Advertisment

Student as Kansa Maharaj in Dhanujatra: ଏମିତି ଅଭିନୟ...ଦେଖିଲେ ଲାଗୁଛି ସ୍ୱୟଂ କଂସ ମହାରାଜ ମର୍ତ୍ତ୍ୟପୁରକୁ ଓହ୍ଲାଇ ଆସିଲେ...

ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।

ଅଦ୍ୟତନ ହୋଇଛି
କଲେଜ ଛାତ୍ରଙ୍କ ଚମତ୍କାର ଅଭିନୟ

କଲେଜ ଛାତ୍ରଙ୍କ ଚମତ୍କାର ଅଭିନୟ

Advertisment

ବୟସ ୧୭। ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର। କିନ୍ତୁ ତାଙ୍କ ଅଭିନୟ ଦେଖିଲେ ଯେକେହି ବି ତାଜୁବ ହୋଇଯିବ। ଅଭିନୟ ପୁଣି ଆଉ କୋଉ ସାଧାରଣ ଚରିତ୍ରର ନୁହଁ। ତ୍ରିପୁର ବିଜୟୀ କଂସ ମହାରାଜଙ୍କ ଅଭିନୟ। ଦେଖିଲେ ଲାଗିବ ସ୍ୱୟଂ କଂସ ମହାରାଜ ଧରାପୃଷ୍ଟକୁ ଓହ୍ଲାଇ ଆସିଛନ୍ତି। କେବଳ କଂସ ମହାରାଜ ନୁହଁନ୍ତି, ଯେ କୌଣସି ପୌରାଣିକ ଚରିତ୍ର ମିଳିଲେ ସେ ନିଖୁଣ ଅଭିନୟ କରିବାରେ ମାହିର୍। ଏଥି ପାଇଁ ସାଙ୍ଗସାଥୀଙ୍କଠୁ ଆରମ୍ଭ କରି ଗାଁ ଲୋକ ସମସ୍ତଙ୍କ ମୁହଁରେ ଏଇ ଛାତ୍ରଙ୍କ ଭୂରିଭୂରି ପ୍ରଶଂସା।

Advertisment

ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।

ଅଭିନୟ ଦକ୍ଷତାକୁ ପ୍ରତିପାଦନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଜାମପାଲି ଗାଁର ୧୭ ବର୍ଷିୟ ନାବାଳକ କଂସ ଶୁଭମ ଘିବିଲା । କହିବାକୁ ଗଲେ ଏହି ନାବାଳକ ଛାତ୍ର ଶୁଭମର ପ୍ରତିଭା ସମସ୍ତଙ୍କୁ କରିଛି ବିସ୍ମିତ । ସଂଳାପ ଓ ଅଟ୍ଟହାସ୍ୟରେ କମ୍ପୁଛି ମଂଚ । ମଂଚରେ ପାଦଦେଲେ ବଦଳି ଯାଏ ଏଇ ନାବାଳକର ଚରିତ୍ର । କୈାଣସି ପେଶାଦାର କଳାକାରଙ୍କ ଠାରୁ ବି କମ୍‌ନୁହେଁ ତାଙ୍କ ଅଭିନୟ ।

Advertisment

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଂସ ଭୁମିକାରେ ଅଭିନୟ କରୁଥିବା କଳାକାରଙ୍କ ବୟସ ପୁଣି ମାତ୍ର ୧୭ ବର୍ଷ । ହେଲେ କଳା ଓ ଅଭିନୟ ପ୍ରତି ଥିବା ଇଚ୍ଛା ତାଙ୍କୁ ସଜାଇ ଦେଇଛି ତ୍ରିଭୁବନ ବିଜୟୀ କଂସ । ଦିନରେ କଲେଜରେ ପାଠ ପଢୁଥିବା ବେଳେ ରାତିରେ ପୈାରାଣିକ ଢଙ୍ଗରେ ମୁହଁରେ ରଙ୍ଗ ଲଗାଇବା ସହିତ କଂସ ଦରବାରର ଅନର୍ଗଳ ସଂଳାପ,ଅଟ୍ଟହାସ୍ୟ ଓ ଅଭିନୟକୁ ନେଇ ଏବେ ଚାରିଆଡେ ବେଶ୍ ଚର୍ଚ୍ଚା ।

Advertisment

ଜିଲ୍ଲାର ବିନିକା ବ୍ଲକ ଜାମପାଲି ଗାଁରେ ଜନ୍ମ ଗ୍ରହଣ କରିଥିବା ଶୁଭମ ଏବେ ମାମୁଁ ଘର ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା ଗାଁରେ ବାପା,ମା ଓ ଭଉଣୀଙ୍କ ସହିତ ରହୁଛନ୍ତି । ହେଲେ ପିଲାଦିନରୁ କଳାପ୍ରତି ଏକମାତ୍ର ପୁଅର ଥିଲା ଅସମ୍ଭବ ରୁଚି । ବାପା ନରେନ୍ଦ୍ର ଘିବିଲା ମଧ୍ୟ ଜଣେ କଳାକାର ହୋଇଥିବାରୁ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ କଳା ଜଗତକୁ ଆସିବା ସହିତ ଗୁରୁଶ୍ରୀ ଜଗଦାନନ୍ଦ ମିଶ୍ରଙ୍କ ଠାରୁ କଂସ,ରାବଣ,ମୁରାସୁର ଓ ଜଳନ୍ଧର ଚରିତ୍ର ଅଭିନୟ କଳା ଶିଖିଥିବା କହିଛନ୍ତି ଶୁଭମ । କେତେ ବେଳେ କଲେଜରେ ଛାତ୍ରଛାତ୍ରୀଙ୍କୁ ତ ଆଉ କେତେ ବେଳେ କଂସ ଦରବାରରେ ହଜାର ହଜାର ଦର୍ଶକଙ୍କୁ ମନ ମୋହି ନିଅନ୍ତି ସେ । ବର୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦରବାରରେ ଶୁଭମ ଅଭିନୟ କରୁଥିବାରୁ ଏବେ ଚାରିଆଡେ ତାଙ୍କ ଚର୍ଚ୍ଚା ଲାଗି ରହିଛି ।

Kansa Student King Kansa Dhanu Yatra Sonepur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ