାହା ଦେଶ, ରାଜ୍ୟ ପାଇଁ ଖରାପ। କିଛି ନା କିଛି ଅଘଟଣ ଘଟିଥାଏ। ତେବେ ଏହାର ପ୍ରତିକାର ଉପାୟ ବି ରହିଛି।
ଅଧିକ ପଢ଼ନ୍ତୁ: ଆଜି ଶ୍ରୀକ୍ଷେତ୍ରରେ ହେରା ପଞ୍ଚମୀ; ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମା’ ମହାଲକ୍ଷ୍ମୀ...
ନିଳାଦ୍ରୀ ମହୋଦୟର ଏହି ପଂକ୍ତିକୁ ମାଳିକାର ପଂକ୍ତି ବୋଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତଥାପି ଏହାକୁ ନେଇ ଆଦୌ ବିଚଳିତ ହେବାର କାରଣ ନାହିଁ। ମହାପ୍ରଭୁଙ୍କ ଉପରେ ଯଥେଷ୍ଟ ଭରସା ରଖିଥିବା ଓଡ଼ିଆ ଜାତି ତାଙ୍କ ଶରଣାପନ୍ନ ହୋଇ ରହିଛି। ଏଭଳି ଅଘଟଣ ଘଟିଲେ ଏହାର ପ୍ରତିକାର ବିଧାନ ମଧ୍ୟ ରହିଥିବା ଶାସ୍ତ୍ରରେ ଉଲ୍ଲିଖିତ ଅଛି।
ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାକୁ ନେଇ ସୋସିଆଲ ମଡିଆରେ ବିଭିନ୍ନ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ସୂର୍ଯ୍ୟକାନ୍ତ ନାମକ ଶିଳ୍ପୀ ନିଜ ଚିତ୍ରରେ ମହାପ୍ରଭୁଙ୍କ ପାଖରେ ସେବାୟତ କ୍ଷମା ମାଗିବାର ଫଟୋଟିଏ ପୋଷ୍ଟ କରିଛନ୍ତି। ସେହିପରି କିଛି ସେବକ ମଧ୍ୟ ଏହି ଭଳି ଘଟଣାକୁ ଦୁଭାଗ୍ୟଜନକ ବୋଲି ପୋଷ୍ଟ କରିବା ସହ ମହାପ୍ରଭୁ ତଳେ ପଡି ନାହାନ୍ତି ବରଂ ପହଣ୍ଡି କରୁଥିବା ସେବକଙ୍କ ଉପରେ ପଡିଛନ୍ତି ବୋଲି ଲେଖିଛନ୍ତି। ଏଣୁ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ। ବଡ ସାଆନ୍ତଙ୍କ ପାଖରେ ସମସ୍ତେ ଶରଣାପନ୍ନ ହୁଅନ୍ତୁ ବୋଲି କମେଣ୍ଟରେ ଅନେକ ୟୁଜର୍ସ ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)