Advertisment

Mini Marathon: କ୍ୟାନସର ସହ ଲଢ଼ିବା ପାଇଁ ଓଟିଭିର ଭିନ୍ନ ପ୍ରୟାସ; ସଂକଳ୍ପର ଗଣଦୌଡରେ ସାମିଲ୍ ହେଲା ଓଡ଼ିଶା

କଳିଙ୍ଗ ଷ୍ଟାଡିୟମ ପରିସରରୁ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ହୋଇଛି। କ୍ୟାନସରକୁ ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ବ କର୍କଟ ଦିବସ। ଚଳିତ ବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍।

ଅଦ୍ୟତନ ହୋଇଛି
marathon

marathon

Advertisment

ଜାଣିବା, ଲଢିବା, ଜିତିବା।...କ୍ୟାନସର ବିରୋଧରେ ସଚେତନ କରିବାକୁ ଓଟିଭିର ଭିନ୍ନ ପ୍ରୟାସ। ଆଜି ବିଶ୍ବ କର୍କଟ ଦିବସ ଅବସରରେ ‘ଜୀବନ ଆଡକୁ ଦୌଡ଼’ ଏହି ଲକ୍ଷ୍ୟ ନେଇ ଓଟିଭି ଆୟୋଜିତ କରୁଛି ମିନି ମାରାଥନ୍ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ହୋଇଛି। କ୍ୟାନସରକୁ ନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ପାଳନ ହେଉଛି ବିଶ୍ବ କର୍କଟ ଦିବସ। ଚଳିତ ବର୍ଷର ଥିମ୍ ରହିଛି ୟୁନାଇଟେଡ୍ ବାଏ ୟୁନିକ୍।

Advertisment

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ମାରାଥନରେ ଅନେକ ଲୋକ ଭାଗ ନେଇଛନ୍ତି। ଓଡ଼ିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ତଥା ସହ ପ୍ରତିଷ୍ଠାତା ଜାଗି ମଙ୍ଗତ ପଣ୍ଡା ଏନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଏହି ମାରାଥନ୍‌ରେ ଉଦ୍ଦେଶ୍ୟ କେବଳ ସୁସ୍ଥ ରହିବା ନୁହେଁ, ବରଂ ସଚେତନ କରିବା ଦିଗରେ ଏକ ପ୍ରୟାସ । କ୍ୟାନସରକୁ ଯେତେ ଶୀଘ୍ର ଚିହ୍ନଟ କରିହେବ ତାକୁ ସେତେ ଶୀଘ୍ର ଭଲ କରିହେବ।

କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ କହିଛନ୍ତି, କ୍ୟାନସରେ ପୀଡିତ ଲୋକଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ଓଟିଭିର ଏପ୍ରୟାସ ସ୍ୱାଗତ ଯୋଗ୍ୟ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଅନେକ ଲୋକ ରୋଗଗ୍ରସ୍ତ ହେଉଛନ୍ତି। ଏ ମରାଥନ କରି ଓଟିଭି ସଚେତନତା ବାଣ୍ଟୁଥିବାରୁ ଧନ୍ୟବାଦ ଜଣାଇଲେ। ଏଥିସହ କ୍ୟାନସର ସହ ଲଢିବା ପାଇଁ ଆହ୍ୱାନ ଦେଲେ। ଯୁବବର୍ଗ ଫିଟ୍ ରହିଲେ ଓଡ଼ିଶା ଫିଟ୍ ରହିବ। ନିଶାଠାରୁ ଦୂରେଇ ରହିବାକୁ ହେବ। ସଂକଳ୍ପର ଗଣଦୌଡରେ ଦୌଡି ଏହାଠାରୁ ଦୂରେଇ ରହିବାକୁ ହେବ। ଶିକ୍ଷା ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏହାକୁ ସଫଳ କରିବାକୁ ହେଲେ ସମସ୍ତଙ୍କୁ ଏକ ହେବାକୁ ପଡିବ।

Advertisment

ପାରା ଆଥଲେଟ୍ ପ୍ରମୋଦ ଭଗତ ମଧ୍ୟ ଦୌଡ଼ରେ ସାମିଲ୍ ହୋଇଛନ୍ତି। ସେ କହିଛନ୍ତି, କ୍ୟାନସରରେ ଜୀବନ ଯିବା ଭୟ ଲଗିଥାଏ। ତା ସହ ଲଢ଼ିବା ଆଉ ଜିତିବା। ଏହି ଦୌଡ଼ରେ ସଚେତନତା ସୃଷ୍ଟି କରାଯାଉଛି। ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତେବେ ଯାଏ କ୍ୟାନସର ବିରୋଧରେ ଲଢ଼େଇ ସଫଳ ହୋଇପାରିବ।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Advertisment
World Cancer Day OTV Mini Marathon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ