/odishatv-khabar/media/post_attachments/uploadimage/library/16_9/16_9_0/Mahanavami_1728700381.jpg)
Mahanavami
ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାନବମୀ ପୂଜା ଆରମ୍ଭ ହୋଇଛି। ସକାଳୁ ସକାଳୁ ଶ୍ରଦ୍ଧାଳୁ ବି ପହଁଚିଗଲେଣି । ସେପଟେ ଶକ୍ତିପୀଠରେ ଚାଲିଛି ମହାମାୟାଙ୍କ ଦଶମୀ ପୂଜା ।
ତେବେ ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୁରା ସହର । କଟକ ସହରର ପ୍ରସିଦ୍ଧ ଦଶହରା ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରୁ ଏଠି ଜମୁଛି ହଜାର ହଜାର ଲୋକଙ୍କ ଭିଡ଼ । ଅଧିକ ସୁନ୍ଦର ହୋଇଛି ଏଲଇଡିରେ କାର୍ଟୁନ ଓ ମୂର୍ତ୍ତି । ଡ୍ରାଗନ୍, ପ୍ରଜାପତି, ମାଛ ଓ ହଂସ ଭଳି ବିଭିନ୍ନ ଲାଇଟ୍ କାର୍ଟୁନ୍ ରେ ଚଳିତବର୍ଷ ଲାଇଟ୍ ଗେଟ୍ ତିଆରି କରିଛନ୍ତି ପୂଜା କମିଟି କର୍ମକର୍ତ୍ତା । ଚହଟା ଛକ, ଖାନନଗର, ରାଣୀହାଟ, କଲେଜ ଛକ, ଯୋବ୍ରା, ବଜ୍ରକବାଟି ଆଦି ସ୍ଥାନରେ ଆକର୍ଷଣୀୟ ଲାଇଟ ଗେଟ୍ ନିର୍ମାଣ ହୋଇଛି। ଆକର୍ଷଣୀୟ ତୋରଣ ସାଂଗକୁ ସୁନା ଚାନ୍ଦି ମେଢ ଦେଖିବାକୁ ଜମୁଛି ଦର୍ଶକଙ୍କ ଭିଡ଼।
ସେହିଭଳି ମହାମାୟାଙ୍କ ଦର୍ଶନ ପାଇଁ ବାଲେଶ୍ୱରର ସବୁ ପୂଜା ମଣ୍ଡପ ଗୁଡିକରେ ଦର୍ଶକଙ୍କ ପ୍ରବଳ ଭିଡ଼। ଚିତ୍ତାକର୍ଷକ ତୋରଣରେ ସୁନ୍ଦର ଅଲୋକ ସାଜସଜା ସାଙ୍ଗକୁ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଭକ୍ତଙ୍କୁ ଆକର୍ଷିତ କରୁଛି ପୂଜା ମଣ୍ଡପକୁ। ବର୍ଷ ତମାମ ବାଲେଶ୍ୱର ବାସୀ ଅପେକ୍ଷା କରିଥାନ୍ତି ମାଆଙ୍କ ଅଗମନଙ୍କୁ।
ରାଜ୍ୟବ୍ୟାପୀ ମାଆଙ୍କ ଆରାଧନା ପାଇଁ କେଉଁଠି କେତେ ଆୟୋଜନ କେତେ ପରମ୍ପରା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ଗଡ଼ରେ ଆଜିକୁ ଦୀର୍ଘ ୫୧୮ ବର୍ଷ ଧରି ଆୟୋଜନ ହୋଇଛି ଦୁର୍ଗାପୂଜା । ଚଳିତ ବର୍ଷ ମଧ୍ୟ ଏଠାରେ ଅନ୍ୟ ବର୍ଷ ପରି ଧୂମଧାମରେ ଆୟୋଜିତ ହୋଇଛି ଦୁର୍ଗାପୂଜା ଉତ୍ସବ। ବଙ୍ଗୀୟ ରୀତିନୀତି ଅନୁସାରେ ଏଠାରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ସାଙ୍ଗକୁ ପୂଜାର୍ଚ୍ଚନା କରାଯାଇଥାଏ । ଲକ୍ଷ୍ମଣନାଥ ଗଡ଼ରେ ଦଶହରା ଯାତ୍ରା ଦେଖିବା ପାଇଁ ସ୍ଥାନୀୟ ବାଲେଶ୍ୱର ଜିଲ୍ଲା ସମେତ ପଡୋଶୀ ପଶ୍ଚିମବଙ୍ଗରୁ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କ ଆଗମନ ହୋଇଥାଏ । ବହୁ ସଂଖ୍ୟାରେ ବ୍ୟବସାୟୀମାନେ ଆସି ଏଠାରେ ବିପଣୀ ଖୋଲୁଥିବା ପ୍ରତ୍ୟକ ବର୍ଷ କିଣାବିକା ମଧ୍ୟ ଭଲ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)