Advertisment

କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ ? ସମାଜରେ କ’ଣ ରହିଛି ଭୂମିକା, ଜାଣନ୍ତୁ...

ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।

ଅଦ୍ୟତନ ହୋଇଛି
National Press Day

National Press Day

Advertisment

ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା ।

Advertisment

ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରୁଛି । ପ୍ରେସ କାଉନସିଲ ଅଫ ଇଣ୍ଡିଆର ଇତିହାସ ବିଷୟରେ ଯଦି କହିବା ତାହାଲେ ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ୱାଧିନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା ହୋଇଥିଲା । ତେବେ ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।

ସାମାଜକ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ । ସ୍ୱାଧୀନତା ସଂଗ୍ରାମର ଇତିହାସ ହେଉ କି ଜାମ୍ମୁ କାଶ୍ମୀରରେ ୩୭୦ ଧାରାର ଉଚ୍ଛେଦ । ତୃଣମୂଳ ସ୍ତରରେ ଲୋକଙ୍କର ସ୍ୱର ଉତ୍ଥାପନ ହେଉ କି ରାଜନେତାମାନଙ୍କର ସମାଜ ପ୍ରତି ବାର୍ତ୍ତାକୁ ପହଞ୍ଚାଇବାରେ ଗଣମାଧ୍ୟମ ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକମାନେ ଜନସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି । ଏହାର ଜ୍ଵଳନ୍ତ ଉଦାହରଣ କୋଭିଡ୍-୧୯ ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିଲେ ।

Advertisment

ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଦେଶର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ୍’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ୍ ନିକିଙ୍କ ଦ୍ୱାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତିକରଣ ଲାଗି ସମ୍ବାଦପତ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ଓ ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ ନିରପେକ୍ଷ ସୂଚନା ପହଞ୍ଚାଇବା । ତେବେ ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ପାଳନ ଅନେକ ଗୁରୁତ୍ୱ ବହନ କରେ ।

‘ପ୍ରେସ୍ କାଉନ୍‌ସିଲ୍‌ ‘ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ୍ କାଉନ୍‌ସିଲ୍‌ ନିକଟରେ ଅଭିଯୋଗ କରି ପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ । ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ୍ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମ୍ବାଦିକଙ୍କ ପ୍ରତି ଏହି ବାର୍ତ୍ତା ଯାଇଥାଏ ।

Advertisment

୧୯୫୬ ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ପାଇଁ ସୁପାରିଶ କରି ପ୍ରଥମ ପ୍ରେସ କମିଶନ ସିଦ୍ଧାନ୍ତ ନେଇଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ବୃତ୍ତିଗତ ନୈତିକତା ବଜାୟ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଆଇନଗତ ପ୍ରାଧିକରଣ ସହିତ ଏକ ସଂସ୍ଥା ସୃଷ୍ଟି କରିବା । ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ୧୯୬୬ ମସିହାରେ ପ୍ରେସ କାଉନସିଲ ଅଧିନିୟମ ଅନୁଯାୟୀ ଗଠିତ ହୋଇଥିଲା ।

National Press Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ