Advertisment

ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ

ନିର୍ଦ୍ଧାରିତ ସମୟର ୧୫ ମିନିଟ ବିଳମ୍ବରେ ଅର୍ଥାତ  ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଛି। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ମହାଶିବରାତ୍ରିରେ ସବୁଆଡେ ଆଧ୍ୟାତ୍ମିକ ପରିବେଶ ।

Lingaraj Temple

Lingaraj Temple

Advertisment

ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ । ମହାଦୀପକୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ । ଓଁ ନମଃ ଶିବାୟରେ ପ୍ରକମ୍ପିତ ଗଗନ ପବନ ।  ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ମହାଦୀପ। ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଶେଷ ପରେ ରାତି ୧୦.୧୫ରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର।

Advertisment

ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶୁକ୍ରମାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୀଠର ମହାଦୀପ ଉଠିଛି। ନିର୍ଦ୍ଧାରିତ ସମୟର ୧୫ ମିନିଟ ବିଳମ୍ବରେ ଅର୍ଥାତ  ରାତି୧୦ଟା ୧୫ ମିନିଟରେ ମହାଦୀପ ଉଠିଛି। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ମହାଶିବରାତ୍ରିରେ ସବୁଆଡେ ଆଧ୍ୟାତ୍ମିକ ପରିବେଶ । 

ସାରା ରାଜ୍ୟରେ ଚଳଚଞ୍ଚଳ ଶୈବପୀଠ । ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଛନ୍ତି ଅଗଣିତ ଭକ୍ତ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତ ମାନେ ମହାଦୀପକୁ ଅପେକ୍ଷା କରିଥିବା ବେଳେ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିଛି । ଆଜି ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ସଂଧ୍ୟା ନଇଁବା ପରେ ଜନ ସମୁଦ୍ର ପାଲଟିଥିଲା ଲିଙ୍ଗରାଜଙ୍କ ପୀଠରେ । ନିର୍ଜଳ ଉପବାସ ରଖିବା ସହ ହଜାର ହଜାର ଭକ୍ତ ଦୀପ ଜାଳି ଶିବଙ୍କ ଉପାସନାରେ ମଗ୍ନ ରହିଥିଲେ । ସମସ୍ତେ ମହାଦୀପ ଉଠିବାକୁ ଅପେକ୍ଷା ବି କରିଥିଲେ ।

Advertisment

ସେହିପରି ପୁରୀ ଲୋକନାଥ ପୀଠରେ ବି ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଧୂପ, ଦୀପ ଓ ନୈବେଦ୍ୟ ଦେଇ ବାବା ଲୋକନାଥଙ୍କ ଆରାଧନା କରିଛନ୍ତି ଶ୍ରଦ୍ଧାଳୁ । ଏଠି ଶିବରାତ୍ରୀ ଅବସରରେ ହରିହର ଭେଟର ଅପୂର୍ବ ପରମ୍ପରା ବି ରହିଛି । ଅନ୍ୟପକ୍ଷରେ ଜାଗରରେ ଭଦ୍ରକର ଆରଡ଼ି ଧାମ ବି ଲୋକାରଣ୍ୟ ହୋଇଉଠିଛି । ଏଠାରେ ଭୋରରେ ମହାଦୀପ ଉଠିବାକୁ ଥିବାରୁ ସେହି ସମୟଙ୍କୁ ଅପେକ୍ଷା କରିଛନ୍ତି ଭକ୍ତବୃନ୍ଦ । 

Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ