Advertisment

ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ! ପଡ଼ିଲା ବଳି, ରକ୍ତ ରଞ୍ଜିତା ହେଲା ରାଜରାସ୍ତା

ରାଜବାଟି ସ୍ଥିତ ମା' ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ ବିଜୟ ଛତର । ମା'ଙ୍କ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Bhawanipatna Chhatar Jatra

Bhawanipatna Chhatar Jatra

Advertisment

କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପରମ୍ପରା ନାଁରେ ଆଜି ପଡ଼ିଲା ପଶୁ ବଳି। ପୁଣି ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ସହର ରାଜରାସ୍ତା। ଚଳିତବର୍ଷ ବି ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ଲାଗି ଶହ ଶହ ନିରୀହ ପଶୁ ବଳି ଦେଇଛନ୍ତି। ଭବାନୀପାଟଣାର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦାଙ୍କ ଆରାଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି।

Advertisment

ଭୋର ୪ଟା ପରେ ମା’ଙ୍କର ବିଜୟ ଛତର ସହର ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିଛି। ମଧ୍ୟରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦିନ ୧୨ଟା ପୁର୍ବରୁ ରାଜବାଟି ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ। ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଉଛନ୍ତି। ମାଆଙ୍କ ଛତର ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ପୋଲିସ ଫୋର୍ସ। 

ମାଆ ମାଣିକେଶ୍ୱରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩କିମି ଦୂର ଜେନଖଳକୁ ଯାଆନ୍ତି । ମହାଷ୍ଟମୀର ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ । ଏହି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ । ମାଆ ମାଣୀକେଶ୍ୱରୀଙ୍କୁ ଖୁସି କରିବା ପାଇଁ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥାଏ ।ଏହି ପର୍ବକୁ ଦେଖିବା ପାଇଁ ଅସଂଖ୍ୟ ଲୋକଙ୍କର ଭିଡ଼ ଜମିଥାଏ ।

Advertisment
Superstition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ