Advertisment

ଢେଙ୍କାନାଳ ଓ ଅନୁଗୋଳରେ ସରିଲା ମାଆ ଗଜଲକ୍ଷ୍ମୀଙ୍କ ଭସାଣଯାତ୍ରା

ମେଲାଣି ନେଲେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ। ଢେଙ୍କାନାଳ ଏବଂ ଅନୁଗୋଳରେ ବେଶ ଧୁମଧାମର ସହ ସମ୍ପର୍ଣ୍ଣ ହେଲା ମାଆ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ।

ଅଦ୍ୟତନ ହୋଇଛି
Dhenkanal Gajalaxmi Puja 2023

Maa Gajalaxmi

Advertisment

ମେଲାଣି ନେଲେ ଧନଧାନ୍ୟର ଦେବୀ ମାଆ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ୧୧ ଦିନ ବ୍ୟାପି ଚାଲିଥିବା ଲକ୍ଷ୍ମୀପୂଜାର ଭସାଣ ଉତ୍ସବ ଶେଷ ହୋଇଛି। ଗତ ରାତି (ବୁଧବାର) ୧୧ଟା ସୁଦ୍ଧା ସମସ୍ତ କମିଟି ଭସାଣ ଶୋଭାଯାତ୍ରା ଶେଷ କରିଥିଲେ।

Advertisment

ସକାଳ ୮ଟାରୁ ଭସାଣ ଉତ୍ସବ ଆରମ୍ଭ ହେଇଥିବା ବେଳେ ସହରର ସମସ୍ତ ୩୮ଟି ଯାକ ପୂଜା କମିଟି ସାମିଲ ହୋଇ ନଗର ପରିକ୍ରମା କରିଥିଲେ ।

ଭସାଣ ଉତ୍ସବରେ DJ ବ୍ୟାନ ଥିବା ବେଳେ ବିଭିନ୍ନ ପାରମ୍ପାରିକ ଶୋଭାଯାତ୍ରାରେ କମ୍ପିଥିଲା ସାରା ସହର। ଢେଙ୍କାନାଳ ସହରରେ ଥିବା ୫ଟି ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା ।

Advertisment

ସେହିପରି ଶିଳ୍ପ ସମୃଦ୍ଧ ଅନୁଗୁଳ ସହରରେ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ। ପାଗ ଅନୁକୂଳ ଥିବାରୁ ବିସର୍ଜନ ପର୍ବରେ ସାମିଲ ହୋଇଥିଲେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ। ଘଣ୍ଟ ଘଣ୍ଟା, ଢୋଲ, ଦୁଲଦୁଲିରେ ଏକ ଭକ୍ତିମୟ ପରିବେଶରେ ମାଙ୍କୁ ବିଦାୟ ଦେଇଛନ୍ତି ସହର ବାସିନ୍ଦା।

ମେଢ଼ ଗୁଡ଼ିକ ଥାନା ଛକରୁ ବାହାରି କାଞ୍ଚନବଜାର, ପୁରୁଣା ବସଷ୍ଟାଣ୍ଡ, ରାଜାଛକ, ସେଣ୍ଟ୍ରାଲ ଲଜ୍ ଛକ, ବଜାର ଛକ ଦେଇ ଯାଇଥିଲେ। ଭସାଣିରେ ଡିଜେକୁ ବାରଣ କରାଯାଇଥିଲା ବେଳେ ବିଭିନ୍ନ କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟରେ ମାଙ୍କୁ ମେଲାଣି ଦିଆଯାଇଥିଲା। ଅନୁଗୁଳରେ ଚଳିତ ବର୍ଷ ୩୦ରୁ ଅଧିକ ପୂଜା ମଣ୍ଡପରେ ହୋଇଥିଲା ମାଆ ଅନ୍ନପୂର୍ଣ୍ଣାଙ୍କ ଆରାଧନା ।

Advertisment
Gajalaxmi Puja Immersion Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ