Advertisment

ଦୁଇ ଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗତକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିଥିଲେ। ବଡ଼ଦାଣ୍ଡରେ ଦୁଇ କିମି ଚାଲି ଚାଲି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।

President Draupadi Murmmu

President Draupadi Murmmu

Advertisment

୨ ଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ ଥିଲା ସେ ଆଜି ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ। ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଯାଇଥିଲେ ଦେଶର ପ୍ରଥମ ନାଗରିକ। ୧୯୭୦ରୁ ୭୪ ଯାଏଁ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଦୀର୍ଘ ଦିନ ପରେ ପୁଣି ଏଠି ତାଙ୍କ ପାଦ ପଡ଼ିଥିଲା। ନିଜର ୧୩ ଜଣ ସହପାଠିନୀଙ୍କୁ ବି ଭେଟିଥିଲେ ଦ୍ରୌପଦୀ। ସେହିପରି ରାଷ୍ଟ୍ରପତି କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ, ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ୍ ବୁଲି ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା।

Advertisment

ସେହିପରି ଗତକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିଥିଲେ। ବଡ଼ଦାଣ୍ଡରେ ଦୁଇ କିମି ଚାଲି ଚାଲି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। 

President Of India President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ