Advertisment

Akshay Tritiya Celebrations in Odisha: ହଳ କଲେ, ଅକ୍ଷି ମୁଠି ବୁଣିଲେ; ୫୦ ଲକ୍ଷ ଅନ୍ନଦାତାଙ୍କ ଖାତକୁ ଗଲା CM କିଷାନ ଟଙ୍କା...

ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ କଲା ଚଷା ପୁଅ, ୫୦ଲକ୍ଷ ଅନ୍ନଦାତାଙ୍କ ଖାତକୁ ମୁଖ୍ୟମନ୍ତ୍ରୀ ପଠାଇଲେ ସିଏମ୍ କିଷାନ ଟଙ୍କା...ଆଜ୍ଞାମାଳ ପରେ ପୁରୀରେ ରଥ ନିର୍ମାଣର ଶୁଭାରମ୍ଭ, ଏଣେ ସୁନା କିଣିବାକୁ ଗ୍ରାହକଙ୍କ ଭିଡ଼...

ଅଦ୍ୟତନ ହୋଇଛି
Akshay Tritiya Celebrations in Odisha

Akshay Tritiya Celebrations in Odisha

Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା। କିଏ ଅକ୍ଷି ମୁଠି ଅନୁକୂଳ କରି କ୍ଷେତରେ ବିହନ ବୁଣିଛନ୍ତି ତ ଆଉ କିଏ ବିଶ୍ବାସ ଓ ପରମ୍ପରା ଆଧାରରେ ସୁନା କିଣିଛନ୍ତି ସମୃଦ୍ଧି ଆଶାରେ। ତାହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ବର OUAT ଫାର୍ମରେ ଅଖିମୁଠି ଅନୁକୂଳ ସହ ସିଏମ୍ କିଷାନ ଟଙ୍କା ପଠାଇଛନ୍ତି ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ। 

Advertisment

କିଏ ମୁଣ୍ଡରେ ଠେକା ବାନ୍ଧିଛନ୍ତି ତ ଆଉ କିଏ ପିନ୍ଧିଛନ୍ତି ମୁକୁଟ। କିଏ କାନ୍ଧରେ ଉତ୍ତରୀୟ ପକାଇଛନ୍ତି ତ ଆଉ କିଏ ଧାରଣ କରିଛନ୍ତି ନୂଆ ବେଶ ପୋଷାକ। କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାରେ ରାଜ୍ୟର ୩ଟି ଦଳର ନେତାଙ୍କ ଥିଲା ଏଭଳି ଗେଟ୍ ଅପ୍। ବିଜେଡି ଓ କଂଗ୍ରେସ ନେତା ବେଶଭୂଷାରେ ଆସି ଭୁବନେଶ୍ବର ଉପକଣ୍ଠରେ ଅନୁକୂଳ କରିଥିଲେ ଅକ୍ଷି ମୁଠି। ଆଉ ଭୁବନେଶ୍ବର ଓୟୁଏଟି ଫାର୍ମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାଲି ପାଦରେ ଜମିକୁ ଓହ୍ଲାଇଥିଲେ। ହଳ କଲେ, ଅକ୍ଷି ମୁଠି ଅନୁକୂଳ କଲେ। ସାଙ୍ଗରେ ଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଅକ୍ଷିମୁଠି ଅନୁକୂଳ ପରେ ମଞ୍ଚ ଉପରୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଥିଲେ ସିଏମ୍ କିଷାନ ଟଙ୍କା। ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ DBT ମାଧ୍ୟମରେ ପଠାଇଥିଲେ ହଜାରେ କୋଟିରୁ ଅଧିକ ଟଙ୍କା। ତା’ସହ ଚାଷୀଙ୍କ ପାଇଁ ଗତ ସରକାର ଶହେ ଟଙ୍କା ବୋନସ୍ ଘୋଷଣା କରିଥିଲେ ବି କିପରି ଆଖିବୁଜିଦେଲେ ତାକୁ ନେଇ ବି ସଭାମଞ୍ଚରୁ ନିଶାନା କରିଥିଲେ ସିଏମ୍ ମୋହନ ମାଝୀ। 

ଅଧିକ ପଢନ୍ତୁ: ଅକ୍ଷୟ ତୃତୀୟାରେ କାହିଁକି କରାଯାଏ ଜଳଦାନ, କେଉଁ ଦେବୀଙ୍କୁ ସ୍ମରଣ କରି ବୁଣାହୁଏ ବିହନ

Advertisment

ଏ ଚିତ୍ର ବ୍ରହ୍ମପୁର ନିକଟ ଗୋଳନ୍ଥରାର। ରାଜ୍ୟପାଳ ହରିବାବୁ କମ୍ଭମପାଟି ଜିଲ୍ଲାସ୍ତରୀୟ କୃଷକ ଦିବସ ଉପଲକ୍ଷେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରଠାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ। ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହ କୃଷି ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ। 

ଅକ୍ଷିମୁଠି ଅନୁକୂଳର ଏହି ପବିତ୍ର ଦିବସରେ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ସହ ନେଇ କ୍ଷେତରେ ହଳଲଙ୍ଗଳ କରିଛି ଚଷାପୁଅ। ତାହାରି ଭିତରେ କିଏ ଗୃହ ନିର୍ମାଣ ତ ଆଉ କିଏ ନୂଆ ବ୍ୟବସାୟିକ ପ୍ରତିଷ୍ଠାନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏଣେ ସୁଖ ଓ ସମୃଦ୍ଧି ଆଶାରେ ଚଢ଼ା ଦର ସତ୍ତ୍ବେ ଗହଣା ଦୋକାନୀଙ୍କ ଭଳିକି ଭଳି ଅଫର୍ ଯୋଗୁଁ ମନପସନ୍ଦର ସୁନା, ରୁପା ଗହଣା କିଣିଛନ୍ତି ଲୋକେ। ଗତ ଅକ୍ଷୟ ତୃତୀୟା ବେଳେ ଭୁବନେଶ୍ବରରେ ଯେଉଁ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ପ୍ରାୟ ୭୨ ହଜାର ଥିଲା, ତାହା ଆଜି ଥିଲା ୮୯ ହଜାର ୭୫୦ ଟଙ୍କା। 

Advertisment
Farmers Akshay Tritiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ