Advertisment

ଚାରମାଳରେ ବଡ଼ ଠାକୁର ପଡ଼ିବା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।

ଅଦ୍ୟତନ ହୋଇଛି
Naveen Patnaik letter To Mohan Majhi On Puri Pahandi Mishap

Mohan Majhi

Advertisment

ଆଡ଼ପ ପହଣ୍ଡି ବେଳେ ଅଘଟଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିଠି । ପହଣ୍ଡି ଅଘଟଣ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣା ପାଇଁ ଅତ୍ୟନ୍ତ ମର୍ମାହତ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେ ଏଭଳି ଘଟିନଥିଲା । ଏଭଳି ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ ବୋଲି ମଧ୍ୟ ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

Advertisment

ଅଧିକ ପଢ଼ନ୍ତୁ: ଦିଅଁ ପଡ଼ିଯିବା ଅଶୁଭ ସଙ୍କେତ କି ? କ’ଣ କହୁଛନ୍ତି ମଠ ମହନ୍ତ..ଜାଣନ୍ତୁ

Image

ଅନ୍ୟପଟେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାକୁ ନେଇ ସୋସିଆଲ ମଡିଆରେ ବିଭିନ୍ନ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ସୂର୍ଯ୍ୟକାନ୍ତ ନାମକ ଶିଳ୍ପୀ ନିଜ ଚିତ୍ରରେ ମହାପ୍ରଭୁଙ୍କ ପାଖରେ ସେବାୟତ କ୍ଷମା ମାଗିବାର ଫଟୋଟିଏ ପୋଷ୍ଟ କରିଛନ୍ତି।

Advertisment

ସେହିପରି କିଛି ସେବକ ମଧ୍ୟ ଏହି ଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ପୋଷ୍ଟ କରିବା ସହ ମହାପ୍ରଭୁ ତଳେ ପଡି ନାହାନ୍ତି ବରଂ ପହଣ୍ଡି କରୁଥିବା ସେବକଙ୍କ ଉପରେ ପଡିଛନ୍ତି ବୋଲି ଲେଖିଛନ୍ତି। ଏଣୁ ଅଯଥା ଆତଙ୍କିତ ହେବାର କୌଣସି କାରଣ ନାହିଁ। ବଡ ସାଆନ୍ତଙ୍କ ପାଖରେ ସମସ୍ତେ ଶରଣାପନ୍ନ ହୁଅନ୍ତୁ ବୋଲି କମେଣ୍ଟରେ ଅନେକ ୟୁଜର୍ସ ଲେଖିଛନ୍ତି।

ଅଧିକ ପଢ଼ନ୍ତୁ: ‘କିଛି ମାନୁ ନାହାନ୍ତି ଯୁବ ସେବାୟତ, ମୋବାଇଲ୍ ଧରି ଫଟୋ ଉଠାଇବାରେ ମସଗୁଲ୍’

Advertisment

ତେବେ ଦିଅଁ ପଡିବା, ବଡ ଅଘଟଣର ସଙ୍କେତ। ଏ କଥା ଆମେ କହୁନାହୁଁ। ଶ୍ରୀକ୍ଷେତ୍ରର ମଠ ମହନ୍ତ ଆଉ ଖୋଦ୍ ନିଳାଦ୍ରୀ ମହୋଦୟର ପଂକ୍ତି ହିଁ ଏହା ବଖାଣୁଛି। ଆପଣଙ୍କୁ ଅବଗତ କରିବା ପାଇଁ ଆମେ ନିଳାଦ୍ରୀ ମହୋଦୟର ସେହି ଅଂଶଟି ଏଠାରେ ଉପସ୍ଥାପନ କରୁଛୁ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ସଂସ୍କୃତରେ ଶ୍ଲୋକଟି ଏହିପରି...

ମୁର ବୈରିଣ ଏତସ୍ୟ ଯଗଦୀଶସ୍ୟ ଭୂପତେ
ଭଦ୍ରାୟାଶ୍ଚ ବଳେସ୍ୟାପି ପ୍ରମାଦାତ୍ ପତନଂ ଯଦି

ମହାଭୟଂ ନୃପସ୍ୟାପି ରାଜ୍ୟସ୍ୟାପି ଭବେଦ୍ଧ୍ରୁବମ୍ 
ଦୁର୍ଭିକ୍ଷଂ ମରଣଂ ଚୈବ ଜାୟତେ ଚ ପୁନଃ ପୁନଃ

ଯାହାର ଅର୍ଥ ହେଉଛି ଯଦି ଅସାବଧାନତା ବଶତଃ ଶ୍ରୀ ବିଗ୍ରହମାନେ ତଳେ ପଡିଯାଆନ୍ତି, ତେବେ ରାଜା ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ। ବାରମ୍ବାର ମହାମାରୀ ହେବ। ଏହି ଖବର ଆପଣଙ୍କ ପାଖରେ ପହଞ୍ଚାଇ ଆମେ ଆପଣଙ୍କୁ ଆତଙ୍କିତ କରୁନାହୁଁ। ବରଂ ଯାହା କୁହାଯାଇଛି କେବଳ ତାହା ହିଁ ଆମେ କହୁଛୁ। ପୁରୀ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜଙ୍କ କହିବାନୁଯାୟୀ ଯଦି କେବେ ମହାପ୍ରଭୁ ପଡ଼ିଯାଆନ୍ତି, ତେବେ ତାହା ଦେଶ, ରାଜ୍ୟ ପାଇଁ ଖରାପ। କିଛି ନା କିଛି ଅଘଟଣ ଘଟିଥାଏ। ତେବେ ଏହାର ପ୍ରତିକାର ଉପାୟ ବି ରହିଛି।

ଅଧିକ ପଢ଼ନ୍ତୁ: ଏତେ ଖାମଖିଆଲ, ଏତେ ବେପରୁଆପଣ..କାହା ଭୁଲ୍‌ରୁ ତାଳଧ୍ୱଜ ରଥରେ ଘଟିଲା ଅଘଟଣ ?

Naveen Patnaik Odisha CM Ratha Yatra Rath Jatra Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ