Mahaprabhu Offers Rasagola to Appease Maa Mahalaxmi After Rath Yatra
ଆଜି ରସଗୋଲା ଦିବସ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଅବସରରେ ଏହି ଦିନ ପାଳନ କରାଯାଏ।ମାନ କରି ରହିଥିବା ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ନୈବେଦ୍ୟ ଦେଇ ମାନଭଞ୍ଜନ କରିବାର ଅନନ୍ୟ ପରମ୍ପରା ରହିଛି।
ଏହି ପରମ୍ପରା ଓଡ଼ିଆ ସଂସ୍କୃତିରେ ରସଗୋଲାର ମହତ୍ତ୍ୱକୁ ଦର୍ଶାଏ।ଏହି ଅବସରରେ ସାରା ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି ।
ଏପଟେ ଦେଉଳ ବାହାରେ ସରିଲା ତିନି ଠାକରୁଙ୍କ ଲୀଳାଖେଳା।ଆଜି ନୀଳାଦ୍ରିବିଜେରେ ନିଳକନ୍ଦରକୁ ବାହୁଡ଼ି ଯିବେ ଚତୁର୍ଦ୍ଧା ମୁରତୀ।ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ।ଶ୍ରୀବିଗ୍ରହମାନେ ରଥ ଉପରୁ ଓହ୍ଲାଇ ଗୋଟି ପହଣ୍ଡିରେ ରତ୍ନ ସିଂହାସନରେ ବିଜେ କରିବେ।
ପବିତ୍ର ନିଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।ନୀଳାଦ୍ରି ବିଜେରେ ମହାପ୍ରୁଙ୍କୁ ରସଗୋଲା ଭୋଗ ଲଗାଇ ନିଜକୁ କୃତାର୍ଥ ମଣିଛନ୍ତି ଭକ୍ତ ।
ଅଧିକ ପଢନ୍ତୁ: ଅଧା ଓଡ଼ିଶାରେ ପ୍ରବଳ ବର୍ଷିବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ!
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751957612.jpg)