Advertisment

ନବଦିନାତ୍ମକ ଯାତ୍ରାର ଆଉ ଏକ ପର୍ବ ବାହୁଡ଼ା, ଭାଇ ଭଉଣୀଙ୍କ ସହ ରତ୍ନବେଦୀକୁ ଫେରିବେ ମହାବାହୁ

ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।

ଅଦ୍ୟତନ ହୋଇଛି
Bahuda Jatra 2023

Bahuda Jatra

Advertisment

ବାହୁଡ଼ିବେ ଜଗା, ବଳିଆ ସହ ଭଉଣୀ ସୁଭଦ୍ରା । ନବଦିନାତ୍ମକ ଯାତ୍ରାର ଆଜି ଆଉ ଏକ ପର୍ବ, ବାହୁଡ଼ା । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ପୁଣି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂରତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ। ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।

Advertisment

ଅଧିକ ପଢ଼ନ୍ତୁ: ଉତ୍କଳୀୟ ସଂସ୍କୃତିରେ ଏକ ମହାନ ଆଦର୍ଶର ପ୍ରତୀକ ମହାପ୍ରଭୁଙ୍କ ଘୋଷଯାତ୍ରା

ଶରଧାବାଲି ଓ ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼। ଶୃଙ୍ଖଳିତ ବାହୁଡ଼ା ନୀତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଜୋର ଦେଇଥିବାବେଳେ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଫୋକସ୍ କରିଛି ପୋଲିସ୍ ପ୍ରଶାସନ। ସେପଟେ ଆଜି ନବମୀ ତିଥିରେ ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଏବର୍ଷର ଶେଷ ଦର୍ଶନ କରିଛନ୍ତି।

Advertisment

ରଥଯାତ୍ରା ଭଳି ଆଜି ବାହୁଡ଼ାରେ ପୁରୀସହରର ଟ୍ରାଫିକ୍ ବ୍ୟବସ୍ଥା ସମାନ ରହିଥିଲେ ବି ଭକ୍ତଙ୍କ ସଂଖ୍ୟା ଓ ସ୍ଥିତିକୁ ଦେଖି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ଏସ୍‌ପି କହିଛନ୍ତି। 

ଏପଟେ ନବଦିନାତ୍ମକ ଯାତ୍ରା ଅବସରରେ ଆଡ଼ପ ମଣ୍ଡପ ବା ଜନ୍ମ ବେଦୀରେ ଗତକାଲି ଥିଲା ମହାପ୍ରଭୁଙ୍କ ଲୀଳାଖେଳାର ଶେଷ ଦିନ। ନବମୀ ତିଥିରେ ମହାପ୍ରଭୁଙ୍କ ଦୁର୍ଲଭ ସନ୍ଧ୍ୟା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଥିଲା। ଭୋରରୁ ମଙ୍ଗଳ ଆଳତି ସରୁ ସରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ପାଗ ଭଲ ଥିବାରୁ ବ୍ୟାରିକେଡ୍ ଦେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ କୃତ୍ୟକୃତ୍ୟ ହୋଇଥିଲେ। ତେବେ ଏଥର ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟା ପରେ ବନ୍ଦ କରି ଦିଆଯାଇଥିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ।....

Advertisment

ଅଧିକ ପଢ଼ନ୍ତୁ: ପୁରୀରେ କାହିଁକି ଆରମ୍ଭ ହେଲା ମହାବାହୁଙ୍କ ନବଦିନ ଘୋଷଯାତ୍ରା; କ’ଣ କୁହେ ପୁରାଣ

ଏଣେ ସନ୍ଧ୍ୟାଦର୍ଶନ ସରିବା ପରେ ଗୁଣ୍ଡିଚା ଘର ଗର୍ଭଗୃହରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ନୀତି। ପହଣ୍ଡି ସହ ରଥାରୁଢ଼ ହେବାକୁ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଗୁପ୍ତରେ ବାହୁଟକଣ୍ଟ ଓ ସେନାପଟା ଲାଗି ନୀତି ସହ ଚାରମାଳ ବନ୍ଧା ନୀତି ରାତିତମାମ ଚାଲିଥିଲା ।

Ratha Jatra Bahuda Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ