କଟକରେ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି; ଆକର୍ଷଣୀୟ ତୋରଣ ସାଙ୍ଗକୁ ସମସ୍ତ ଦିଗ ଉପରେ ଗୁରୁତ୍ୱ

ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

ଦୂର୍ଗାପୂଜା ପାଇଁ ପ୍ରସ୍ତୁତି

କଟକରେ ଦୁର୍ଗାପୂଜା ଉତ୍ସବ ପାଳନ ନେଇ ବସିଥିଲା ବୈଠକ । ଆସନ୍ତା ଅକ୍ଟୋବର ୨୦ ତାରିଖରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେଉଛି । ୨୪ ଅକ୍ଟୋବରରେ ଦଶମୀ ଏବଂ ପରଦିନ ୨୫ ତାରିଖ ବୁଧବାର ଦିନ ଭସାଣ ଉତ୍ସବ ଅନୁଷ୍ଠିତ ହେବ । କଟକରେ ଦୁର୍ଗାପୂଜା ନେଇ ବସିଥିବା ଶାନ୍ତି କମିଟି ବୈଠକ ଏହି ନିଷ୍ପତ୍ତି ଚୂଡାନ୍ତ ହୋଇଛି ।

ପୂଜା ପୂର୍ବରୁ ରାସ୍ତାଘାଟର ମରାମତି, ଜଳଯୋଗାଣ ବ୍ୟବସ୍ଥା, ବିଦ୍ୟୁତ ସେବା ସହ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତୋରଣ, ପେଣ୍ଡାଲ ପାଇଁ ସିଏମସି ପକ୍ଷରୁ ନିଆଯାଉଥିବା ଟଙ୍କାକୁ କମ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଦାବି କରିଥିଲେ ।

ବୈଠକରେ ପୂର୍ବାଞ୍ଚଳ ଶାନ୍ତିକମିଟି ସଭାପତି, ସମ୍ପାଦକଙ୍କ ସହ ମହାନଗର ପୂଜା କମିଟି ସମ୍ପାଦକ ସାମିଲ ହୋଇଥିଲେ । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଡିସିପି ପିନାକ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରମୁଖ ଯୋଗ ଦେଇଥିଲେ ।