Advertisment

Ramlila: କଳିଯୁଗରେ ରାମଲୀଳା ଦେଖୁଛନ୍ତି ଭେଡେନବାସୀ...ଚାରିଆଡ଼େ ଏବେ ଅଯୋଧ୍ୟାର ମାହୋଲ ...

ସୀତାଙ୍କ ସୁରକ୍ଷା ପାଇଁ କୁଟୀର ସମ୍ମୁଖରେ ରେଖା କାଟି ଯାଇଥିଲେ ମଧ୍ୟ ଛଦ୍ମ ବେଶରେ ଆସି ସୀତାଙ୍କୁ ପୁଷ୍କକ ବିମାନରେ ଚୋରାଇ ନେଉଛି ରାବଣ । ଏପଟେ ସୀତାଙ୍କୁ ନପାଇ ରାମ ଲକ୍ଷ୍ମଣ ଜଙ୍ଗଲରେ ଖୋଜି ବୁଲୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡ଼େନ ଠାରେ ଚାଲିଥିବା ବିରାଟ ରାମଲୀଳା ମହୋତ୍ସବରେ ।

ଅଦ୍ୟତନ ହୋଇଛି
ଭେଡେନରେ ଏବେ ଅଯୋଧ୍ୟାର ମାହୋଲ

ଭେଡେନରେ ଏବେ ଅଯୋଧ୍ୟାର ମାହୋଲ

Advertisment

ଧର୍ମର ଜୟ ଏବଂ ଅଧର୍ମର ବିନାଶ, ଏହି ବାର୍ତ୍ତା ନେଇ ବରଗଡ଼ ଜିଲ୍ଲା ଭେଡେନ ଠାରେ ପାଳିତ ହେଉଛି ଅଖଣ୍ଡ ଶ୍ରୀହରି ନାମ ଯଜ୍ଞ ଏବଂ ରାମଲୀଳା ମହୋତ୍ସବ । ଦଶ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଗୋଟିଏ ପଟେ ନାମ ସଂକୀର୍ତ୍ତନ ଚାଲିଥିବା ବେଳେ ଅନ୍ୟପଟେ ପ୍ରତ୍ୟହ ସଂଧ୍ୟାରେ ରାବଣ ଦରବାର, ଅଯୋଧ୍ୟା ମଣ୍ଡପ ମଞ୍ଚରେ ଚାଲିଥିବା ମହାନାଟକର ମଜା ଉଠାଉଛନ୍ତି ଦର୍ଶକ । ତେବେ ନବମ ଦିନରେ ମହାରାଜ ରାବଣଙ୍କ ଦରବାରରେ ଅତିଥି ଭାବେ ପହଞ୍ଚିଥିଲେ ସୁଦୂର ଶ୍ରୀଲଙ୍କାର ସାଂସଦ ଚନ୍ନା ଜୟସୁମନ୍ନା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।

Advertisment

ସୀତାଙ୍କ ସୁରକ୍ଷା ପାଇଁ କୁଟୀର ସମ୍ମୁଖରେ ରେଖା କାଟି ଯାଇଥିଲେ ମଧ୍ୟ ଛଦ୍ମ ବେଶରେ ଆସି ସୀତାଙ୍କୁ ପୁଷ୍କକ ବିମାନରେ ଚୋରାଇ ନେଉଛି ରାବଣ । ଏପଟେ ସୀତାଙ୍କୁ ନପାଇ ରାମ ଲକ୍ଷ୍ମଣ ଜଙ୍ଗଲରେ ଖୋଜି ବୁଲୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡ଼େନ ଠାରେ ଚାଲିଥିବା ବିରାଟ ରାମଲୀଳା ମହୋତ୍ସବରେ । ଗତ 20 ତାରିଖରୁ ଭେଡେନ ଠାରେ ବିଶ୍ଵ ଶାନ୍ତି ଅଖଣ୍ଡଶ୍ରୀହରି ନାମଯଜ୍ଞ ସହ ବିରାଟ ରାମଲୀଲା ମହୋତ୍ସବ ଆୟୋଜିତ ହେଉଛି । ରାବଣ ଦରବାର ଏବଂ ଅଯୋଧ୍ୟା ମଣ୍ଡପ ଦୁଇଟି ମଞ୍ଚ ନିର୍ମାଣ ହୋଇ ନାଟକ ମାଧ୍ୟମରେ ରାମାୟଣର ବିଭିନ୍ନ ଦୃଶ୍ୟ ଅଭିନିତ ହେଉଛି ।

ଏହାକୁ ଦେଖିବା ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମୁଛି । ରାମ ଜନ୍ମ, ରାବଣର ତପସ୍ୟା ଓ ଲଙ୍କା ଅଧିକାର, ସୀତା ବିବାହ,ରାମ ବନବାସ, ସୀତା ଚୋରୀ, ହନୁମାନର ସୀତାଠାବ ,ଲକ୍ଷ୍ମଣ ଶକ୍ତିଭେଦ ପରି ଦୃଶ୍ୟ ମଞ୍ଚରେ ଅଭିନିତ ହେଉଛି । ଏଥିରେ ଅଭିନୟ କରୁଥିବା କଳାକାର ଚରିତ୍ର ଅନୁଯାୟୀ ନିଜର ଅଭିନୟରେ ଲୋକଙ୍କ ହୃଦୟକୁ ଜିଣୁଛନ୍ତି । ତେବେ ରାମଲୀଳାର ନବମ ଦିବସରେ ଲକ୍ଷ୍ମଣ ଶକ୍ତିଭେଦ, ଇନ୍ଦ୍ରଜିତ ବଧ ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା, ଯାହାକୁ ମନ ଭରି ଉପଭୋଗ କରିଥିଲେ ଦର୍ଶକ ।

Advertisment

ଗତ 22 ବର୍ଷ ଧରି ଭେଡେନ ଠାରେ ଆୟୋଜିତ ହୋଇଆସୁଛି ବିଶ୍ୱଶାନ୍ତି ଅଖଣ୍ଡ ଶ୍ରୀହରି ନାମଯଜ୍ଞ । ଏହି ଅବସରରେ ଲୋକଙ୍କ ମନୋରଞ୍ଜନ ପାଇଁ ଗତ 13 ବର୍ଷ ହେବ ଏହି ରାମଲୀଳା ମହୋତ୍ସବ ଆୟୋଜନ ହେଉଛି ଏବଂ କଳାକାର ମାନଙ୍କ ଦ୍ଵାରା ପ୍ରଦର୍ଶିତ ରାମ ଲାଲାଙ୍କ ଲୀଳା ଖେଳାର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖୁଛି । ଏହି ମହୋତ୍ସବର ପ୍ରତ୍ୟେକ ସଂଧ୍ୟାରେ ନେତା ,ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ ଲୋକ ଅତିଥିଭାବେ ଯୋଗଦେଉଛନ୍ତି ।

ନବମ ଦିନରେ ମହାରାଜ ରାବଣଙ୍କ ଦରବାରରେ ଅତିଥି ଭାବେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ମହାନନ୍ଦଙ୍କ ସହ ସୁଦୂର ଶ୍ରୀଲଙ୍କାର ସାଂସଦ ଚନ୍ନା ଜୟସୁମନ୍ନା । ସେ ଭେଡେନ ରାମଲୀଳା ଦେଖି ବିମୋହିତ ହୋଇଥିବା ବେଳେ ଏପରି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଥିଲେ । ଏହାସହ କ୍ୟାନ୍ସର ଓ କିଡନୀ ପରି ଦୁରାରୋଗ୍ୟରୁ କିପରି ଲୋକେ ବର୍ତ୍ତି ପାରିବେ ସେନେଇ ଶୁଦ୍ଧ ପାନୀୟ ଜଳ ପିଇବା ସହ ଫସଲରେ ସାର ଓ କୀଟନାଶକର କମ୍ ବ୍ୟବହାର କରିବାକୁ ସଚେତନ କରିଥିଲେ ।

Advertisment

ସତ୍ୟର ଜୟ ଅଧର୍ମର ବିନାଶ ବାର୍ତ୍ତା ନେଇ ଗତ 20 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ରାବଣ ବଧ ସହ ଶେଷ ହେବ ।

(ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ, ଓଟିଭି)

Festivals Ramlila Baragarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ