Advertisment

ଭୁବନେଶ୍ୱରରେ ନୟାଗଡ଼ ଦିବସ: ପଠାଣି ସାମନ୍ତଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ପାଇଁ ଦାବି

ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।

ଅଦ୍ୟତନ ହୋଇଛି
Nayagarh Dibas Celebrated In Bhubaneswar

Nayagarh Dibas

Advertisment
ରାଜ୍ୟରେ ବିଭିନ୍ନ ଐତିହ୍ୟସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏବେ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି। ଏଭଳି ପଦକ୍ଷେପ ନିଶ୍ଜିତ ଭାବରେ ସ୍ବାଗତଯୋଗ୍ୟ। ତେବେ କେବଳ ଭାରତରେ ନୁହେଁ, ବିଶ୍ବସ୍ତରରେ ଓଡ଼ିଶା ପାଇଁ ପରିଚୟ ନିର୍ମାଣ କରିଥିବା ବିସ୍ମୟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମପୀଠ ଅବହେଳିତ ହୋଇ ପଡ଼ିରହିବା ଦୁଃଖଦାୟକ ବୋଲି କହିଛନ୍ତି ବିଶିଷ୍ଠ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର।
Advertisment

ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା ନୟାଗଡ଼ ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ାରେ ଥିବା ପଠାଣି ସାମନ୍ତଙ୍କ ଜନ୍ମପୀଠର ରୂପାନ୍ତରଣ ଦାବି କରିଛନ୍ତି ଶ୍ରୀ ବେନହୁର। ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସେଠାରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ସରକାରଙ୍କ ପାଖରେ ମଞ୍ଚ ଦୃଢ଼ ଦାବି କରୁ ବୋଲି ପରାମର୍ଶ ଦେଇଥିଲେ ଶ୍ରୀ ବେନହୁର।

Nayagarh Dibas
(Nayagarh Dibasa Celebration)

ସ୍ଥାନୀୟ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ପ୍ରେମାନନ୍ଦ ମହାପାତ୍ର ନୟାଗଡ଼ ଜିଲ୍ଲାର ୪ ଗଡ଼ଜାତର ଇତିହାସ ଓ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ସ୍ତମ୍ଭକାର ଓ ଲେଖକ ଜାନକୀଶ ବଡ଼ପଣ୍ଡା ନିଜ ବକ୍ତବ୍ୟରେ ଭୁବନେଶ୍ବରରେ ନୟାଗଡ଼ବାସୀ ଏକାଠି ହେବା ପାଇଁ ଏକ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ। ସମାଜସେବୀ ନିବେଦିତା ଲେଙ୍କା ଅତିଥି ଭାବରେ ଯୋଗଦେଇ ନୟାଗଡ଼ର ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ସଭିଏଁ ଏକାଠି ହେବାକୁ ଆହ୍ବାନ ଦେଇଥିଲେ।

Advertisment

କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅମରେଶ ଚନ୍ଦ୍ର ଦାସ, ସୁବ୍ରତ କୁମାର ନାୟକ, ଅଭିଳାଷ ପଣ୍ଡା, ଆଶିଷ କୁମାର ରଥ, ସତ୍ୟେନ୍ଦୁ ଶେଖର ମିଶ୍ର, ସୁଧାଂଶୁ ଶେଖର ସାହୁ, ରାଜକିଶୋର ଡାକୁଆ ଓ ପ୍ରତ୍ୟୁଷ ଦେବାଶିଷ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ୱରରେ ରହୁଥିବା ବହୁ ଅଧିକ ନୟାଗଡ଼ ବାସିନ୍ଦା ଏହି ଉତ୍ସବରେ ଭାଗ ନେଇଥିଲେ। ଆଗାମୀ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱରରେ ଦ୍ୱିତୀୟ ଛେନାପୋଡ଼ ଦିବସ ପାଳନ ହେବା ପାଇଁ ଆଜିର ଉତ୍ସବରେ ନିଷ୍ପତ୍ତି ନିଆଯାଇଥିଲା।

Pathani Samanta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ