• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଜଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ(ମହାତ୍ମା ଗାନ୍ଧୀ) । ସାରା ଦେଶରେ ବାପୁ ଭାବରେ ବେଶ୍ ଜଣାଶୁଣା । ଗାନ୍ଧିଜୀ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ ବ୍ୟକ୍ତିତ୍ୱ । ଭାରତରେ ସ୍ୱାଧୀନତା, ଗର୍ବ, କଲ୍ୟାଣ ଏବଂ ପ୍ରଗତି ପାଇଁ ସଂଗ୍ରାମ କରିଥିବା ବାପୁଙ୍କୁ ଶ୍ରଦ୍ଧାଜ୍ଞଳି ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖକୁ ସର୍ବଭାରତୀୟ ସ୍ତରରେ ‘ସହିଦ ଦିବସ’ ଭାବେ ପାଳନ କରାଯାଉଛି।

Also Read

ଜାନୁଆରୀ ୩୦, ୧୯୪୮ ବର୍ଷ ... ଏହି ଦିନ ଦେଶର ଇତିହାସ ପାଇଁ କଳା ଦିନ କହିଲେ ଚଳେ । ଏହି ଦିନ ମହାତ୍ମା ଗାନ୍ଧୀଙ୍କୁ ୭୮ ବର୍ଷ ବୟସରେ ଦିଲ୍ଲୀର ବିର୍ଲା ହାଉସ୍ କମ୍ପ୍ଲେକ୍ସରେ ହତ୍ୟା କରିଥିଲେ ନାଥୁରାମ ଗଡସେ । ଭାରତର ସ୍ୱାଧୀନତା ପାଇଁ ବାପୁଙ୍କ ଅବଦାନକୁ କିଏ ବା ଭୁଲିପାରିବ । ସେତେବେଳେ ମହାତ୍ମାଗାନ୍ଧୀ ଦୁନିଆର ଜଣେ ପ୍ରଭାବଶାଳୀ ନେତା ଥିଲେ ।

ଏହି କାରଣରୁ ତାଙ୍କ ମୃତ୍ୟୁ ବାର୍ଷିକୀ ଭାରତରେ ଶହୀଦ ଦିବସ ଭାବରେ ପାଳନ କରାଯାଏ । ପ୍ରତିବର୍ଷ ଜାନୁଆରୀ ୩୦ ରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ତିନି ସେବା (ସେନା, ବାୟୁସେନା ଏବଂ ନୌସେନା) ର ମୁଖ୍ୟମାନେ ଦିଲ୍ଲୀର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି ।

ଆଜି ବାପୁ ଆମ ଗହଣରେ ନଥିଲେ ସୁଦ୍ଧା ତାଙ୍କର ବିଚାର ଆମ ଭିତରେ ସବୁଦିନ ପାଇଁ ସ୍ମୃତିରେ ରହିଛି, ଯାହା ଦେଶବାସୀଙ୍କୁ ସାହସ ଓ ସଫଳତା ପଥରେ ଆଗେଇବା ନେବା ପାଇଁ ପ୍ରେରଣା ଯୋଗାଉଛି ।

ଦେଖନ୍ତୁ ଭିଡିଓ | ମନେପଡ଼ନ୍ତି ଗାନ୍ଧିଜୀ, ସତ୍ୟାଗ୍ରହକୁ ଅସ୍ତ୍ର କରି ଇଂରେଜଙ୍କୁ କଲେ ତଡିପାର