/odishatv-khabar/media/post_attachments/uploadimage/library/16_9/16_9_0/Puri_News_1651633289.jpg)
Puri News
ରଥ କାଠ ଅନୁକୂଳ ପରେ ରଥଖଳା ଚଳଚଞ୍ଚଳ ହୋଇଛି । ଆଜି ସକାଳୁ ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି । ତିନି ରଥ ପାଇଁ ୪୨ଟି ଚକ ନିର୍ମାଣ ହେବ ।
ସେହିପରି, ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପ୍ରଥମେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ସୁନା ଓ ରୂପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପରମ୍ପରା ଅନୁସାରେ ଗତକାଲିଠାରୁ ହିଁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ । ଏବେ ଶ୍ରୀନଅର ନିକଟରେ ଥିବା ରଥ ଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ଚାଲିଛି ।
ଗତକାଲି ଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡା କରୁଛନ୍ତି । ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ବିରାଜମାନ କରି ସାଥିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବଙ୍କୁ ନେଇ ନୌକାବିହାର କରୁଛନ୍ତି । ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ ଚନ୍ଦନ ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଚାପ ଖେଳୁଛନ୍ତି ବୋଲି ବିଶ୍ୱାସ ରଖାଯାଏ ।
ତେବେ ବିଶ୍ୱ ପ୍ରଶିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ କାମ ଆରମ୍ଭ ହୋଇଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ପୁରୀ ସହର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)