Advertisment

Chandan Yatra Festival Preparations: ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ; ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା...

ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ସହ ବୈଜୟନ୍ତି ନାମକ ୫ଟି ଡଙ୍ଗାକୁ ପୁଷ୍କରିଣୀରୁ ଉଦ୍ଧାର କରିଛନ୍ତି ଭୋଇ ସେବକ । ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ।

ଅଦ୍ୟତନ ହୋଇଛି
Preparations Begin in Puri for Lord Jagannath’s Chandan Yatra

Preparations Begin in Puri for Lord Jagannath’s Chandan Yatra

Advertisment

ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏଥପାଇଁ ଆଜିଠୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା ଓ ଭଦ୍ରା ସହ ବୈଜୟନ୍ତି ନାମକ ୫ଟି ଡଙ୍ଗାକୁ ପୁଷ୍କରିଣୀରୁ ଉଦ୍ଧାର କରିଛନ୍ତି ଭୋଇ ସେବକ । ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ। ଚୈତ୍ର ପୂର୍ଣ୍ଣୀମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପୁନଃ ପ୍ରସ୍ତୁତ କରାଯାଇଥାଏ ।

Advertisment

ଚନ୍ଦନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସଜବାଜ । ନରେନ୍ଦ୍ର ପୁଷ୍କରିଣୀରୁ ଉଦ୍ଧାର ହେଲା ଶ୍ରୀଜିଉଙ୍କ ଡଙ୍ଗା । ନନ୍ଦା, ଭଦ୍ରା ଓ ବୈଜୟନ୍ତି ଡଙ୍ଗାକୁ ପାଣିରୁ ବାହାର କଲେ ଭୋଇ ସେବକ । ଅକ୍ଷୟ ତୃତୀୟା ତିଥିରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ, ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ଡଙ୍ଗା ଗୁଡିକୁ ଉଦ୍ଧାର କରିଛନ୍ତି ଭୋଇ ସେବକ । ଚୈତ୍ୟ୍ର ପୂର୍ଣ୍ଣିମାରେ ଡଙ୍ଗା ଉଦ୍ଧାରର ବିଧି ଥିବାରୁ, ଆଜି ନନ୍ଦା, ଭଦ୍ରା ଓ ବୈଜୟନ୍ତି ନାମ୍ନୀ ୫ଟି ଡଙ୍ଗାକୁ ପାଣିରୁ ବାହାରକୁ କଢାଯାଇଛି । ୨୮ଜଣ ଭୋଇ ସେବକ ପାଣିରେ ବୁଡି ଡଙ୍ଗାକୁ ଠାବ କରିବା ପରେ ସବୁ ଡଙ୍ଗାକୁ ପାଣିରୁ ବାହାର କରିଛନ୍ତି । ଡଙ୍ଗା ଶୁଖିବା ପରେ ସେଥିରେ ରାଳ ବୋଳାଯାଇ ଡଙ୍ଗାର ସୁରକ୍ଷା ସୁନିଶ୍ଚିତ କରାଯିବ । ପରେ ମହାରଣା ସେବକ ଦୁଇଟି ଲେଖାଏ ଡଙ୍ଗା ସଂଯୋଗ କରି ନନ୍ଦା ଚାପ ଓ ଭଦ୍ରା ଚାପ ପ୍ରସ୍ତୁତ କରିବେ ।

ଅଧିକ ପଢ଼ନ୍ତୁ: ଛେନାପୋଡ଼ କହୁଛି, ମୋତେ GI ଟ୍ୟାଗ୍ ଦିଅ

ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବକ ମାନେ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦେଇଥାନ୍ତି । ଚୈତ୍ର ପୂର୍ଣ୍ଣୀମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପୁନଃ ପ୍ରସ୍ତୁତ କରାଯାଇଥାଏ ।

Advertisment

ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଶ୍ରୀକ୍ଷେତ୍ରରେ ଚାଲିବ ଚନ୍ଦନ ଯାତ୍ରା। ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ରାମକୃଷ୍ଣ ପଞ୍ଚୁପାଣ୍ଡବ ମଣିବିମାନ ଓ ପାଲିଙ୍କିରେ ବିଜେ ହୋଇ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ସେପଟେ ଅକ୍ଷୟ ତୃତୀୟା ତିଥିରୁ ରଥନିର୍ମାଣ ଆରମ୍ଭ ହେବାକୁ ଥିବାର ବେଳେ ତିନିଖଣ୍ଡ ଧଉରା କାଠ ଓ ଫାସୀ କାଠ ପ୍ରସ୍ତୁତ ହୋଇଛି । ରଥ ଟଣା ପାଇଁ ୧୪ଟି ରଥ ଦଉଡି ଓ ୧୨ଟି କର୍ଡନ ଦଉଡି ପହଞ୍ଚିସାରିଛି।

Ratha Jatra Puri Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ