Advertisment

Navy Day celebrations: ନୌସେନାର ପରାକ୍ରମ; ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି...

ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ ।

Navy Day celebrations

Navy Day celebrations

Advertisment

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ । ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି । ଜଳ ପଥରେ ରଣକୌଶଳ ଦେଖାଉଛନ୍ତି ନୌବୀର ।

Advertisment

ଚଳିତ ବର୍ଷର ଥିମ୍ ରହିଛି “Strength and Power through Innovation and Indigenisation,”। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଆପଣ ଜାଣିଛନ୍ତି କି, ୧୯୭୨ ମସିହା ପୂର୍ବରୁ ଡିସେମ୍ବର ୧୫ରେ ପାଳନ ହେଉଥିଲା ନୌସେନା ଦିବସ। କିନ୍ତୁ ୧୯୭୧ ମସିହାରେ ଏଭଳି ଏକ ଐତିହାସିକ ଘଟଣା ଘଟିଲା, ଯେଉଁଥିପାଇଁ ୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ । ତେବେ ସେହି ଘଟଣା କଣ, କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ଆସନ୍ତୁ ଜାଣିବା।

ଅଧିକ ପଢନ୍ତୁ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କୁ ଦର୍ଶନ ସହ କଲେ ପୂଜାର୍ଚ୍ଚନା

Advertisment

୧୯୭୧ ଡିସେମ୍ବର ୩ରେ ଆରମ୍ଭ ହୋଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ। ପ୍ରଥମ ଦିନରେ ଭାରତର ବିଭିନ୍ନ ବାୟୁସେନା ଘାଟି ଉପରେ ଅତର୍କିତ ଆକ୍ରମଣ କଲା ପାକିସ୍ତାନ। ଆଉ ଠିକ୍ ଏହାର ପରଦିନ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ନୌସେନା। ଡିସେମ୍ବର ୪ ରାତିରେ ହୋଇଥିଲା ଐତିହାସିକ ଅପରେସନ୍ ଟ୍ରାଇଡେଣ୍ଟ। ତତ୍କାଳୀନ ନୌସେନା ମୁଖ୍ୟ ଆଡମିରାଲ୍ ଏସ୍.ଏମ୍. ନନ୍ଦାଙ୍କ ନିର୍ଦ୍ଦେଶ କ୍ରମେ ଆକ୍ରମଣର ନେତୃତ୍ବ ନେଇଥିଲେ ଟ୍ବେଣ୍ଟି-ଫିଫ୍ଥ (25th) ମିସାଇଲ୍ ଭେସେଲ୍ ସ୍କ୍ବାଡ୍ରନ୍ କମାଣ୍ଡର୍ ବବ୍ରୁ ଭାନ୍ ଯାଦବ।

ସେତେବେଳେ ପାକିସ୍ତାନ ବାୟୁସେନା ପାଖରେ ରାତିରେ ଲଢ଼େଇ ପାଇଁ ଟେକନୋଲୋଜି ନଥାଏ। ତେଣୁ ସଞ୍ଜ ନଇଁବା ପରେ ଓ ସିନ୍ଦୁରା ଫିଟିବା ଆଗରୁ ଅଚାନକ ହମଲା ପାଇଁ ହେଲା ପ୍ଲାନିଂ। ପ୍ରଥମ ଥର ପାଇଁ ଜାହାଜରୁ ଫାୟାର୍ ହେବାକୁ ଥିଲା ଭାରତର ଆଣ୍ଟି-ସିପ୍ ମିଜାଇଲ୍।ଏପଟେ ଭାରତ ପାଖରେ ବି ଥାଏ ଗୋଟିଏ ଚାଲେଞ୍ଜ। ଭାରତୀୟ ମିଜାଇଲ୍ ବୋଟ୍ ଅଧିକ ଦୂରତା ଅତିକ୍ରମ କରିପାରୁନଥିବାରୁ, ଅତି ଚତୁରତାର ସହ ସେଗୁଡ଼ିକୁ ଅନ୍ୟ ଜାହାଜରେ କିଛି ବାଟ ଟୋଇଂ କରି ଟାଣିନିଆଗଲା ।

Advertisment

ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚାଲେଞ୍ଜର୍'।

ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚାଲେଞ୍ଜର୍'।

President Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ