ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ, ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି

ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...

chhaunurtya preparation

News Summary

ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ

ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ । ଜୋରଦାର ପ୍ରଶିକ୍ଷଣ ସହ ଅଭ୍ୟାସ କରୁଛନ୍ତି ଛଉ ନୃତ୍ୟ ଶିଳ୍ପୀ । ଏ ଦୃଶ୍ୟ ମୟୂରଭଞ୍ଜ ଦକ୍ଷିଣ ସାହି ଓ ଉତ୍ତର ସାହି ଛଉ ଆଖଡ଼ାର । ସଞ୍ଜ ନଇଁଲେ ଜମୁଛି ଆସର। ନିଜ ନିଜର କଳା ପ୍ରଦର୍ଶନରେ ଲାଗିପଡୁଛନ୍ତି କଳାକାର ।

ମୟୂରଭଂଜ ପ୍ରସିଦ୍ଧ ଚୈତ୍ର ପର୍ବରେ ହିନ୍ଦୁ ଧାର୍ମିକ ଦେବାଦେବୀଙ୍କ ପୈାରାଣିକ ଗଳ୍ପ ସହିତ ପାରମ୍ପରିକ ଜୀବନ ଶୈଳୀକୁ ନୃତ୍ୟ ଆକାରରେ ପରିବେଷଣ କରିବେ କଳାକାର । ପ୍ରତିଯୋଗିତା ପାଖେଇ ଆସୁଥିବା ବେଳେ ନୃତ୍ୟଶିଳ୍ପୀମାନେ ନିଜର କଳା ପ୍ରଦର୍ଶନ କରିବା ପାଇଁ ଦିନ ଓ ରାତି ଏକ କରିଦେଇଛନ୍ତି । କରୋନା ପାଇଁ ଦୁଇ ବର୍ଷ ପରେ କାର୍ଯ୍ୟକ୍ରମ ହେଉଥିବାରୁ ଉତ୍ସାହିତ ଅଛନ୍ତି ନୃତ୍ୟଶିଳ୍ପୀ ।

କଠିନ ଅଙ୍ଗଭଙ୍ଗୀର ଛଉ ନୃତ୍ୟ କାହିଁ କେଉଁ ଅମଳରୁ ମୟୂରଭଞ୍ଜର ରାଜା ରାଜୁଡାମାନଙ୍କ ସହିତ ସ୍ଥାନୀୟ ଅଧିବାସୀମାନଙ୍କ ସାଂସ୍କୃତିକ, ଐତିହ୍ୟ ଏବଂ ଭାବଧାରାକୁ ନେଇ ପ୍ରସିଦ୍ଧ ଚୈତ୍ର ପର୍ବରେ ଅନୁଷ୍ଠିତ ହୋଇ ଆସୁଛି । ଏହି ଛଉ ନୃତ୍ୟ ପ୍ରତିଯୋଗିତା ରାଜାଙ୍କ ଉନ୍ନତି କାମନା କରି ଦେବୀଙ୍କ ପାଖରେ ଉପବାସ ରହୁଥିବା ଭକ୍ତାମାନଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ସୈନିକମାନେ ଯୁଦ୍ଧ କଳାକୁ ନାଚ ଆକାରରେ ପ୍ରଦର୍ଶନ କରୁଥିଲେ । ସେବେଠାରୁ ଏହିଭଳି ଛଉ ନୃତ୍ୟ ପ୍ରତିଯୋଗିତା ଚାଲିଆସୁଛି । ଚଳିତ ବର୍ଷ ଧୁମଧାମ୍‌ରେ ଏହି ପ୍ରତିଯୋଗିତା ହେବାକୁ ଥିବା ବେଳେ ଏଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଆସନ୍ତା ୧୧, ୧୨, ୧୩ ତାରିଖରେ ଛଉ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବ ପ୍ରଥମ ଦିନରେ ଗ୍ରାମାଞ୍ଚଳର ୧୬ଟି ଟିମ୍ ଛଉ ନୃତ୍ୟ ପ୍ରଦର୍ଶନ କରିବେ । ଦିତୀୟ ଏବଂ ତୃତୀୟ ଦିନରେ ବାରିପଦାର ଦକ୍ଷିଣ ସାହି ଓ ଉତ୍ତର ସାହିର ଛଉ କଳାକାର ନୃତ୍ୟ ପ୍ରଦର୍ଶନ କରିବେ । ଚୈତ୍ର ପର୍ବକୁ ସୁନ୍ଦର କରିବା ପାଇଁ ଏକ ସଙ୍ଗରେ ଓରମାସ ପକ୍ଷରୁ ପ୍ରଦର୍ଶନୀ ଅନୁଷ୍ଠିତ ହେବ