Advertisment

Raja Sankranti: ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

ରଜ ପର୍ବର ଦ୍ୱିତୀୟ ଦିନରେ ସବୁଠି ଉତ୍ସବର ମାହୋଲ । ପହିଲି ରଜ ଭଳି ରଜ ସଂକ୍ରାନ୍ତି ମଧ୍ୟ ବେଶ ଧୁମଧାମରେ ପାଳନ କରାଯିବ । ଆସନ୍ତାକାଲି ଶେଷ ରଜ ଓ ଏହାପରେ ବସୁମତୀ ସ୍ନାନ ରହିଛି ।

ଅଦ୍ୟତନ ହୋଇଛି
Raja Sankranti

Raja Sankranti

Advertisment

ଆଜି ରଜ ପର୍ବର ଦ୍ୱିତୀୟ ଦିନ ବା ରଜ ସଂକ୍ରାନ୍ତି । ଗାଁଠୁ ସହର ସବୁଠି ଉତ୍ସାହ। ଧୂମଧାମରେ ପାଳନ ହେଉଛି ରଜ ମହୋତ୍ସବ। ପହିଲି ରଜରେ ଜମିଥିଲା ଦୋଳିଖେଳ। ଗାଁଠୁ ସହର ଯାଏଁ ପିଠା ଓ ମିଠାର ବାସ୍ନାରେ ମହକୁଛି । ରଜ ପାନର ମହକ ବି ଛୁଟୁଛି । ସେହିଭଳି ଲୁଡୁ, ତାସ୍ ଓ ବାଗୁଡ଼ି ଖେଳର ଆସର ବି ଜମୁଛି । ରଜ ପାଇଁ ପୁରୀରୁ ପଟ୍ଟାମୁଣ୍ଡାଇ, ଆଳିରୁ ନିଆଳି, ସାଲେପୁରରୁ ବାଲେଶ୍ବର । ସବୁଠି ସମାନ ଚିତ୍ର ସମାନ ଉତ୍ସାହ ଓ ଶହେ ଗୁଣା ଖୁସି ଓ ଉନ୍ମାଦନା। ଉତ୍କଳୀୟ ପରମ୍ପରାର ନିଆରା ଗଣ ପର୍ବ ରଜ ପାଳିବାକୁ ସବୁଠି ଉତ୍ସାହ । ସେହିପରି ଇଣ୍ଟରନେଟ୍ ଜମାନାରେ ବି ମାଟିର ପର୍ବପର୍ବାଣୀ ଓ ସମୃଦ୍ଧ ପରମ୍ପରାକୁ ଜାବୁଡ଼ି ଧରି ଉତ୍ସବ ପାଳୁଛନ୍ତି ସମସ୍ତେ । ରାଜଧାନୀ ଭୁବନେଶ୍ବରରେ ବି ବେଶ ଜମିଛି ରଜ ଉତ୍ସବ। ଆସନ୍ତାକାଲି ଶେଷ ରଜ ପାଳନ କରାଯିବ । ଏହାପରେ ବସୁମତୀ ସ୍ନାନ ହେବ । 

Advertisment

ଓଡ଼ିଶାର ଘରେ ଘରେ ପାଳନ ହୁଏ ରଜ ପର୍ବ । ଏହା ବିଶେଷ କରି ୩ ଦିନ ଧରି ପାଳନ ହୁଏ  । ବସୁମତୀ ମାତା ଏହି ସମୟରେ ରଜସ୍ୱଳା ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ରଜସ୍ୱଳା ଅର୍ଥ ଋତୁମତି । ଏହି ଦିନ ଦିନ ବସୁମତୀ ମାତା ବା ପୃଥିବୀକୁ ସମର୍ପିତ । ସେଥିପାଇଁ ଶେଷ ଦିନ ବସୁମତି ସ୍ନାନ କରାଯାଏ । ରଜ ତିନି ଦିନ ମହିଳାଙ୍କୁ ଓ ଝିଅମାନଙ୍କୁ କୌଣସି କାମ କରିବାକୁ ଦିଆଯାଏ ନାହିଁ । ମହିଳାଙ୍କୁ ସମ୍ମାନ ପୂର୍ବକ ପାଳନ ହେଉଥିବା ଏହି ପର୍ବରେ ମାତା ବସୁମତୀଙ୍କୁ ବିଶ୍ରାମ ଦିଆଯିବା ସହ ମହିଳାମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଏ । 

ଅଧିକ ପଢନ୍ତୁ: ରଜ ପର୍ବର କିଛି ରୋଚକ କାହାଣୀ...

Festivals Earth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ