Advertisment

ରୁପାରେ ଛାଉଣି ହେବ ଶ୍ରୀମନ୍ଦିର ସିଂହଦ୍ୱାର, ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ

୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ଓ ସିସିଟିଭି ନିରୀକ୍ଷଣରେ ହେବ ରୁପା ଛାଉଣି।

Lord Jagannath's Ratna Palanka repair

Lord Jagannath's Ratna Palanka repair

Advertisment

ମରାମତି ହେବ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ତାସହ ମହାପ୍ରଭୁଙ୍କ ପାଇଁ ତିଆରି ହେବ ଆଉ ଏକ ସେଟ୍ ରତ୍ନ ପଲଙ୍କ। ଅନ୍ୟପକ୍ଷରେ ପୁରା ସିଂହଦ୍ୱାରକୁ ରୁପାରେ ଛାଉଣି କରାଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ରଥଯାତ୍ରା ପରଦିନଠରୁ ବାହୁଡ଼ା ପର୍ଯ୍ୟନ୍ତ ୭ ଦିନ ଭିତରେ ଏହି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରୁପା ଛାଉଣୀ ବେଳେ ସିଂହଦ୍ବାର ବଦଳରେ ଉତ୍ତର ଦ୍ୱାର ଦେଇ ପ୍ରବେଶ ବ୍ୟବସ୍ଥା କରାଯିବ।

Advertisment

ରୁପା ଛାଉଣି ହେବ ସିଂହଦ୍ବାର। ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ। ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ୱାରରେ ରୁପା ଛାଉଣି ସରିଥିବା ବେଳେ ଏବେ ସିଂହଦ୍ୱାରକୁ ରୁପାରେ ଆଚ୍ଛାଦିତ କରାଯିବ। ମୁମ୍ବାଇର ଯେଉଁ ଦାତା ପୂର୍ବରୁ ଏଥିପାଇଁ ରୁପା ଦାନ କରିଥିଲେ, ସେହି ଦାତା ସିଂହଦ୍ବାର ପାଇଁ ଆବଶ୍ୟକ ରୁପା ଯୋଗାଇ ଦେବେ ବୋଲି ସହମତି ପ୍ରକାଶ କରିଛନ୍ତି।

ASIଠାରୁ ଅନୁମତି ମିଳିବା ପରେ ରଥଯାତ୍ରା ପରଦିନଠାରୁ କାମ ଆରମ୍ଭ ହୋଇ ବାହୁଡ଼ା ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ଓ ସିସିଟିଭି ନିରୀକ୍ଷଣରେ ହେବ ରୁପା ଛାଉଣି। ଏହି ସମୟରେ ସିଂହଦ୍ବାର ପରିବର୍ତ୍ତେ ଉତ୍ତର ଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା ହେବ। ଆଜି ଶ୍ରୀମନ୍ଦିର କୋର୍ କମିଟି ଓ ପରିଚାଳନା କମିଟି ସଦସ୍ୟମାନେ ଯାଇ ସିଂହଦ୍ୱାର ଅନୁଧ୍ୟାନ କରିଛନ୍ତି। 

Advertisment

ମହାପ୍ରଭୁଙ୍କ ହାତୀଦାନ୍ତ ରତ୍ନ ପଲଙ୍କର ମରାମତି ସହିତ ଆଉ ଏକ ନୂଆ ସେଟ୍ ରତ୍ନ ପଲଙ୍କ ତିଆରି କରିବାକୁ ନିଷ୍ପତ୍ତି ହୋଇଛି। ପୁରୁଣା ରତ୍ନ ପଲଙ୍କ ପରି ନୂଆ ରତ୍ନ ପଲଙ୍କର ଓଜନ ସମାନ ରହିବ। ପଲଙ୍କରେ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ। ପୂର୍ବରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ବାର, ବେହେରଣ, କଳାହାଟ, ମହାଲକ୍ଷ୍ମୀଙ୍କ ଗର୍ଭଦ୍ବାରକୁ ମିଶାଇ ମୋଟ ୮ଟି ଦ୍ବାରକୁ ରୁପାରେ ଛାଉଣି କରାଯାଇଛି।

Jagannath Temple Rath Yatra Singhadwar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ