Advertisment

ଆଜି ନୂଆଁଖାଇ; ନବାନ୍ନ ଲାଗି ପାଇଁ ମାହେନ୍ଦ୍ର ବେଳାକୁ ଅପେକ୍ଷା

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ  । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ । ସମସ୍ତେ ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରେ ପହଞ୍ଚି ସାରିଛନ୍ତି  ପିଠା ମିଠା ସାଙ୍ଗକୁ ଘରେ ଘରେ କୁଣିଆଙ୍କ ଜମିିଛି ଭିଡ ।

ଅଦ୍ୟତନ ହୋଇଛି
Nuakhai in western Odisha

Nuakhai in western Odisha

Advertisment

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ  । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ । ସମସ୍ତେ ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରେ ପହଞ୍ଚି ସାରିଛନ୍ତି  ପିଠା ମିଠା ସାଙ୍ଗକୁ ଘରେ ଘରେ କୁଣିଆଙ୍କ ଜମିିଛି ଭିଡ । ଏଥିପାଇଁ ସଭିଏଁ ଅପେକ୍ଷା କରି ବସିଛନ୍ତି ସେହି ମାହେନ୍ଦ୍ର ବେଳାକୁ ।

Advertisment

ଏପଟେ ଗତକାଲି ବଲାଙ୍ଗିରରେ ପାହୁର ଶୋଭାଯାତ୍ରା ହୋଇଛି । କୋଭିଡ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଗହଣରେ ଇଷ୍ଟଦେବୀ ମା’ ସମଲେଶ୍ୱରୀ, ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ  ଦେବଦେବୀଙ୍କ ମନ୍ଦିରରେ ପାହୁର ପହଞ୍ଚିଛି।  ଏହାସହ ବିଭିନ୍ନ ସହରରେ ନୂଆଖାଇ ପାଇଁ ବଜାରରେ ପାର୍ବଣ ହାଟ ବସିଛି  ।

Advertisment

ସେହିପରି ପରମ୍ପରା ଅନୁଯାୟୀ ଆଉ କିଛି ସମୟ ପରେ ସୁବର୍ଣ୍ଣପୁର ସମଲେଇ ମନ୍ଦିର ବାହାରିବ ପାହୁର  । ପୁର୍ବରୁ ପଣ୍ଡିତ ମହାସଭାଙ୍କ ଦ୍ୱାରା ଏଥିପାଇଁ ଲଗ୍ନ ଧାଯ୍ୟ କରାଯାଇଛି  । ସମଲେଇ ମନ୍ଦିରରୁ ପାହୁର ବାହରି ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢ଼ୀସମଲାଇ ଆଦି ଅଷ୍ଟଚଣ୍ଡୀଙ୍କ ପାଖକୁ ରାଜ ଭୋଗ ପହଂଚିବ।  ସରୁ ଓ ବାସୁମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ଼ ଓ ପନିପରିବା, ପିଠାପଣାର ସାମଗ୍ରୀ ସହ ନୂଆଁଧାନର ପଂଚାମୃତ ପାଇଁ ସବୁପ୍ରକାର ସାମଗ୍ରୀ ଏବେ ସମଲେଇଙ୍କ ମନ୍ଦିରରେ ପହଞ୍ଚିସାରିଛି  ା ଏକ ନୂଆଁହାଣ୍ଡିରେ ସେସବୁକୁ ସଜାଯାଇ ଏକ ସଂସ୍କୃତିକ ଶୋଭାଯାତ୍ରାରେ ସବୁ ଦେବାଦେବୀଙ୍କ ପାଖକୁ ଯିବ। ପୂର୍ବ ନିର୍ଦ୍ଧାରିତ ନୂଆଁଖାଇ ଲଗ୍ନରେ ଇଷ୍ଟଦେବୀ ସୁରେଶ୍ୱରୀଙ୍କ ପାଖରେ ନୂଆଁ ଲାଗିବା ପରେ ସୁବର୍ଣ୍ଣପୁର  ଜିଲ୍ଲାବାସୀଙ୍କ ସହ ପଂଚରା ଅଂଚଳବାସୀ  ନୂଆଁ ଖାଇବେ। ଏଣୁ ସେହି ସମୟକୁ ଏବେ ଜିଲ୍ଲାବାସୀଙ୍କ ଅପେକ୍ଷା ରହିଛି॥

ତେବେ କୋଭିଡ ମହାମାରୀ ଯୋଗୁ ଅନ୍ୟବର୍ଷ ପରି ଉତ୍ସାହ ନାହିଁ। ସବୁକିଛି କରୋନା କଟକଣା ମଧ୍ୟରେ ହେଉଛି। ତଥାପି ନୂଆଖାଇ ଉଲ୍ଲାସ ସବୁରି ମନରେ ରହିଛି।

Advertisment

 ଅନ୍ୟପକ୍ଷେ,   ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ମା ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଏଥର ଭଲ ଚାଷ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଏହାସହ ସେ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି ।

Western Odisha Nuakhai Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ