Advertisment

Mahatma Gandhi Death Anniversary: ଦୁଦୁରା ଫଳ ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଗାନ୍ଧୀ; କାହିଁକି ଜାଣନ୍ତୁ…

ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର କଥା କହୁଥିଲେ। ଆଜି ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆସନ୍ତୁ ଗାନ୍ଧୀଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା ଯାହା ତାଙ୍କୁ ଆଜି ବି ସ୍ୱତନ୍ତ୍ର କରିଦେଇଛି।

ଅଦ୍ୟତନ ହୋଇଛି
Mahatma Gandhi Death Anniversary 2025

Mahatma Gandhi Death Anniversary 2025

Advertisment

୧୯୪୮ ମସିହା ଜାନୁଆରୀ ୩୦ରେ ନାଥୁରାମ ଗୋଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯେଉଁଥିପାଇଁ ସମଗ୍ର ବିଶ୍ୱ ଶୋକରେ ବୁଡିଯାଇଗଲା। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଦୀର୍ଘ ୮ କିଲୋମିଟରର ଲମ୍ବା ଶବ ଶୋଭାଯାତ୍ରା କରାଯାଇଥିଲା। ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ପ୍ରତିବର୍ଷ ଜାନୁଆରୀ ୩୦ରେ ‘ମହାତ୍ମା ଗାନ୍ଧୀ ତିରୋଧାନ ଦିବସ’ ପାଳନ କରାଯାଏ।

Advertisment

ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ଯିଏ ଅହିଂସାରେ ଯୁଦ୍ଧ ବିଜୟର କଥା କହୁଥିଲେ। ଆଜି ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆସନ୍ତୁ ଗାନ୍ଧୀଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା ଯାହା ତାଙ୍କୁ ଆଜି ବି ସ୍ୱତନ୍ତ୍ର କରିଦେଇଛି।

ସିଗାରେଟ୍ ଟାଣିଥିଲେ:

ରାଷ୍ଟ୍ରପିତା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ସେ ଜଣେ ସମ୍ପର୍କୀୟଙ୍କ ସହ ବିଡି ଏବଂ ସିଗାରେଟ୍ ଟାଣିବାର ଅଭ୍ୟାସରେ ପଡିଗଲେ।  ଅନେକ ସମୟରେ ତାଙ୍କ ପାଖରେ ଟଙ୍କା ନ ଥିଲା। ଯଦିଓ ସେ ସିଗାରେଟ୍ ଟାଣିବାର ଭଲ ଓ ମନ୍ଦ ଜାଣି ନ ଥିଲେ କିନ୍ତୁ ସିଗାରେଟ୍‌ରୁ ଧୂଆଁ ଉଡେଇବା ପ୍ରକୃତ ମଜ୍ଜା ବୋଲି ସେ ଭାବୁଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭାରତ ଭଳି ଗଣତନ୍ତ୍ର ଦିବସ ପାଳନ କରନ୍ତି ଏହି ସାତଟି ଦେଶ, ଜାଣନ୍ତୁ କ’ଣ ରହିଛି କାରଣ

ତାଙ୍କ ଦାଦାଙ୍କର ସିଗାରେଟ୍‌ ଟାଣିବାର ଅଭ୍ୟାସ ଥିଲା। ଦାଦା ଏବଂ ଅନ୍ୟ ବୃଦ୍ଧମାନଙ୍କ ବିଡି ଓ ସିଗାରେଟ୍‌ରୁ ଧୂଆଁ ଉଡେଇବା ଦେଖି ତାଙ୍କର ସିଗାରେଟ୍ ଟାଣିବା ନେଇ ଇଛା ହୋଇଥିଲା। ଯେତେବେଳେ ତାଙ୍କ ପାଖରେ ପଇସା ହେଉ ନ ଥିଲା ଦାଦା ସିଗାରେଟ୍ ଟାଣି ସାରିବା ପରେ ଯାହାକୁ ପକେଇ ଦେଉଥିଲେ ସେ ତାକୁ ଲୁଚେଇକି ନେଇ ଟାଣୁଥିଲେ।

Advertisment

ଚୋରି କରିଥିଲେ:

ସାଙ୍ଗମାନଙ୍କ ସହ ପଡି ସିଗାରେଟ୍ ଟାଣିବା ନିଶା ହୋଇଯିବା ପରେ ଟଙ୍କା ଅଭାବରୁ ତାଙ୍କୁ ଚୋରି କରିବାକୁ ପଡିଲା। ତାଙ୍କ ସାଙ୍ଗଙ୍କ ସହ ପଡି ସେ ତାଙ୍କ ଦାଦାଙ୍କ ଘରୁ ଚୋରି କରି ସିଗାରେଟ୍‌ ଟାଣୁଥିଲେ। ଯେତେବେଳେ ସିଗାରେଟ୍ ସରିଯାଉଥିଲା ପନିପରିବା ପତ୍ରକୁ ସିଗାରେଟ୍ କରି ଟାଣୁଥିଲେ।

ଖାଲି ଏତିକି ନୁହେଁ ବେଳେବେଳେ ସେ ତାଙ୍କ ଘରର ଚାକରମାନଙ୍କଠାରୁ ମଧ୍ୟ ଟଙ୍କା ଚୋରି କରି ସିଗାରେଟ୍ କିଣି ଟାଣୁଥିଲେ। ଯେତେବେଳେ ଏହି ଚୋରି ବଢିଗଲା ସେ ଧରା ପଡିଥିଲେ ଆଉ ଏହା ନ କରିଥିବା ମିଛ ମଧ୍ୟ କହିଥିଲେ। କିନ୍ତୁ ପରେ ସେ ନିଜକୁ ଦୋଷୀ ବୋଲି ଅନୁଭବ କଲେ। ଆଉ ଏହାର ପୁନରାବୃତ୍ତି କେବେ କରି ନାହାନ୍ତି।

ଆତ୍ମହତ୍ୟା କରିବାକୁ ଚେଷ୍ଟା:

ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଏହି ଅପରାଧ ସ୍ୱୀକାର କରିବା ସହିତ ଏଥିରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଓ ତାଙ୍କ ସାଙ୍ଗ ଆତ୍ମହତ୍ୟା କରିବାକୁ ଜଙ୍ଗଲକୁ ଯାଇଥିଲେ। ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଦୁଦୁରା ଫଳ ଖାଇବା ଦ୍ୱାରା ମୃତ୍ୟୁ ହୋଇଥାଏ। ସେମାନେ ଜଙ୍ଗଲରେ ଏହାକୁ ଖୋଜିଲେ ଓ ପାଇବା ପରେ ଦୁହେଁ ଏହାକୁ ଖାଇଥିଲେ। କିନ୍ତୁ ଯେତେବେଳେ କିଛି ହେଲା ନାହିଁ, ସେ ପରବର୍ତ୍ତୀ ସମୟରେ ଏହାକୁ ନେଇ ବିତର୍କ କରିବା ଆରମ୍ଭ କରିଥିଲେ।

ଅନ୍ୟାନ୍ୟ ୧୮ ରୋଚକ କଥା:

  • ଗାନ୍ଧିଜୀଙ୍କ ଦାନ୍ତ ନକଲି ଥିଲା। ତାଙ୍କ ପାଖରେ ଦାନ୍ତର ଏକ ସେଟ୍ ଥିଲା। ସେ ସବୁବେଳେ ତାଙ୍କ ନକଲି ଦାନ୍ତକୁ ତାଙ୍କ ଧୋତିରେ ବାନ୍ଧି ରଖୁଥିଲେ। ସେ କେବଳ ଖାଇବା ସମୟରେ ଏହାକୁ ଲଗଉଥିଲେ।
  • ମହାତ୍ମା ଗାନ୍ଧୀଙ୍କ ବଡ ପୁଅ ହିରାଲାଲ ଗାନ୍ଧୀ ମଦ୍ୟପାନ କରୁଥିଲେ। ସେ ଗାନ୍ଧିଜୀଙ୍କ ବିଚାରକୁ ବିରୋଧ କରୁଥିଲେ। ସେ ବିଦେଶରେ ପଢିବାକୁ ଚାହୁଁଥିଲେ, କିନ୍ତୁ ଗାନ୍ଧିଜୀ ଏଥି ପାଇଁ ପ୍ରସ୍ତୁତ ନ ଥିଲେ। ପରେ ହିରାଲାଲ୍ ଇସ୍‌ଲାମ ଧର୍ମ ଗ୍ରହଣ କରିଥିଲେ। ପୁଅର ଏଭଳି ପଦକ୍ଷେପ ଗାନ୍ଧିଜୀଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା।
  • ତାମିଲନାଡୁର ମଦୁରାଇ ସହରରୁ ଫେରିବା ପରେ ଗାନ୍ଧିଜୀ ଧୋତି ପିନ୍ଧିବା ଆରମ୍ଭ କରିଥିଲେ। ୧୯୨୧ ପୂର୍ବରୁ ଗାନ୍ଧିଜୀ ପ୍ୟାଣ୍ଟ-ସାର୍ଟ ପିନ୍ଧୁଥିଲେ, କିନ୍ତୁ ମଦୁରାଇରେ ଦରିଦ୍ରତା ଏବଂ ସେଠାରେ ଥିବା ଗରିବ ଲୋକଙ୍କ ପୋଷାକ ଦେଖିବା ପରେ ସେ ବଦଳି ଗଲେ ଆଉ ସର୍ବଦା ଧୋତି ପିନ୍ଧିଲେ।
  • ନୋଟ୍‌ରେ ଗାନ୍ଧିଜୀଙ୍କ ମୁହଁ ଦେଖି ଲାଗୁଛି ଯେ ତାଙ୍କର ଏହି ଫଟୋ ତିଆରି ହୋଇଛି, କିନ୍ତୁ ତାହା ନୁହେଁ। ୧୯୪୬ରେ ଜଣେ ଫଟୋଗ୍ରାଫର ତାଙ୍କର ଏହି ଫଟୋ ଉଠେଇଥିଲେ। ଏହି ଫଟୋ ନୋଟ୍‌ରେ ଛାପିବାକୁ ନିଷ୍ପତ୍ତି ନିଆଯାଇଥିଲା।
  • ଗାନ୍ଧିଜୀ ଦୁଇଟି ଜିନିଷ ପାଇଁ ବହୁତ ଚିନ୍ତିତ ଥିଲେ। ପ୍ରଥମେ ତାଙ୍କର ହସ୍ତଲିଖନ ଏବଂ ଦ୍ୱିତୀୟରେ ମୋଡାଘଷା। ସେ ଅନ୍ୟମାନଙ୍କଠାରୁ ମୋଡାଘଷା ପାଇବାକୁ ଚାହୁଁଥିଲେ।
  • ଦକ୍ଷିଣ ଆଫ୍ରିକାରେ ରହିବା ସମୟରେ ଗାନ୍ଧୀ ୧୮୯୯ ର ଆଙ୍ଗ୍ଲୋ ବୋଇର୍ ଯୁଦ୍ଧରେ ଲୋକଙ୍କୁ ସ୍ୱାସ୍ଥ୍ୟ କର୍ମୀ ଭାବରେ ସାହାଯ୍ୟ କରିଥିଲେ। ଏଠାରେ ସେ ଯୁଦ୍ଧର ଭୟାବହତା ଦେଖି ଅହିଂସା ରାସ୍ତାରେ ଯିବାକୁ ସ୍ଥିର କରିଥିଲେ।
  • ଗାନ୍ଧୀଙ୍କ ନାଗରିକ ଅଧିକାର ଆନ୍ଦୋଳନ ସମୁଦାୟ ୪ ମହାଦେଶ ଏବଂ ୧୨ଟି ଦେଶକୁ ବ୍ୟାପିଯାଇଥିଲା।
  • ଦୁନିଆର ସବୁଠୁ ବଡ ଉଦ୍ଭାବକ ଷ୍ଟିଭ୍‌ ଜବ୍ସ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ତେଣୁ, ତାଙ୍କୁ ସମ୍ମାନ ଦେବା ପାଇଁ ସେ ଗୋଲ୍‌ ଚଷମା ପିନ୍ଧୁଥିଲେ।
  • କ୍ୱଚିତ୍ ଲୋକ ଜାଣନ୍ତି ଯେ ଗାନ୍ଧିଜୀ ୭୦ ବର୍ଷ ବୟସରେ ବି ମାତ୍ର ୪୬ କିଲୋଗ୍ରାମ ଥିଲେ। ସେହି ସମୟରେ ସେ ପ୍ରତିଦିନ ଦଶ କିଲୋମିଟର ଚାଲୁଥିଲେ ଏବଂ ୫ ଘଣ୍ଟା ଶୋଉଥିଲେ।
  • ତାଙ୍କର ଉଚ୍ଚତା ୫ ଫୁଟ ୫ଇଞ୍ଚ ଥିଲା। ସେ ତାଙ୍କ ଜୀବନର ୬ ବର୍ଷ ୫ ମାସ ଜେଲ୍‌ରେ କାଟିଛନ୍ତି।
  • ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଆନ୍ଦୋଳନ ବେଳେ ୧୩ ଥର ଗିରଫ କରାଯାଇଥିଲା। ଏହି ସମୟରେ ସେ ୧୭ ଟି ବଡ ଅନଶନ କରିଥିଲେ। ଗାନ୍ଧିଜୀ କ୍ରମାଗତ ଭାବରେ ୧୧୪ ଦିନ ଉପବାସ ଥିଲେ।
  • ମହାତ୍ମା ଗାନ୍ଧୀଙ୍କ ଯେଉଁ ଦେଶରୁ ଭାରତକୁ ସ୍ୱାଧୀନତା ଦେବା ପାଇଁ ଲଢିଥିଲେ ସେଇ ଦେଶ ତାଙ୍କ ସମ୍ମାନାର୍ଥେ ଏକ ଡାକ ଷ୍ଟାମ୍ପ୍‌ ଜାରି କରିଥିଲା। ଗାନ୍ଧୀଙ୍କ ମୃତ୍ୟୁର ୨୧ ବର୍ଷ ପରେ ବ୍ରିଟେନ୍‌ ପ୍ରଥମ ଥର ପାଇଁ ତାଙ୍କ ନାମରେ ଏକ ଡାକ ଷ୍ଟାମ୍ପ୍‌ ଜାରି କରିଥିଲା।
  • ଭାରତରେ ଛୋଟ ରାସ୍ତାଗୁଡିକୁ ଛାଡିଦେଲେ ଗାନ୍ଧିଜୀଙ୍କ ନାମରେ ସମୁଦାୟ ୫୩ଟି ବଡ ରାସ୍ତା ଅଛି। ସେହିପରି ଯେତେବେଳେ ବିଦେଶରେ ସମୁଦାୟ ୪୮ଟି ରାସ୍ତା ତାଙ୍କ ନାମରେ ନାମିତ ହୋଇଛି।
  • ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଡର୍ବାନ୍, ପ୍ରିଟୋରିଆ ଏବଂ ଜୋହାନ୍ସବର୍ଗରେ ମୋଟ ତିନିଟି ଫୁଟବଲ୍ କ୍ଲବ୍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ।
  • ଗାନ୍ଧିଜୀ ୧୩ ବର୍ଷ ବୟସରେ ତାଙ୍କ ଠାରୁ ଏକ ବର୍ଷ ବଡ କସ୍ତୁରବା ଗାନ୍ଧୀଙ୍କୁ ବିବାହ କରିଥିଲେ। ସେତେବେଳେ ହୋଇଥିବା ବିବାହ ରୀତିନୀତି ସମାପ୍ତ କରିବାକୁ ଏକ ବର୍ଷ ଲାଗିଗଲା ଏବଂ ଏହି କାରଣରୁ ସେ ଏକ ବର୍ଷ ପର୍ଯ୍ୟନ୍ତ ସ୍କୁଲ୍‌କୁ ଯାଇପାରିଲେ ନାହିଁ।
  • ଗାନ୍ଧିଜୀଙ୍କ ବିଷୟରେ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, କିନ୍ତୁ ଏହା ସତ୍ୟ ଯେ ଗାନ୍ଧିଜୀ ଏପର୍ଯ୍ୟନ୍ତ ନୋବେଲ ଶାନ୍ତି ପୁରସ୍କାର ପାଇ ନାହାଁନ୍ତି। ସେ କିନ୍ତୁ ଏଥିପାଇଁ ମୋଟ ୫ ଥର ମନୋନୀତ ହୋଇଛନ୍ତି।
  • ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ସଂଗ୍ରାମ ସମୟରେ ଗାନ୍ଧିଜୀ ଜୋହାନ୍ସବର୍ଗଠାରୁ ୨୧ ମାଇଲ ଦୂରରେ ୧୧୦୦ ଏକରର ଏକ ଛୋଟ କଲୋନୀ ଟଲଷ୍ଟୟ ଫାର୍ମ ପ୍ରତିଷ୍ଠା କରିଥିଲେ।
  • ଗାନ୍ଧିଜୀ ଶୁକ୍ରବାର ଦିନ ଜନ୍ମ ହୋଇଥିଲେ, ଶୁକ୍ରବାର ଦିନ ଭାରତ ସ୍ୱାଧୀନତା ଲାଭ କରିଥିଲା ​​ଏବଂ ଶୁକ୍ରବାର ଦିନ ଗାନ୍ଧିଜୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଅପରେସନ ପରେ ଫେରିଲେ ଯବାନ; ବଖାଣିଲେ ଲୋମଟାଙ୍କୁରା କାହାଣୀ; କହିଲେ..

Mahatma Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ