Advertisment

ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଥମଥର ପାଇଁ ବଡ଼ ଦାଣ୍ଡରେ ଜଣେ ରାଷ୍ଟ୍ରପତି ଏତେ ଲମ୍ବା ସମୟ ଧରି, ପ୍ରାୟ ଦୁଇ କିଲୋମିଟର ଲମ୍ବା ବାଟ ଚାଲୁଥିଲେ... ତ ଟିଭି ପରଦାରେ ଏ ଅଭୂତପୂର୍ବ ଦୃଶ୍ୟକୁ ଉତ୍ସୁକତାର ସହ ଦେଖୁଥିଲା ଦେଶ

undefined

Draupadi Murmmu

Advertisment

ଜାତିର ଦେବତା...ମାଟିର ରାଷ୍ଟ୍ରପତି ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଓଡ଼ିଶା ପହଞ୍ଚି ଆଗ ଜାତିର ଆରାଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ତ ବଡ଼ଦାଣ୍ଡ ଛୁଉଁ ଛୁଇଁ ପଛ ହୋଇଯାଇଥିଲା ପ୍ରୋଟୋକଲ୍...ବଳଗଣ୍ଡି ଛକର ସାଲବେଗ ପୀଠ ଠାରୁ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ହଠାତ୍ ବୁଲେଟ୍ ପ୍ରୁଫ୍ ଗାଡ଼ିରୁ ଓହ୍ଲାଇ ସାଧାରଣ ଭକ୍ତଟିଏ ଭଳି ଚାଲିବା ଆରମ୍ଭ କରିଦେଇଥିଲେ ରାଷ୍ଟ୍ରପତି। ଧର୍ମଦାଣ୍ଡରେ ଭାବବିହ୍ବଳ ହୋଇ କେତେବେଳେ ନୀଳଚକ୍ର ଉଦ୍ଦେଶ୍ୟରେ ଦୁଇ ହାତ ଟେକୁଥିଲେ...ପୁଣି କେତେବେଳେ ବଡ଼ଦାଣ୍ଡର ଦୁଇ ଧାରରେ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ଜଣାଉଥିଲେ ଅଭିଭାବଦନ।

Advertisment

ପ୍ରଥମଥର ପାଇଁ ବଡ଼ ଦାଣ୍ଡରେ ଜଣେ ରାଷ୍ଟ୍ରପତି ଏତେ ଲମ୍ବା ସମୟ ଧରି, ପ୍ରାୟ ଦୁଇ କିଲୋମିଟର ଲମ୍ବା ବାଟ ଚାଲୁଥିଲେ... ତ ଟିଭି ପରଦାରେ ଏ ଅଭୂତପୂର୍ବ ଦୃଶ୍ୟକୁ ଉତ୍ସୁକତାର ସହ ଦେଖୁଥିଲା ଦେଶ... ଚାଲି ଚାଲି ଆସି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଗଜପତି ମହାରାଜ। ଏହାପରେ ସେଇଠି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ଲଗାଇ ପ୍ରଣିପାତ କଲେ। ଅରୁଣସ୍ତମ୍ଭକୁ ଛୁଇଁ ମୁଣ୍ଡିଆ ମାରି ପାଦ ପ୍ରକ୍ଷାଳନ ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ପ୍ରବେଶ କରିଥିଲେ ରାଷ୍ଟ୍ରପତି।

କୌଳିକ ପଣ୍ଡାଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତି ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ଚକା ଆଖିକୁ ଚାହିଁ ଭାବବିହ୍ବଳ ହେଲେ। ପରେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ ସହ ମୁକ୍ତି ମଣ୍ଡପରେ ପଣ୍ଡିତଙ୍କ ଆଶୀର୍ବାଦ ନେଲେ। ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯାଇ ଆଶିଷ ଭିକ୍ଷା କରି କୀର୍ତ୍ତନ ଚକଡ଼ାରେ ଠିଆ ହୋଇ ନୀଳଚକ୍ରରେ ପତିତପାବନ ବାନା ଦେଖି ତଲ୍ଲୀନ ହେଲେ। ଶ୍ରୀମନ୍ଦିରରେ ପ୍ରାୟ ଅଧଘଣ୍ଟା ବିତାଇବା ପରେ ପୁଣି ସିଂହଦ୍ୱାର ବାଟେ ବାହାରକୁ ବାହାରି ଆସିଥିଲେ। ଏହି ଅବସରରେ କୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ଏକ ସ୍ବତନ୍ତ୍ର ତାମ୍ର ଫଳକ ଏବଂ ଶ୍ରୀମନ୍ଦିରରୁ ଫେରିବା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଶ୍ରୀଜୀଙ୍କ ବଡ଼ସିଂହାର ବେଶର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।

Advertisment

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସେଠାରୁ ସିଧା ରାଜଭବନ ଯାଇଥିଲେ ରାଷ୍ଟ୍ରପତି। ଆଉ ଇଏ ରାଜଭବନରେ ତଳେ ଚକାମାଡ଼ି କଦଳୀ ପତ୍ରରେ ରାଷ୍ଟ୍ରପତିଙ୍କ ମହାପ୍ରସାଦ ସେବନ ସମୟର ଚିତ୍ର ପାଖରେ ଗଜପତି ଦିବ୍ୟସିଂହ ଦେବ, ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ରାଷ୍ଟ୍ରପତିଙ୍କ ଝିଅ ମହାପ୍ରସାଦରେ ଘିଅ ଅନ୍ନ, ସାଦା ଅନ୍ନ, କାନିକା, ଖେଚୁଡ଼ିଠୁ ନେଇ ଥିଲା ଡାଲି, ଡାଲମା, ବେସର, ଶାଗଭଜା, କଦଳୀ ଭଜା, ପୋଟଳ ଭଜା ଭଳି କେତେକଣ ସୁସ୍ବାଦୁ ବ୍ୟଞ୍ଜନ।ରାଜଭବନରେ ମହାପ୍ରସାଦ ସେବନ ପରେ ଶ୍ରୀକ୍ଷେତ୍ର ଛାଡ଼ିଥିଲେ ରାଷ୍ଟ୍ରପତି। ତେବେ ଜଗାଦର୍ଶନ ପରେ କୌଳିକପଣ୍ଡାଙ୍କ ଦସ୍ତଖତି ଖାତାରେ ରାଷ୍ଟ୍ରପତିଙ୍କ ସ୍ବାକ୍ଷର ସମ୍ବଳିତ ଏ ହାତ ଲେଖାକୁ ନେଇ ବି ଢେର ଚର୍ଚ୍ଚା। ଯେଉଁଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନିଜକୁ ସୌଭାଗ୍ୟବତୀ ମଣିବା ସହ ମହାପ୍ରଭୁ ଆଦିବାସୀମାନଙ୍କର ଦାରୁ ଦେବତା ଓ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ବୋଲି ଲେଖିଛନ୍ତି।

(ପୁରୀରୁ ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ) ଓଟିଭି

Draupadi Murmu President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ