Advertisment

Maha Kumbh 2025 World Records: ଗିନିଜ୍ ବିଶ୍ବ ରେକର୍ଡକଲା ପ୍ରୟାଗରାଜ ମହାକୁମ୍ଭ; ସାର୍ଟିଫିକେଟ୍ ପ୍ରଦାନକଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟିମ୍

୭୦ଟି ଦେଶରୁ ୫୦ ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମହାକୁମ୍ଭକୁ ଆସିଥିଲେ । ୧୬ ହଜାର ଟ୍ରେନ୍‌ରେ ପ୍ରାୟ ୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଆସିଥିଲେ । ଆଜି ପ୍ରୟାଗରାଜ ରେଲୱେ ଷ୍ଟେସନକୁ ଯାଇ ସେଠାରେ ରେଳକର୍ମଚାରୀଙ୍କୁ ଭେଟିବା ସହ, ମହାକୁମ୍ଭ ସଫଳତାର ସହ ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଦ୍ୟତନ ହୋଇଛି
Maha Kumbh 2025

Maha Kumbh 2025

Advertisment

ପ୍ରୟାଗରାଜ ମହାକୁମ୍ଭ କେବଳ ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ସମାଗମ ନୁହେଁ, ବିଶ୍ବ ରେକର୍ଡର ବି ଅଧିକାରୀ ହୋଇଛି । ତିନି ତିନିଟି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛି ୨୦୨୫ ମହାକୁମ୍ଭ । ଆଜି ଗିନିଜ୍ ୱାର୍ଲ୍ଡ ରେକର୍ଡର ଟିମ୍ ଏକ ସ୍ବତନ୍ତ୍ର ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଧିବଦ୍ଧ ଭାବେ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ।

Advertisment

ମହାକୁମ୍ଭରେ ୩ଟି କ୍ଷେତ୍ରରେ ବିଶ୍ବ ରେକର୍ଡ ହୋଇଛି । ସବୁଠୁ ଅଧିକ ଲୋକଙ୍କ ଦ୍ବାରା ଏକାଠି ନଦୀର ସଫେଇ ଅଭିଯାନ, ସବୁଠୁ ଅଧିକ ଲୋକଙ୍କ ଦ୍ବାରା ଏକାଠି ଗୋଟିଏ ସ୍ଥାନରେ ସଫେଇ ଏବଂ ୮ ଘଣ୍ଟାରେ ସବୁଠୁ ଅଧିକ ଲୋକଙ୍କ ଦ୍ବାରା ହ୍ୟାଣ୍ଡ୍ ପେଣ୍ଟିଂ ଭଳି ତିନିଟି ରେକର୍ଡ କରିଛି ମହାକୁମ୍ଭ । ସୂଚନା ଅନୁସାରେ, ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ବେଳେ, ପ୍ରୟାଗରାଜର ୩୨୯ଟି ସ୍ଥାନରେ ଗଙ୍ଗା ନଦୀର ସଫେଇ ହୋଇଥିଲା । ୧୯ହଜାର ଲୋକ ଏକାଠି ମହାକୁମ୍ଭରେ ଝାଡ଼ୁ ମାରିଥିଲେ । ଏଥିସହ ରେକର୍ଡ ସୃଷ୍ଟିକାରୀ ହ୍ୟାଣ୍ଡ୍ ପେଣ୍ଟିଂରେ ଏକାଠି ୧୦ ହଜାର ୧୦୨ ଜଣ ଲୋକ ସାମିଲ ହୋଇଥିଲେ ।

ତେବେ କେବଳ ଏତିକି ନୁହେଁ, ମହାକୁମ୍ଭରେ ଆହୁରି ଅନେକ କିର୍ତ୍ତୀମାନ ସ୍ଥାପିତ ହୋଇଛି । ଏଥିରେ ସାମିଲ ହୋଇଥିବା ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ , ଭାରତର ପ୍ରାୟ ଅଧା ଜନସଂଖ୍ୟା । କେବଳ ଭାରତ ଓ ଚୀନ୍ କୁ ବାଦ୍ ଦେଲେ, ବାକି ଯେକୌଣସି ଦେଶର ଜନସଂଖ୍ୟା ଠାରୁ ଅଧିକ ଲୋକ ମହାକୁମ୍ଭରେ ସାମିଲ ହୋଇଥିଲେ ।

Advertisment

୭୦ଟି ଦେଶରୁ ୫୦ ଲକ୍ଷରୁ ଅଧିକ ବିଦେଶୀ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମହାକୁମ୍ଭକୁ ଆସିଥିଲେ । ୧୬ ହଜାର ଟ୍ରେନ୍‌ରେ ପ୍ରାୟ ୫ କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଆସିଥିଲେ । ଆଜି ପ୍ରୟାଗରାଜ ରେଲୱେ ଷ୍ଟେସନକୁ ଯାଇ ସେଠାରେ ରେଳକର୍ମଚାରୀଙ୍କୁ ଭେଟିବା ସହ, ମହାକୁମ୍ଭ ସଫଳତାର ସହ ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥ

ସୂଚନାଯୋଗ୍ୟ ଶେଷ ଦିନ ଅର୍ଥାତ୍ ଜାନୁଆରୀ ୨୬ରେ ଦେଶ ବିଦେଶରୁ ପ୍ରୟାଗରାଜକୁ ଛୁଟିଥିଲା ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଭିଡ । କିଏ ପରିବାର ସହ ସ୍ନାନ କରିଥିଲା ତ କିଏ ସଙ୍ଗମରେ ବୁଡ ପକାଇ ସମ୍ପର୍କୀୟଙ୍କ ପାଇଁ ବୋହି ନେଇଥିଲା ପବିତ୍ର ପାଣି । ମହାକୁମ୍ଭର ଶେଷ ଦିନରେ ବିଭିନ୍ନ ଘାଟରେ ଶାନ୍ତି ଶୃଙ୍ଖଳାର ସହ ବୁଡ଼ ପକାଇଥିଲେ ଦେଢ କୋଟିରୁ ଅଧିକ ଶ୍ରଦ୍ଧାଳୁ ।

Advertisment

ଅଧିକ ପଢ଼ନ୍ତୁ: ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ

Yogi Adityanath Prayagraj Guinness World Record Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ