Advertisment

Mahakumbh Begins Soon in Prayagraj: ଦିନକ ପରେ କୁମ୍ଭ ମେଳା; ଅସ୍ଥା-ବିଶ୍ବାସର ମହାପର୍ବ, ଚର୍ଚ୍ଚାରେ ଏନଭାଇରନମେଣ୍ଟ-ଗୋଲ୍ଡେନ୍ ବାବା

ଆସ୍ଥା ଓ ବିଶ୍ବାସର ସଂଗମ... ପୁଣ୍ୟ ଓ ମୋକ୍ଷର ସଂଗମ... ସାଧୁ ସନ୍ଥ, ସ୍ଥାବର ଜଙ୍ଗମର ସଂଗମ...ସଂଗମ ନଗରୀ ପ୍ରୟାଗରାଜରେ, ମହାକୁମ୍ଭ ପାଇଁ ମହାଆୟୋଜନ।

undefined

Mahakumbh Begins Soon in Prayagraj

Advertisment

ଆଉ ଦିନକ ପରେ ସଙ୍ଗମ ନଗରୀ ପ୍ରୟାଗରାଜରେ ଅସ୍ଥା ଓ ବିଶ୍ବାସର ମହାପର୍ବ। ଶୁଭ ସୋମବାରରେ ମହାକୁମ୍ଭର ଶୁଭାରମ୍ଭ। ଏହି ମହାମେଳଣ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ବ୍ୟାପକ ପ୍ରସ୍ତୁତି। ସାଧୁସନ୍ଥଙ୍କ ବେଦଧ୍ବନିରେ ମୁଖରିତ ଗଗନ ପବନ। ମହାକୁମ୍ଭରେ ସାହି ସ୍ନାନ ପାଇଁ ବିଭିନ୍ନ ଆଖଡ଼ା ପକ୍ଷରୁ ଲକ୍ଷ ଲକ୍ଷ ସାଧୁ ଆସିଥିବା ବେଳେ, ଚର୍ଚ୍ଚାରେ ଅଛନ୍ତି ଭଳି କି ଭଳି ବେଶ ଓ ନାମ ଧାରୀ ବାବା।

Advertisment

ଆସ୍ଥା ଓ ବିଶ୍ବାସର ସଂଗମ... ପୁଣ୍ୟ ଓ ମୋକ୍ଷର ସଂଗମ... ସାଧୁ ସନ୍ଥ, ସ୍ଥାବର ଜଙ୍ଗମର ସଂଗମ...ସଂଗମ ନଗରୀ ପ୍ରୟାଗରାଜରେ, ମହାକୁମ୍ଭ ପାଇଁ ମହାଆୟୋଜନ। ଆସନ୍ତା ୧୩ ତାରିଖରୁ ମହାକୁମ୍ଭ ଆରମ୍ଭ ହେଉଥିବା ବେଳେ, ପବିତ୍ର ମକର ସଂକ୍ରାନ୍ତି ୧୪ ତାରିଖରେ ପ୍ରଥମ ଶାହି ସ୍ନାନ। ଗୋଟିଏ ବୁଡ଼ରେ ମୋକ୍ଷପ୍ରାପ୍ତିର ମହାସୁଯୋଗ। ଜନ୍ମ ଜନ୍ମର ପାପ ଧୋଇବାକୁ ପ୍ରସ୍ତୁତ ରହିଛି ପବିତ୍ର ତ୍ରିବେଣୀ ସଂଗମ।  ଖାଲି ଏତିକି ନୁହେଁ, ୧୨ ବର୍ଷରେ ଥରେ ମହାକୁମ୍ଭ ପଡ଼ୁଥିଲେ ବି, କୁହାଯାଉଛି ଏଥର ୧୪୪ ବର୍ଷ ପରେ ଆସିଛି ପୁଷ୍ୟା ନକ୍ଷତ୍ରର ବିରଳ ସଂଯୋଗ। ତେଣୁ ଏଭଳି ଶୁଭକ୍ଷଣରେ ଶୁଭସ୍ନାନର ସୌଭାଗ୍ୟ ଲଭିବାକୁ, ଉତ୍ତରପ୍ରଦେଶ ପ୍ରୟାଗରାଜରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ମହାସମାଗମ।

ଅଧିକ ପଢନ୍ତୁ: Mahakumbh- 2025: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

Advertisment

କଥାରେ ଅଛି- ନାନା ମୁନି, ନାନା ମତ । ହେଲେ ମହାକୁମ୍ଭରେ ଯେତେ ବାବା, ସେତେ ବେଶ। ଅଘୋରୀଙ୍କ ଭଳି କିଏ ଭସ୍ମରେ ବୁଡ଼ିଛି, କିଏ ସୁନାରେ ଛାଇଛି, ଆଉ କିଏ ରୁଦ୍ରାକ୍ଷରେ। ବାବା ମାନଙ୍କ ନାଁ ବି ଅଜବ ପ୍ରକାରର। ମହାମଣ୍ଡଳେଶ୍ବର ଅବଧୂତ ବାବା ଓରଫ୍ ଏନଭାଇରନମେଣ୍ଟ ବାବା। ହେଲେ ୟାଙ୍କୁ ଗୋଲ୍ଡେନ୍ ବାବା କହିଲେ ବୋଧେ ଠିକ୍ ହେବ। ସତେ ଯେମିତି ବାବାଙ୍କ ଦୁନିଆର ବପ୍ପି ଦା। ହାତରେ ସୁନା, ବେକରେ ସୁନା, ଚଷମା ଫ୍ରେମରେ ବି ସୁନା। ସ୍ବର୍ଣ୍ଣ ମଣ୍ଡିତ ବେଶଭୂଷା, ହାତରେ ରୁପାର ପଞ୍ଚମୁଖୀ ନାଗ ଦଣ୍ଡ। ସାଥିରେ ବିରାଟ ତ୍ରିଶୁଳ ଧାରୀ ସାଧୁ। ବୃକ୍ଷରୋପଣର ବାର୍ତ୍ତା ଦିଅନ୍ତି ଓ ପରିବେଶ ଶୁଦ୍ଧ କରିବାକୁ ଯଜ୍ଞ କରନ୍ତି ଏନଭାଇରନମେଣ୍ଟ ବାବା।

ରୁଦ୍ରାକ୍ଷ ବାବାଙ୍କର ତ କଥା ହିଁ ନିଆରା । ଜଟା ଓ ଦେହରେ ୧୧ ହଜାର ରୁଦ୍ରାକ୍ଷ ଧାରଣ କରିଛନ୍ତି ନିରଞ୍ଜନୀ ପଞ୍ଚାୟତ ଆଖଡ଼ାର ବାବା ଦିଗମ୍ବର ଅଜୟ ଗିରି। ସେପଟେ  ନାଗା ବାବା ହାଡ଼ଭଙ୍ଗା ଶୀତରେ ଭୋର୍ ୪ଟାରୁ ଚାଲିଛି ଗାଧୁଆ। କଳସୀ ପରେ କଳସୀ। ରାଜସ୍ଥାନରୁ ଆସିଥିବା ଶମ୍ଭୁ ପଞ୍ଚାୟତି ଅଟଳ ଆଖଡ଼ାର ପ୍ରମୋଦ ଗିରି। ଏବେ ୫୧ କଳସୀ ଜଳରେ ସ୍ନାନ କରୁଥିବା ବେଳେ, ମହାକୁମ୍ଭ ଯେତେ ସରି ଆସିବ, ୟାଙ୍କ କୁମ୍ଭ ସଂଖ୍ୟା ସେତେ ବଢ଼ି ବଢ଼ି ଚାଲିବ। ଆଉ ଜଣେ ବାବା ତ ମାଗଣାରେ ରାବିଡ଼ି ବାଣ୍ଟୁଛନ୍ତି । ତାଙ୍କୁ ଶ୍ରଦ୍ଧାଳୁ ଡାକୁଛନ୍ତି ରାବିଡ଼ି ବାବା ।

Advertisment

ଚଳିତ ମହାକୁମ୍ଭରେ ୧୩ଟି ଆଖଡ଼ାରୁ ୪୦ କୋଟି ସାଧୁସନ୍ଥଙ୍କ ଆଗମନ ଆଶା କରାଯାଉଛି । ତେବେ ସାଧୁସନ୍ଥଙ୍କ ଆଗମନ ବି ଅଜବ ପ୍ରକାରର । କିଏ ଚାଲି ଚାଲି ଆସୁଛି, କିଏ ରଥରେ ଆସୁଛି । କିଏ ଭ୍ୟାନରେ, ପୁଣି କିଏ ରିକ୍ସାରେ। ଦିଲ୍ଲୀରୁ ଆସିଥିବା ଇ-ରିକ୍ସା ବାବାଙ୍କ ୩ଚକିଆ ଉପରେ ଲଦା ହୋଇଛି ତ୍ରିଶୁଳ, ସପ ଓ ଡାକବାଜି। ରିକ୍ସା ତାଙ୍କର ବେଡରୁମ୍, ଏଇଟି ହିଁ କିଚେନ୍। ସେହିପରି ଭ୍ୟାନରେ ଆସିଛନ୍ତି ଚେନ୍ ସିଂ ମହାରାଜ ।

ମହାକୁମ୍ଭରେ ସାମିଲ ହେବାକୁ ବିଦେଶରୁ ବି ଆସିଛନ୍ତି ସାଧୁସନ୍ଥ ଓ ଶ୍ରଦ୍ଧାଳୁ । ଆମେରିକାରୁ ଆସିଛନ୍ତି ମୋକ୍ଷପୁରୀ ବାବା ଓ ଫ୍ରାନ୍ସରୁ ଦୌଡ଼ି ଆସିଛନ୍ତି ପାସ୍କେଲା । ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବିଶ୍ବର ଏହି ସର୍ବବୃହତ ଆଧାତ୍ମିକ ମେଳା ମହାକୁମ୍ଭ ।

ଅଧିକ ପଢନ୍ତୁ: ମହାକୁମ୍ଭରେ ସୃଷ୍ଟି ହେବ ମହାସଂଯୋଗ, ଜାଣନ୍ତୁ ଏହାର ପୌରାଣିକ ମହତ୍ତ୍ୱ ...

Prayagraj Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ