Ram Navami 2025: ପ୍ରଭୁ ଶ୍ରୀ ରାମଲଲାଙ୍କ ଉପରେ ପଡିଲା ସୂର୍ଯ୍ୟ ତିଳକ

ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ରାମ ନବମୀକୁ ନେଇ ଅଯୋଧ୍ୟା ସମେତ ସାରା ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି ।

ପ୍ରଭୁଙ୍କ ମଥାରେ ଝଲସୁଛି ସୂର୍ଯ୍ୟ ତିଳକ ।

ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ରାମ ନବମୀକୁ ନେଇ ଅଯୋଧ୍ୟା ସମେତ ସାରା ଦେଶରେ ଉତ୍ସବର ମାହୋଲ । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମତିଥି ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାମ ନଗରୀ ଅଯୋଧ୍ୟା । ଅଯୋଧ୍ୟା ରାମ ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ଅଦ୍ଭୁତ ଓ ଦିବ୍ୟ ଉତ୍ସବ ।

ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି । ସୂର୍ଯ୍ୟାଭିଷେକର ପ୍ରସାରଣକୁ ସାରା ଦୁନିଆ ଦେଖିଥିଲା । ଏହା ପୂର୍ବରୁ ସକାଳ ୯ଟା ୩୦ରୁ ଧାର୍ମିକ ଅନୁଷ୍ଠାନ ଆରମ୍ଭ ହୋଇଥିଲା । ସାଢେ ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କର ଅଭିଷେକ କରାଯାଇଥିଲା । ୧୦ଟା ୪୦ରୁ ୧୧ଟା ୪୫ ପର୍ଯ୍ୟନ୍ତ ରାମଲଲା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହା ପରେ ୫୬ ବ୍ୟଞ୍ଜନ ଭୋଗ ଲାଗି ହୋଇଥିଲା ।

ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

ଦିନ ୧୨ଟାରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଅପରପକ୍ଷେ ପବିତ୍ର ରାମ ନବମୀରେ ରଙ୍ଗୀନ ଆଲୋକ ମାଳା ଓ ଫୁଲରେ ଝଲସିଛି ଅଯୋଧ୍ୟା ରାମ ମନ୍ଦିର । ଭଳିକି ଭଳି ଫୁଲରେ ମନ୍ଦିରକୁ ମଧ୍ୟ ସଜା ଯାଇଛି । ଡ୍ରୋନ୍ ଜରିଆରେ ସରଜୁ ନଦୀର ପବିତ୍ର ଜଳ ଆଣି ମନ୍ଦିର ଉପରେ ସିଞ୍ଚନ କରାଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ସୂର୍ଯ୍ୟ ତିଳକ ପଛରେ ଥିବା ବିଜ୍ଞାନ:

ଏକ ସାକ୍ଷାତକାରରେ, ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CBRI)ର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡକ୍ଟର ପ୍ରଦୀପ କୁମାର ରାମଚାରଲା ଅପ୍ଟୋମେକାନିକାଲ୍ ସିଷ୍ଟମର କାର୍ଯ୍ୟକାରିତା ବ୍ୟାଖ୍ୟାକରି କହିଛନ୍ତି, 'ଅପ୍ଟୋ-ମେକାନିକାଲ୍ ସିଷ୍ଟମରେ ଚାରୋଟି ଦର୍ପଣ ଏବଂ ଟିଲ୍ଟ ମେକାନିଜିମ୍ ଏବଂ ପାଇପିଂ ସିଷ୍ଟମ ଭିତରେ ଫିଟ୍ ହୋଇଥିବା ୪ଟି ଲେନ୍ସ ରହିଛି । ସୂର୍ଯ୍ୟ କିରଣକୁ ଦର୍ପଣ ଏବଂ ଲେନ୍ସ ମାଧ୍ୟମରେ ଗର୍ଭ ଗୃହକୁ ପଠାଇବାପାଇଁ ଟିଲ୍ଟ ମେକାନିଜିମ୍ ପାଇଁ ସମ୍ପୂର୍ଣ୍ଣ କଭର ସହିତ ଏକ ଆପେର୍ଚର(aperture) ଉପର ମହଲାରେ ରଖାଯାଇଛି ।'

ଅଧିକ ପଢ଼ନ୍ତୁ: ଆଜି ପବିତ୍ର ରାମ ନବମୀ, ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା