Advertisment

Saraswati Puja: ଓଡ଼ିଶାରେ ଅଛି ଏମିତି ଜାଗା, ଯେଉଁଠି ସବୁଦିନ ହୁଏ ସରସ୍ୱତୀ ପୂଜା

ଏଠି ସବୁଦିନ ପୂଜା ପାଆନ୍ତି ମା’ ସରସ୍ୱତୀ। ପ୍ରତ୍ୟେକ ଦିନ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ, ସୃଷ୍ଟିହୁଏ ଭକ୍ତିମୟ ପରିବେଶ। ଆସନ୍ତୁ ଜାଣିବା ଓଡିଶାରେ କେଉଁଠି ଅଛି ଏହି ଜାଗା।

ଅଦ୍ୟତନ ହୋଇଛି
Saraswati temple in Udala gears up for Basant Panchami

Saraswati temple in Udala gears up for Basant Panchami

Advertisment

ଆଜି ବାକ୍‌ଦେବୀ ମା ସରସ୍ୱତୀଙ୍କ ପୂଜା। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମା’ ପୂଜା ପାଉଛନ୍ତି। ଓଡ଼ିଶା ରେ ଏମିତି ଏକ ଜାଗା ଅଛି ଯେଉଁଠି ମା’ଙ୍କର ମନ୍ଦିର ଅଛି। ଏଠାରେ ଯଥା ରୀତିନୀତି ଅନୁଯାୟୀ ଚାଲେ ପୂଜା ଅର୍ଚ୍ଚନା! ପ୍ରତ୍ୟେକ ଦିନ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ପୂଜା ଅର୍ଚ୍ଚନା ପାଇଁ! ଏନେଇ ମନ୍ଦିରରେ ଏକ ଭକ୍ତିମୟ ପରିବେଶ ଦେଖାଦିଏ।

Advertisment

ମୟୂରଭଞ୍ଜ ଜିଲ୍ଲା ର ଉଦଳା ଠାରେ ରହିଛି ବୀଣାପାଣି ବାକଦେଵୀଙ୍କ ଏହି ମନ୍ଦିର। ଓଡ଼ିଶାର ଏ ହେଉଛି ଏକମାତ୍ର ସରସ୍ଵତୀ ମନ୍ଦିର। ଏଠାରେ ବିଦ୍ୟାଦାତ୍ରୀ ପ୍ରତ୍ୟେକ ଦିନ ପୂଜା ପାଇଥାନ୍ତି। ରାଜା ରାଜୁଡା ସମୟରୁ ଏଠାରେ ମା’ ପୂଜା ପାଉଛନ୍ତି।

ଅଧିକ ପଢ଼ନ୍ତୁ: କିଏ ଓ କିପରି ସୃଷ୍ଟିକଲେ ଦେବୀ ସରସ୍ୱତୀଙ୍କୁ; କ’ଣ ଥିଲା ଉଦ୍ଦେଶ୍ୟ

Only one Saraswati Temple in odisha(ଉଦଳାର ସରସ୍ୱତୀ ମନ୍ଦିର)

ପ୍ରଥମେ ଏକ ଅସ୍ଥାୟୀ ଚାଳ ଘରେ ମା’ ବାକଦେବୀଙ୍କ ପୂଜା ଅନୁଷ୍ଠିତ ହେଉଥିଲା। ସମୟ କ୍ରମେ ଏବେ ମନ୍ଦିରରେ ପୂଜା ପାଉଛନ୍ତି ମା। ଏବେ ଏହା ବାଣୀପୀଠ ଭାବେ ବେଶ ପରିଚିତ। ୧୯୮୧ ମସିହାରେ ଏକ ସ୍ଥାୟୀ କମିଟି ଗଠନ ହେଲା ଏବଂ ମା’ଙ୍କ ସ୍ଥାୟୀ ବିଗ୍ରହ ପ୍ରତିଷ୍ଠା ହେଲା ବୋଲି ମନ୍ଦିର ପୂଜକ କୁହନ୍ତି।

Advertisment

ଉଦଳା ବଜାର ମଧ୍ୟସ୍ଥଳୀରେ ରହିଛି ଏହି ମନ୍ଦିର। ପ୍ରତ୍ୟେକ ଦିନ ଯଥା ରୀତିନୀତି ଅନୁଯାୟୀ ସକାଳ ପୂଜା, ସକାଳ ଭୋଗ, ମଙ୍ଗଳ ଆଳତି, ପହଡ଼ ସହ ପୂଜା ଅର୍ଚ୍ଚନା ହୋଇଥାଏ। ତେବେ ମା’ ବୀଣାପାଣି ପ୍ରତ୍ୟେକ୍ଷ ଦେବୀ ହୋଇଥିବା ବେଳେ ଭକ୍ତମାନେ ଏଠାରେ ମାନସିକ ବ୍ରତ କରିଥାନ୍ତି। ଯିଏ ମା’ଙ୍କ ଆଶିଷ ଲାଭ କରିଛି ଭକ୍ତଙ୍କ ଆବେଗ ଏଠାକୁ ଟାଣି ଆଣିଛି। ଏଠାରେ ସବୁ ମନସ୍କାମନା ପୂରଣ ହୁଏ ବୋଲି ଗ୍ରାମବାସୀ କୁହନ୍ତି।

ବିଶେଷ କରି ସରସ୍ଵତୀ ପୂଜା ଆସିଲେ ମନ୍ଦିର ମନ୍ତ୍ର ଓ ପୂଜା ପାଠରେ ପ୍ରକମ୍ପିତ ହୋଇଥାଏ। ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ଏହିଦିନ ଏଠାରେ ଛୋଟ ପିଲାଙ୍କ ଖଡ଼ି ଛୁଆଁ କରାଯାଇଥାଏ। ଓଡ଼ିଶାର ଏକମାତ୍ର ବାଣୀପୀଠ ହୋଇଥିବା ବେଳେ ସରସ୍ଵତୀ ପୂଜାଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ପୂଜା ଅର୍ଚ୍ଚନା ପାଇଁ ଏଠାକୁ ଆସିଥାନ୍ତି। ପୂଜାଦିନ ଠାରୁ ୧୫ ଦିନ ଧରି ଏଠାରେ ଏକ ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏହା ସରସ୍ଵତୀ ମେଳା ଭାବେ ବେଶ ପରିଚିତ।

Advertisment

(ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ)

Saraswati Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ