• Astrospeak
  • Live TV
  • Read In English

Gautam Adani: ଓଡ଼ିଶାରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ

ଭୁବନେଶ୍ବର ଏୟାରପୋର୍ଟରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ ପହଞ୍ଚିବା ପରେ ପୁରୀ ଯାଇଛନ୍ତି । ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିବେ ।

Goutam Adani
ଗୌତମ ଆଦାନୀ

ଓଡିଶାରେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚିଛନ୍ତି । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀରେ ପହଞ୍ଚିଛନ୍ତି । ପ୍ରଥମେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ପୁରୀ ଅଭିମୁଖେ ବାହାରିଥିଲେ ଆଦାନୀ । 

ଅଧିକ ପଢନ୍ତୁ: ଆଜି ପୁଣି ରଥଟଣା, ବଡ଼ଦାଣ୍ଡରେ ଅଟକି ରହିଛି ୩ ରଥ

ମିଳିଥିବା ସୂଚନା ଅନୁଯାୟୀ, ଆଦାନୀ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ବାହାରିଥିଲେ। ଏହାପରେ ପୁରୀରେ ପହଞ୍ଚି ସେଠାରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରଥାରୂଢ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ ଆଦାନୀ । ଆଦାନୀ ଗ୍ରୁପ ତରଫରୁ ଆୟୋଜିତ ହୋଇଥିବା ପ୍ରସାଦ ସେବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏତଦବ୍ୟତୀତ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 

ସୂଚନାଯୋଗ୍ୟ, ଗୌତମ ଆଦାନୀ ପୁରୀ ଆସିବା ପୂର୍ବରୁ ଏକ୍ସ ଯୋଗେ ସୂଚନା ଦେଇ କହିଥିଲେ ଯେ, ''ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋତେ ପୁରୀ ଧାମକୁ ଯାଇ ରଥଯାତ୍ରା ସମୟରେ ସେବା କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲା । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରାରେ ସ୍ୱୟଂ ଭଗବାନ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହା କେବଳ ଏକ ଯାତ୍ରା ନୁହେଁ, ବରଂ ଭକ୍ତି, ସେବା ଓ ସମର୍ପଣର ଉତ୍ସବ  ।

ଏହି ପୂଣ୍ୟ ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସେବା କରିବା ପାଇଁ ଆଦାନୀ ପରିବାର ପୂରା ନିଷ୍ଠା ଓ ଶ୍ରଦ୍ଧାର ସହ ସମର୍ପିତ  । ପ୍ରତ୍ୟେକ ଭକ୍ତଙ୍କୁ ପୁଷ୍ଟିଯୁକ୍ତ ଆହାର ପ୍ରେମର ସହ ପରଷାଯାଉ, ଏହି ସଂକଳ୍ପର ସହ ଆମେ ପୁରୀ ଧାମରେ ପ୍ରସାଦ ସେବା ଆରମ୍ଭ କରିଛୁ । ପୁରୀର ଏହି ପୂଣ୍ୟଭୂମିରେ ସେବକ ରୂପରେ ଯୋଡି ହେବା ମୋ ପାଇଁ, ଆଦାନୀ ପରିବାର ପାଇଁ ଅତ୍ୟନ୍ତ ଗର୍ବ ଓ ଖୁସିର ବିଷୟ । ମୁଁ ପ୍ରାର୍ଥନା କରୁଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆମ ଉପରେ ଏପରି ଥାଉ ।''

ଅଧିକ ପଢନ୍ତୁ: ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ବଜ