• Astrospeak
  • Live TV
  • Read In English

Bahuda Yatra 2025: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ନଅ ଦିନର ଯାତ୍ରା ସାରି ଫେରୁଛନ୍ତି ଶ୍ରୀଜିଉ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ । ବିଶ୍ୱ ନିଅନ୍ତାଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ ।

Bahuda Yatra
ବାହୁଡ଼ା ଯାତ୍ରା

ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସରିଲା ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯିବେ ମହାପ୍ରଭୁ । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ  । ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନି ରଥ । 


ଆଜି ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥ ଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି। ଏଣେ ରଥଯାତ୍ରା ଅଘଟଣ ପରେ ଟ୍ରାଫିକ୍ ନିୟନ୍ତ୍ରଣଠୁ ଭକ୍ତଙ୍କ ସୁରକ୍ଷା ଯାଏଁ ସବୁ କ୍ଷେତ୍ରରେ ଆହୁରି ଯତ୍ନବାନ ହୋଇଛନ୍ତି ପୋଲିସ ଓ ପ୍ରଶାସନ। ଗତକାଲି ସନ୍ଧ୍ୟା ୬ଟାରୁ ଶେଷ ହୋଇଛି ନବମୀ ସନ୍ଧ୍ୟା ଦର୍ଶନ । ଦିନ ତମାମ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆଜି ବାହୁଡ଼ା ଯାତ୍ରାକୁ ନେଇ କଡ଼ା ସୁରକ୍ଷା ବଳୟରେ ପୁରୀ । 

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି