Advertisment

କଟକରେ ସୁନା-ଚାନ୍ଦି ମେଢ଼, ଭୁବନେଶ୍ୱରରେ ଆକାଶକୁ ଛୁଇଁଲା ଭଳି ତୋରଣ

ଚାରିଆଡ ଲାଇଟ୍ ଗେଟ୍ ଓ ଆକର୍ଷଣୀୟ ସାଜସଜ୍ଜା । ସନ୍ଧ୍ୟା ହେଲେ ବଢୁଛି ଭିଡ଼, ଜାମ୍ ହେଉଛି ରାସ୍ତାଘାଟ ।

ଅଦ୍ୟତନ ହୋଇଛି
Dussehra

Dussehra

Advertisment

ଟ୍ୱିନ୍ ସିଟିରେ ଜମୁଛି ଦଶହରା। ଚାରିଆଡ଼େ ଝଲମଲ ପରିବେଶ। ବିଳମ୍ବିତ ରାତି ଯାଏ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି। କଟକରେ ସୁନା ଚାନ୍ଦିର ମେଢ଼, ଭୁବନେଶ୍ୱରରେ ଆକାଶକୁ ଛୁଇଁଲା ଭଳି ତୋରଣ ମନମୋହୁଛି। କଟକରେ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣର କେନ୍ଦ୍ର ପାଲଟିଛି ମାଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସୁନା, ରୁପା ମେଢ଼। ସୁନା ଓ ଚାନ୍ଦିରେ ଝଟକୁଛନ୍ତି ଦଶଭୂଜା।

Advertisment

ସେହିପରି ଭୁବନେଶ୍ୱରରେ ବେଶ ଆକର୍ଷଣୀୟ ହୋଇଛି ସୁଉଚ୍ଚ ତୋରଣ। ବାହାର ଓ ଭିତର କାରୁକାର୍ଯ୍ୟ ଆଖି ଝଲସିଲା ଭଳି ହୋଇଛି। ବିଭିନ୍ନ ଥିମକୁ ନେଇ ତୋରଣ ନିର୍ମାଣ କରିଛନ୍ତି ପୂଜା କମିଟି। ଯାହା ଦର୍ଶକଙ୍କୁ ବିମୋହିତ କରୁଛି। ତାସାଙ୍ଗକୁ ଲାଇଟ୍ ଗେଟ୍, ଆକର୍ଷଣୀୟ ସାଜସଜ୍ଜା ପୂଜା ବୁଲା ମାହୋଲକୁ ଆଉ ଟିକେ ରଙ୍ଗୀନ କରି ଦେଉଛି। ସନ୍ଧ୍ୟା ହେଲେ ବଢୁଛି ଭିଡ଼। ଜାମ୍ ହୋଇ ଯାଉଛି ରାସ୍ତାଘାଟ। ବିଳମ୍ବିତ ରାତି ଯାଏ ମେଢ଼ ବୁଲୁଛନ୍ତି ଲୋକ। ଦେବୀଙ୍କୁ ଦର୍ଶନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମୀନାବଜାର ବୁଲୁଛନ୍ତି। 

ତେବେ ଦୁର୍ଗତିନାଶିନୀଙ୍କ ଆବାହନରେ ପ୍ରତମ୍ପିତ ହେଉଛି ଗଗନପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ। ଶକ୍ତିପୀଠରେ ଜଗତଜନନୀଙ୍କର ମହାନବମୀ ପୂଜା। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ଶକ୍ତିପୀଠ। ଆଜି ମହାଷ୍ଟମୀରେ ତାରିଣୀ ପୂଜା, ସନ୍ଧିପୂଜା ପରେ ଅଷ୍ଟମୀ ପୂଜା କରାଯିବାର ନୀତି ରହିଛି। ବିଶେଷ କରି ମହିଳାମାନେ ଆଜି ଅଷ୍ଟମୀ ବ୍ରତ ରଖି ମା'ଙ୍କ ପାଖରେ ବ୍ରତ, ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରିଥାଆନ୍ତି। ମାଆଙ୍କ ଆବାହନକୁ ନେଇ ସବୁଠି ଆଧ୍ୟାତ୍ମିକ ପରିବେଶ, ସବୁଠି ଉତ୍ସବର ମାହୋଲ। ଭକ୍ତି ଭାବରେ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

Advertisment

Dussehra Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ