Advertisment

ମାଆ ମାଣିକେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ, ନୂଆଖାଇ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ନିକଟରେ ଲାଗିହେଲା ନବାନ୍ନ । ଉତ୍ସବମୁଖର ଗଡଜାତ ଅଞ୍ଚଳ । ନୁଆ ଖାଇଲେ କଳାହାଣ୍ଡିର ଗଡଜାତ ଅଞ୍ଚଳବାସୀ ।

ଅଦ୍ୟତନ ହୋଇଛି
Nabanna Ceremony at Maa Manikeswari Temple

Nabanna Ceremony at Maa Manikeswari Temple

Advertisment

ଆଜି ଦଶମୀ ତିଥିରେ ନୁଆ ଖାଇଲେ କଳାହାଣ୍ଡିର ଗଡଜାତ ଅଞ୍ଚଳବାସୀ, କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ନିକଟରେ ଲାଗିହେଲା ନବାନ୍ନ ,ଉତ୍ସବମୁଖର ଗଡଜାତ ଅଞ୍ଚଳ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ମାଣିକେଶ୍ଵରୀଙ୍କ ନିକଟରେ ନୁଆ ଲାଗିଲା ପରେ ଗଡଜାତ ଅଞ୍ଚଳବାସୀ ଆଜି ଧୁମଧାମରେ ନୂଆଖାଇ ପାଳନ କରିଛନ୍ତି ।

Advertisment

ଆଜି ସକାଳୁ ସକାଳୁ ମାଣିକେଶ୍ଵରୀ ମନ୍ଦିର ନିକଟରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଲଗ୍ନ ଅନୁସାରେ ଆଜି ସକାଳ ୮.୨୦ ରୁ ୯.୪୦ଟା ମଧ୍ୟରେ ମାଣିକେଶ୍ବରୀ ନିକଟରେ ନବାନ୍ନ ଭୋଗ ଲାଗିବା ପରେ ୯.୪୫ରେ ମନ୍ଦିର ମୁଖ୍ୟ ଦୁଆର ଖୋଲା ଯାଇଥିଲା । ଭକ୍ତ ମାନେ ମାଆ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିବା ନୂଆ,ଧାନ,ଚୁଡା,ଗୁଡ ଆଦି ଘରକୁ ନେବା ପରେ ସମସ୍ତେ ସପରିବାର ଆଜି ନୂଆ ଖାଇଛନ୍ତି । 

ଆଜି ସମସ୍ତ ପୁଜା କାର୍ଯ୍ୟ ସମାପନ ହେବା ପରେ ଭବାନୀ ପାଟଣା ସହରବାସୀ ନୁଆ ଖାଇଛନ୍ତି । ଆଉ ଏହି ଦିନକୁ ସମସ୍ତେ ଅପେକ୍ଷା କରିଥାନ୍ତି ଯିଏ ଯେଉଁଠି ଥାଉ ନା କାହିଁକି ନୂଆଖାଇ ଦିନ ସମସ୍ତେ ଏକ ହୋଇ ସବୁ ମାନ ଅଭିମାନ ରାଗ ରୁସା ସବୁ ଭୁଲି ନୂଆଖାଇ ମନାଇଛନ୍ତି ।

Advertisment

ମାଟି ଓ ମଣିଷର ଯେଉଁ ସଂପର୍କ ରହିଛି ସେହି ସଂପର୍କରୁ ଉର୍ଦ୍ଦ୍ୱରେ ଏହି ଗଣପର୍ବ ନୂଆଖାଇ । ଭାତୃଭାବ, ତ୍ୟାଗପୂତ ଭାବନା, ମିଳନ ଓ ବିଶ୍ୱାସର ଅତୁଟ ବନ୍ଧନ, ସଂପର୍କ ଓ ପ୍ରତିବଦ୍ଧତା,ପର ଆପଣାରୁ ଉର୍ଦ୍ଦ୍ୱରେ ସମସ୍ତଙ୍କୁ ଆପଣେଇ ନେବାର ଯୋଉଁ ମହାନ ବାର୍ତ୍ତା ଦେଇଥାଏ, ତାହା ହିଁ ନୂଆଖାଇର ପ୍ରକୃତ ସ୍ୱରୂପ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଡଜାତ ଅଞ୍ଚଳରେ ନୁଆଖାଇ ଉତ୍ସବ ପାଳନ ହୋଇଛି । ଯାହା ସମାଜ ମଧ୍ୟରେ ଭାତୃତ୍ୱଭାବ ଓ ପରିବାରକୁ ଏକତ୍ରିତ ରଖିବାକୁ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି ।

Nabanna Lagi Ritual
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ