Advertisment

India Celebrates Navy Day: କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ? ଜାଣନ୍ତୁ...

୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ । ତେବେ ସେହି ଘଟଣା କଣ, କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ଆସନ୍ତୁ ଜାଣିବା।

India Celebrates Navy Day

India Celebrates Navy Day

Advertisment

ଆପଣ ଜାଣିଛନ୍ତି କି, ୧୯୭୨ ମସିହା ପୂର୍ବରୁ ଡିସେମ୍ବର ୧୫ରେ ପାଳନ ହେଉଥିଲା ନୌସେନା ଦିବସ। କିନ୍ତୁ ୧୯୭୧ ମସିହାରେ ଏଭଳି ଏକ ଐତିହାସିକ ଘଟଣା ଘଟିଲା, ଯେଉଁଥିପାଇଁ ୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ । ତେବେ ସେହି ଘଟଣା କଣ, କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ଆସନ୍ତୁ ଜାଣିବା।

Advertisment

୧୯୭୧ ଡିସେମ୍ବର ୩ରେ ଆରମ୍ଭ ହୋଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ। ପ୍ରଥମ ଦିନରେ ଭାରତର ବିଭିନ୍ନ ବାୟୁସେନା ଘାଟି ଉପରେ ଅତର୍କିତ ଆକ୍ରମଣ କଲା ପାକିସ୍ତାନ। ଆଉ ଠିକ୍ ଏହାର ପରଦିନ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ନୌସେନା। ଡିସେମ୍ବର ୪ ରାତିରେ ହୋଇଥିଲା ଐତିହାସିକ ଅପରେସନ୍ ଟ୍ରାଇଡେଣ୍ଟ। ତତ୍କାଳୀନ ନୌସେନା ମୁଖ୍ୟ ଆଡମିରାଲ୍ ଏସ୍.ଏମ୍. ନନ୍ଦାଙ୍କ ନିର୍ଦ୍ଦେଶ କ୍ରମେ ଆକ୍ରମଣର ନେତୃତ୍ବ ନେଇଥିଲେ ଟ୍ବେଣ୍ଟି-ଫିଫ୍ଥ (25th) ମିସାଇଲ୍ ଭେସେଲ୍ ସ୍କ୍ବାଡ୍ରନ୍ କମାଣ୍ଡର୍ ବବ୍ରୁ ଭାନ୍ ଯାଦବ।

ଅଧିକ ପଢନ୍ତୁ: ଶତ୍ରୁ ଦେଶ କାହିଁକି ଭାରତୀୟ ଜଳ ସୀମା ଉପରେ ଆକ୍ରମଣ କରିପାରନ୍ତି ନାହିଁ

Advertisment

ସେତେବେଳେ ପାକିସ୍ତାନ ବାୟୁସେନା ପାଖରେ ରାତିରେ ଲଢ଼େଇ ପାଇଁ ଟେକନୋଲୋଜି ନଥାଏ। ତେଣୁ ସଞ୍ଜ ନଇଁବା ପରେ ଓ ସିନ୍ଦୁରା ଫିଟିବା ଆଗରୁ ଅଚାନକ ହମଲା ପାଇଁ ହେଲା ପ୍ଲାନିଂ। ପ୍ରଥମ ଥର ପାଇଁ ଜାହାଜରୁ ଫାୟାର୍ ହେବାକୁ ଥିଲା ଭାରତର ଆଣ୍ଟି-ସିପ୍ ମିଜାଇଲ୍।ଏପଟେ ଭାରତ ପାଖରେ ବି ଥାଏ ଗୋଟିଏ ଚାଲେଞ୍ଜ। ଭାରତୀୟ ମିଜାଇଲ୍ ବୋଟ୍ ଅଧିକ ଦୂରତା ଅତିକ୍ରମ କରିପାରୁନଥିବାରୁ, ଅତି ଚତୁରତାର ସହ ସେଗୁଡ଼ିକୁ ଅନ୍ୟ ଜାହାଜରେ କିଛି ବାଟ ଟୋଇଂ କରି ଟାଣିନିଆଗଲା ।

ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚାଲେଞ୍ଜର୍'।

Advertisment

ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚାଲେଞ୍ଜର୍'।

ଅଧିକ ପଢନ୍ତୁ: ନୌସେନାର ପରାକ୍ରମ; ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି...

President Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ