Advertisment

Chaos at Nandighosha chariot: ନନ୍ଦିଘୋଷ ରଥ ଟଣା ହୋଇନି, ଯୋଚିବା ପୂର୍ବରୁ ଦଉଡ଼ି ଗାଏବ୍...

ରଥଟଣା ବିଭ୍ରାଟର ସାଂଘାତକ ଘଟଣା। ରଥଯାତ୍ରା ଦିନ ସିଂହଦ୍ବାର ସାମ୍ନାରେ ଗଡ଼ିବା ଅପେକ୍ଷାରେ ଥିବା ଜଗା ରଥର କର୍ଡନ ଭିତରେ ଏତେ ଲୋକ, ଏତେ ଅବ୍ୟବସ୍ଥା ଯେ ଢେର ସମୟ ଧରି ରଥ ଟଣା ଅପେକ୍ଷାରେ ଥିବା ନନ୍ଦିଘୋଷ ରଥକୁ ଟାଣିବା ବେଳକୁ ଦଉଡ଼ି ନଥିଲା।

Chaos at Nandighosha chariot

Chaos at Nandighosha chariot

Advertisment

ନନ୍ଦିଘୋଷ ଟଣା ଯିବା ପୂର୍ବରୁ ଦଉଡ଼ି ଧରି ପଳେଇଲେ ଭକ୍ତ। ଖୋଜୁ ଖୋଜୁ ଲାଗିଗଲା 45 ମିନିଟ୍। ସାମ୍ନାକୁ ଆସିଛି ସମସ୍ୟାର ମାଳ ନେଇ ଆସିଥିବା ଏଥର ରଥଟଣା ବିଭ୍ରାଟର  ସାଂଘାତିକ ଚିତ୍ର। ବଡ଼ କଥା ହେଉଛି ଶରଧାବାଲି ଅଘଟଣକୁ ନେଇ ତନାଘନା ଭିତରେ କର୍ଡନ୍ ଅବ୍ୟବସ୍ଥାଠୁ ନେଇ ନନ୍ଦିଘୋଷ ରଥଟଣାରେ ଅହେତୁକ ବିଳମ୍ବ ଭଳି ବିଭ୍ରାଟକୁ ଯେମିତି ପାଶୋରି ଦେଇଛି ପ୍ରଶାସନ।

Advertisment

ନନ୍ଦିଘୋଷ ରଥ ଟଣା ହୋଇନି, ଯୋଚିବା ପୂର୍ବରୁ ଦଉଡ଼ି ଗାଏବ୍...ରଥଟଣା ବିଭ୍ରାଟର ସାଂଘାତକ ଘଟଣା। ରଥଯାତ୍ରା ଦିନ ସିଂହଦ୍ବାର ସାମ୍ନାରେ ଗଡ଼ିବା ଅପେକ୍ଷାରେ ଥିବା ଜଗା ରଥର କର୍ଡନ ଭିତରେ ଏତେ ଲୋକ, ଏତେ ଅବ୍ୟବସ୍ଥା ଯେ ଢେର ସମୟ ଧରି ରଥ ଟଣା ଅପେକ୍ଷାରେ ଥିବା ନନ୍ଦିଘୋଷ ରଥକୁ ଟାଣିବା ବେଳକୁ ଦଉଡ଼ି ନଥିଲା। ଏକେ ତ ତାଳଧ୍ବଜ ରଥ ବାରମ୍ବାର ମୋଡ଼ ଖାଇବାରୁ ସ୍ଥିତି ବିଗିଡ଼ିଲା। ଆଉ ପରେ ଦର୍ପଦଳନ ଗଡ଼ିବା ପରେ ଯେତେବେଳେ ନନ୍ଦିଘୋଷ ରଥ ଟାଣିବାକୁ ଦଉଡ଼ି ବିଛାଗଲା, 4ଟି ଦଉଡ଼ିରୁ 2ଟି ଦଉଡ଼ିକୁ ଭକ୍ତ କେତେବେଳେ ଟାଣିନେଲେ କେହି ଜାଣିପାରିଲେନି। ରଥ ଚାଲିଛି ଭାବି ଖାଲି ଦଉଡି ଭିଡ଼ି ନେଲେ ରଥଟଣାରେ ବିଳମ୍ବକୁ ନେଇ ଅତିଷ୍ଠ ଥିବା ଭକ୍ତ। ରଥ ଉପରେ ସେବାୟତଠୁ ନେଇ ତଳେ ପୋଲିସ, ପ୍ରଶାସନିକ ଅଧିକାରୀ ସମସ୍ତେ ହତବମ୍ବ। ହାଉଳି ପଡ଼ିଗଲା। ଶେଷରେ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା ସହ ଭିଡ଼ କାଟି ସୁଭଦ୍ରାଙ୍କ ରଥ ପାଖରୁ ଶହ ଶହ ଭକ୍ତଙ୍କ ହାତରୁ ଦଉଡ଼ି ଟାଣି ଆଣି ପୁଣି ଯୋଚିବାକୁ ନାକେଦମ୍। କୁହାଯାଉଛି ପାଖାପାଖି 45 ମିନିଟ୍ ଏଇଥିରେ ହିଁ ଲାଗିଗଲା। 

ଦଉଡ଼ି ଯୋଚା ଯିବା ବେଳକୁ ରାତି। ସେଥିରେ ପୁଣି ଭିତର କର୍ଡନ ଓ ବାହାର କର୍ଡନ ଭିତରେ ଅସମ୍ଭାଳ ଭିଡ଼ରୁ ଶେଷରେ ରାତି 7ଟା 45ରେ କେବଳ ବିଧି ରକ୍ଷା ପାଇଁ ମାତ୍ର ଅଳ୍ପ ଟିକେ ଗଡ଼ି ବନ୍ଦ ରହିଲା ରଥ ଟଣା। ଭାତ ହାଣ୍ଡିରୁ ଚିପିଲା ଭଳି ଗୋଟିଏ ଅବ୍ୟବସ୍ଥା। ପାଖାପାଖି ନିର୍ଦ୍ଧାରିତ ସମୟରେ ରଥଟଣା ହୋଇଥିଲେ ବି ଶରଧାବାଲି ଦୂରେ ଥାଇ ତିନି ରଥ ବଳଗଣ୍ଡି ଛକ ଡେଇଁ ପାରିଲେନି କାହିଁକି? ଦେଢ଼ଘଣ୍ଟା ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତାଳଧ୍ବଜ ରଥ କାହିଁକି ଅଟକିଲା? କାହିଁକି ବାରମ୍ବାର ମୋଡ଼ ନେଲା ? କିଛି ବୈଷୟିକ ସମସ୍ୟା ରହିଥିଲା କି? ରଥ ସିଂହଦ୍ବାର ଚକଡ଼ାରେ ଲାଗିଲା ବେଳେ ତିନି ରଥ  ଭିତରେ ଦୂରତା ଠିକ୍ ଥିଲା କି ନାହିଁ ? ତାଳଧ୍ବଜ ରଥ ଯଥାସ୍ଥାନରେ ଥିଲା କି ନାହିଁ? ଉତ୍ତର ଅପେକ୍ଷାରେ ଏମିତି ମାଳ ମାଳ ପ୍ରଶ୍ନ।

Advertisment

ଆଗକୁ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏସବୁ ପ୍ରଶ୍ନର ଉତ୍ତର ମିଳିବା ସହ ତ୍ରୁଟି ସୁଧାରିବାର ଜରୁରୀ ଆବଶ୍ୟକତା ଥିବା ବେଳେ ଏ ଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛି ଏବେ ତା ଉପରେ ନଜର।

ଅଧିକ ପଢ଼ନ୍ତୁ : ଭୟଙ୍କର ଘଟଣା: ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ...

Advertisment
Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ