Advertisment

Dahibara Dibasa: କଟକିଆଙ୍କ ପ୍ରିୟ ଖାଦ୍ୟ..ଦହିବରା ଯିଏ ଖାଇଛି, ସିଏ ଜାଣିଛି..

କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।

ଅଦ୍ୟତନ ହୋଇଛି
Dahibara Aloodum Dibasa 2024

Dahibara Aloodum

Advertisment

କଟକର ସ୍ୱତନ୍ତ୍ର ପରିଚୟ ହେଉଛି ସୁସ୍ୱାଦୁ ଦହିବରା ଆଳୁଦମ। ଏହା ଏକ ସ୍ୱତନ୍ତ୍ର, ଭିନ୍ନ ଓ ସୁଆଦିଆ ଖାଦ୍ୟ। କଟକିଆଙ୍କ ପ୍ରଥମ ପସନ୍ଦ ଦହିବରା ଆଳୁଦମ। ଦେଖିବାକୁ ଯେତେ ଆକଷଣୀୟ ସେତେ ସ୍ୱାଦିଷ୍ଠ। ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ଦହିବରା ଦିବସ ଭାବେ ପାଳନ କରାଯାଏ। ବିଭିନ୍ନ ସ୍ଥାନରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି।

Advertisment

କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ। ଖାଲି ଓଡ଼ିଶାରେ ସୀମିତ ରହିନି ଦହିବରା, ଦେଶର ବିଭିନ୍ନ ସ୍ଥାନରେ ବି ଏବେ ଓଡ଼ିଆର ଏହି ସ୍ୱାଦକୁ ଚାଖିଛନ୍ତି ଲୋକେ। ପ୍ଲେଟ୍‌ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ଲାଳ ଆସିଯିବଣି ଆଉ ମନ ହେବଣି କେଉଁଠିକୁ ଗୋଟେ ଯାଇ ଗୋଟେ-ଦି’ ପ୍ଲେଟ୍ ଖାଇଦେବା ପାଇଁ।

କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁସାରା ଦେଶରେ ଖ୍ୟାତି ଅର୍ଜନ କରିଛି। କାହିଁକି ଜାଣିଛନ୍ତି ବିଭିନ୍ନ ରାଜ୍ୟର ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ ସଭିଙ୍କ ପ୍ରିୟ ଦହିବରା ଆଳୁଦମ। କଟକର ଦହିବରା ବ୍ୟବସାୟୀ ବାବୁଲା ସାହୁ ଦିଲ୍ଲୀରେ ଆୟୋଜିତ ଏକ ଫୁଡ୍ ଫେଷ୍ଟିଭାଲ୍‌ରେ ଭାଗ ନେଇ ସମସ୍ତଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

Advertisment
Dahibara Aloodum
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ