Advertisment

ଓଡ଼ିଆ ନବ ବର୍ଷ: ଗାଁଠୁ ସହର ଜମିଲା ପଣାପାଣିର ଆସର

ଆଜି ହେଉଛି ଓଡ଼ିଆ ନବ ବର୍ଷର ପ୍ରଥମ ଦିନ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି। ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ସାଙ୍ଗକୁ ଦଣ୍ଡପର୍ବ ମଧ୍ୟ ଅନୁଷ୍ଠିତ ହୋଇଛି।

ଅଦ୍ୟତନ ହୋଇଛି
undefined

odia new year celebration

Advertisment

ଓଡ଼ିଆ ନବ ବର୍ଷ, ମହା ବିଷୁବ ତଥା ପଣା ସଂକ୍ରାନ୍ତି। ଗାଁଠୁ ସହର, ମଠମନ୍ଦିର, ଆଖଡା ଶାଳରୁ ଆରମ୍ଭ କରି ଧାର୍ମିକ ଅନୁଷ୍ଠାନ, ସବୁଠି ଆଜି ଜମିଛି ପଣାପାଣିର ଆସର। ହିନ୍ଦୁ ଧର୍ମ ଅନୁସାରେ ଆଜିଠାରୁ ଆରମ୍ଭ ହୋଇଛି ସୌରମାନ ବର୍ଷର ପ୍ରଥମ ଦିନ। କୁହାଯାଏ ଆଜିଠାରୁ ସୂର୍ଯ୍ୟଦେବଙ୍କ ଉତ୍ତାପ ପୃଥିବୀ ପୃଷ୍ଠରେ ଅଧିକମାତ୍ରାରେ ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ପଣାପାଣିର ପରମ୍ପରା ପ୍ରଚଳିତ ହେଉଛି।

Advertisment

ସେଇଥି ପାଇଁ ଆଜି ବାବା ଆଖଣ୍ଡଳମଣୀଙ୍କ ପୀଠରେ ଆରମ୍ଭ ହୋଇଛି ବୈଶାଖୀ ବ୍ରତ। ଶତାଧିକ ଗୋପାଳ ଭକ୍ତ କାନ୍ଧରେ ପାଣିଭାର ଧରି ବାବାଙ୍କୁ ସ୍ନାନ କରାଇଛନ୍ତି। ଠିକ୍ ସେମିତି ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ ରକରମ ପଣା ପ୍ରସ୍ତୁତ କରା ଯାଇଛି। କ୍ଷୀର, ଦହି, ନଡ଼ିଆ, କଦଳୀଠାରୁ ଆରମ୍ଭ କରି ନାନାଦି ଫଳମୂଳ ମିଶ୍ରଣରେ ହଣ୍ଡାହଣ୍ଡା ପଣା ଆଜି ବିତରଣ କରାଯାଇଛି। ପରମ୍ପରା ଅନୁସାରେ ଆଜିଠାରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ତୁଳସୀ ଚଉରାମୂଳେ ଘରେ ଘରେ ଜଳଧାରା ବସାଯାଉଛି।

ଅଧିକ ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ

ପଣା ସଂକ୍ରାନ୍ତି ଅବସରରେ ରାଜ୍ୟରେ ବିଭିନ୍ନ ଦେବୀ ପୀଠରେ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଛି। କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀ ପୀଠରେ ଚଇତି ପର୍ବ ସାଙ୍ଗକୁ ମାଆଙ୍କ ଜନ୍ମଦିବସ ବହୁ ଆଡମ୍ବରରେ ପାଳନ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା ସାରଳାଙ୍କ ପୀଠରେ ବେଶ ଧୂମଧାମର ସହ ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଇଛି। ପରମ୍ପରା ଅନୁସାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। କିଏ ମାନସିକ ରଖି ଡୋରି ବାନ୍ଧିଛି ତ ଆଉ କିଏ ମାନସିକ ପୂରଣ ହେବା ପରେ ମାଆଙ୍କ ପୀଠରେ  ଡୋରି ଖୋଲିଛି। ସେହିପରି ବିଭିନ୍ନ ସ୍ଥାନରେ ଦଣ୍ଡଯାତ୍ରା ସମାପନ ହୋଇଛି।

Advertisment

ସେପଟେ ଆଜି ଭକ୍ତି ଓ ଆନନ୍ଦର ସହ ପାଳନ ହେଉଛି ହନୁମାନଙ୍କ ଜନ୍ମଦିବସ। ଏହି ଉପଲକ୍ଷେ ରାଜ୍ୟର କୋଣ ଅନୁକୋଣରେ ଶୋଭାଯାତ୍ରା ସାଙ୍ଗକୁ ହନୁମାନ ଚାଳିସା ପାଠ କରାଯାଇଛି। କୋରାପୁଟ ଜିଲ୍ଲାର ଦାମନଯୋଡ଼ିଠାରେ ଥିବା ୧୦୮ ଫୁଟ୍ ଉଚ୍ଚତାର ବୃହତ୍ ହନୁମାନ ମୂର୍ତ୍ତି ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି। ମହାବୀର ଜୟନ୍ତୀ ଅବସରରେ କଟକ, କେନ୍ଦ୍ରାପଡ଼ା, ପୁରୀ, ବ୍ରହ୍ମପୁର ସବୁ ସ୍ଥାନରେ ହନୁମାନ ଭକ୍ତ ଶୋଭାଯାତ୍ରା କରିବା ସଙ୍ଗକୁ ନଗର ପରିକ୍ରମା କରିଛନ୍ତି।

ସେହିପରି ପୁରୀର ବିଭିନ୍ନ ଜାଗା ଆଖଡ଼ାରେ ଆଜିଠାରୁ ମଲ୍ଲଯୋଦ୍ଧାମାନେ କୁସ୍ତି ଆରମ୍ଭ କରିଛନ୍ତି। ପରମ୍ପରା ଅନୁସାରେ ଖଡ଼ିଛୁଇଁଲା ପରି କୁନିକୁନି ପିଲାଏ ଜାଗା ଆଖଡାରେ ଦେହରେ ମାଟି ବୋଳି ହୋଇ ଆଖଡା ଖେଳ ଆରମ୍ଭ କରିଛନ୍ତି।

Advertisment
Pana Sankranti Odia New Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ