Advertisment

Rath Yatra: ବିଳମ୍ବ ଆଣିଦେଲା ମହାର୍ଘ ସୁଯୋଗ; ରଥାରୁଢ଼ ୩ ଠାକୁରଙ୍କ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ...

ଭକତ ଡାକରେ ଅଟକି ଗଲେ ଲୀଳାମୟ ଜଗତ ଠାକୁର। ପୁରୀ ରଥଯାତ୍ରା ଇତିହାସରେ ଅନେକ ବର୍ଷ ପରେ ଗତକାଲି ଗୋଟିଏ ଦିନରେ ଶରଧାବାଲିରେ ନଲାଗି ବଡ଼ଦାଣ୍ଡରେ ଅଟକି ଯାଇଥିଲେ ଶ୍ରୀଜିଉଙ୍କ ତିନି ରଥ।

Chariots Reach Gundicha Temple on Day 2 of Rath Yatra Amid Devotee Euphoria

Chariots Reach Gundicha Temple on Day 2 of Rath Yatra Amid Devotee Euphoria

Advertisment

କାଲି ଭକ୍ତ ପାଇଁ ଅଧାରେ ଅଟକିଲେ। ଆଜି ଦର୍ଶନ ଦେବା ପରେ ସଅଳ ଚାଲିଲେ। ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନରେ ଶରଧାବାଲିରେ ଲାଗିଛି ୩ ରଥ। ଆଉ ଏପଟେ କାଲି ରାତିରୁ ଆଜି ୩ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବା ଭିତରେ କାଲି ଭଳି ଆଜି ବି ଭକ୍ତିରସରେ ବୁଡ଼ିଛି ଶ୍ରୀକ୍ଷେତ୍ର। ଦେଖିବାକୁ ମିଳିଛି ଲୀଳାମୟଙ୍କ ଅପୂର୍ବ ଲୀଳାର ଅନନ୍ୟ ଦୃଶ୍ୟ। 

Advertisment

ଭକ୍ତିର ଜୟ, ଭାବର ବିଜୟ। ଭକତ ଡାକରେ ଅଟକି ଗଲେ ଲୀଳାମୟ ଜଗତ ଠାକୁର। ପୁରୀ ରଥଯାତ୍ରା ଇତିହାସରେ ଅନେକ ବର୍ଷ ପରେ ଗତକାଲି ଗୋଟିଏ ଦିନରେ ଶରଧାବାଲିରେ ନଲାଗି ବଡ଼ଦାଣ୍ଡରେ ଅଟକି ଯାଇଥିଲେ ଶ୍ରୀଜିଉଙ୍କ ତିନି ରଥ। ଆଉ ଗୁଣ୍ଡିଚା ମନ୍ଦିର ଅଭିମୁଖେ ସତେ ଯିବାକୁ ଆଦୌ ମଙ୍ଗିନଥିଲେ କଳାଠାକୁର। ମାତ୍ର କେଇ ପାଦ ଆଗକୁ ଯିବା ପରେ ସିଂହଦ୍ବାର ନିକଟରେ ହିଁ ଅଟକି ଯାଇଥିଲା ନନ୍ଦିଘୋଷ। ଆଉ ଏପଟେ ରଥଯାତ୍ରାରେ ୩ ରଥ ଶରଧାବାଲିରେ ପହଞ୍ଚିନଥିବାର ଖବର ଅନେକ ଭକ୍ତଙ୍କ ଭିତରେ ସୃଷ୍ଟି କରିଥିଲା ଅପୂର୍ବ ଭାବାବେଗ। ବଡ଼ଦାଣ୍ଡରେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଯେ ସୁନିଶ୍ଚିତ, ସେଇ କଥା ଭାବି ପୁରୀକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। ଶୁକ୍ରବାର ରାତିରୁ ଦୂର ଦୂରାନ୍ତରୁ ଶ୍ରୀକ୍ଷେତ୍ର ମୁହାଁ ହୋଇଥିଲେ ଅସଂଖ୍ୟ ଶ୍ରଦ୍ଧାଳୁ। ଆଜି ପୁରୀରେ ପହଞ୍ଚିବା ପରେ ଚର୍ମନେତ୍ରରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲଭି ନିଜ କୋହ ଆଉ ଆବେଗକୁ ଛାତି ଭିତରେ ଲୁଚାଇ ପାରୁନଥିଲା ଭକ୍ତ, ଶ୍ରଦ୍ଧାଳୁ।

ଅଧିକ ପଢ଼ନ୍ତୁ: ଅଧାରେ ରହିଲା ଜଗା ଦର୍ଶନ; ଆମ ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ... 

Advertisment

ଗତକାଲି କାଳିଆର ନନ୍ଦିଘୋଷ ରଥ ଆଗକୁ ନଗଡ଼ିବାରୁ ରଥ ଟାଣି ନପାରିବାର ଗ୍ଲାନିରେ ମନ ଉଣା କରିଥିଲେ ଅନେକ ଭକ୍ତ। ଇଛା ଥିଲା ଆଜି ସେ ସୁଯୋଗ ନିଶ୍ଚୟ ଜୁଟିବ। ସେଇଥିପାଇଁ ତ କାଲିଠୁ ବଡ଼ଦାଣ୍ଡରେ ହିଁ ବିନିଦ୍ରା ରାତି ବିତାଇ ଦେଇଥିଲେ ଅସଂଖ୍ୟ ଶ୍ରଦ୍ଧାଳୁ। ଆଉ ଏପଟେ ଲକ୍ଷ ଲକ୍ଷ ଭକ୍ତଙ୍କ ମନର ଇଚ୍ଛାକୁ ଯେମିତି ଜାଣିନେଇଥିଲେ ଅନ୍ତର୍ଯ୍ୟାମୀ। କାଲି ଭଳି ଆଜି ବି ଅଗଣିତ ଭକ୍ତଙ୍କ ଉପସ୍ଥିତିରେ କୋଳାହଳମୟ ହୋଇ ଉଠିଥିଲା ଶ୍ରୀକ୍ଷେତ୍ର ପୁରୀ। ଅନୁକୂଳ ପାଗ ଆଉ ଅପେକ୍ଷାକୃତ କମ୍ ଭିଡ଼ ଭିତରେ କାଳିଆକୁ ଆଖି ପୁରାଇ ଦେଖିବାର ଅବକାଶ ଜୁଟିବା ପରେ ଆତ୍ମହରା ହୋଇଥିଲା ଭକ୍ତ। ଦର୍ଶନ ପ୍ରାପ୍ତିର ଖୁସିରେ କାହା ଆଖି ଛଳ ଛଳ ହୋଇ ଉଠୁଥିଲା, ତ ଆଉ କାହା ଆଖିରୁ ବହି ଯାଉଥିଲା ଧାର ଧାର ଲୁହ।

ଭକ୍ତି ଭାବରେ ଜଡସଡ଼ ପୁରୀ ବଡ଼ଦାଣ୍ଡରେ ଆଜି ବି ଦେଖିବାକୁ ମିଳିଥିଲା ଭକ୍ତିରସର ଅପୂର୍ବ ନିଦର୍ଶନ। କାଳିଆ ଦର୍ଶନ ପାଇଁ କେଉଁ କୁନି ଭକ୍ତର ପାଦକୁ ଫୁରସତ ନଥିଲା ତ ଆଉ କେଉଁ ଶତାୟୁ ଭକ୍ତ ତା ଭକ୍ତିର ଡୋରିରେ ସବୁ ଅସମ୍ଭବକୁ ସମ୍ଭବ କରି ପୁରୀରେ ପହଞ୍ଚିଥିଲା। ଆଉ କିଏ ଦେଶ ଓ ବିଦେଶରୁ ହଜାର ହଜାର କିଲୋମିଟର ଦୂରତାକୁ ଭୁଲି ଯାଇ କାଳିଆ ନିକଟରେ ହାଜର ହୋଇଥିଲେ।

Advertisment

ଆଜି ସକାଳୁ ୩ ରଥ ଉପରେ ସମସ୍ତ ନୀତିକାନ୍ତି ସଂପନ୍ନ ପରେ ୯ଟା ୪୫ରେ ପ୍ରଥମେ ଗଡ଼ିଥିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଅକ୍ଲେଶରେ ଟାଣିନେଇଥିଲେ ଭକ୍ତ। ଦିନ ୧ଟା ୧୦ ସୁଦ୍ଧା ଶରଧାବାଲିରେ ଲାଗିଥିଲେ ୩ରଥ। ଆଜି ରଥ ଉପରେ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିବା ବେଳେ କାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସୋମବାର ସକାଳୁ ଶ୍ରୀଜିଉଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବେ ଭକ୍ତ।

Ratha Jatra Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ