Puja Mandap
ପୂଜା ପେଣ୍ଡାଲରେ ଭିଡ ଭିତରେ ମାତିଛନ୍ତି ଲୁଟେରା । ଗହଳିର ସୁଯୋଗ ନେଇ ପକେଟ୍ କାଟିବାକୁ ଛକି ବସିଛନ୍ତି ଛୋଟ ଛୋଟ ପିଲା ଲୁଟେରା । ଆଖି ପିଛୁଳାକେ ଉଭାନ ହୋଇଯାଇପାରେ ଆପଣଙ୍କ ସୁନା ଚେନ୍, ପର୍ସ, ମୋବାଇଲ । ତେଣୁ ନିଜ ନିଜ ଜିନିଷ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଉଛି ପୂଜା କମିଟି । ଗତକାଲି ରାଜଧାନୀର ବମିଖାଲ ସମେତ ଅନ୍ୟ ପୂଜା ମଣ୍ଡପରୁ ମାଳ ମାଳ ଲୁଟ୍ ଅଭିଯୋଗ ଆସିବା ପରେ ପୂଜା ଦେଖିବାକୁ ଲୋକଙ୍କ ଭିତରେ ଆଉ ସେହି ଉତ୍ସାହ ନାହିଁ ବରଂ ଅଧିକ ଭୟ ଖେଳିଯାଇଛି ।
ଏପଟେ କମିଶନରେଟ୍ ପୋଲିସ ପଞ୍ଝାରେ ପଡିଛି ବିହାରୀ ଓ ଝାଡଖଣ୍ଡି ଲୁଟେରା ଗ୍ୟାଙ୍ଗ । ପାଖାପାଖି ୨୬ ଜଣ ସଦସ୍ୟ କାବୁ ହୋଇଛନ୍ତି। ତାଙ୍କ ଠାରୁ ଛୁରୀ, ଲୁଟ୍ ମୋବାଇଲ ଓ ଟଙ୍କା ଜବତ ହୋଇଛି। ପୋଲିସ କହିଛି, ସକାଳୁ ରାତି ଯାଏଁ ପୁରା ପରିବାର ଧରି ଏମାନେ ବିଭିନ୍ନ ପୂଜା ମଣ୍ଡପ ବୁଲନ୍ତି। ଆଉ, ଗହଳିର ସୁଯୋଗ ନେଇ ଲୋକଙ୍କଠାରୁ ଝାମ୍ପି ନିଅନ୍ତି ସୁନା ଚେନ୍, ପର୍ସ ଏବଂ ମୋବାଇଲ। ଗ୍ୟାଙ୍ଗରେ ଶହେରୁ ଅଧିକ ସଦସ୍ୟ ଥିବା ବେଳେ ଛୋଟ ଛୋଟ ପିଲା ମଧ୍ୟ ସାମିଲ ଥିବା ପୋଲିସ କହିଛି।
ପୂଜା ସମୟରେ କ୍ରାଇମ ଫ୍ରି ସିଟି କରିବା ନେଇ ପ୍ରତିଶୃତି ଦେଇଥିଲା କମିଶନରେଟ ପୋଲିସ । ହେଲେ ସହରରେ ବଢିଥିବା ଲୁଟତରାଜ, ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698077912.jpg)