Advertisment

ଶାସ୍ତ୍ରୀଙ୍କୁ ଝୁରୁଛି ସାରା ଦେଶ...ଅଦମ୍ୟ ସାହସ ଓ ଦକ୍ଷତା ପାଇଁ ପରିଚିତ ଥିଲେ

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ଆଜି ଶାସ୍ତ୍ରୀ ଜୟନ୍ତୀ ଅବସରରେ ତାଙ୍କ ଭଳି ଅମାୟିକ ନେତାଙ୍କୁ ଝୁରୁଛି ସାରା ଦେଶ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lal Bahadur Shastri Jayanti 2023

Lal Bahadur Shastri Jayanti 2023

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ । ୧୯୦୪ ମସିହା ଅକ୍ଟୋବର ୨ରେ ଉତ୍ତରପ୍ରଦେଶ ମୁଗଲସରାଇରେ ଶାରଦା ପ୍ରସାଦ ଶ୍ରୀବାସ୍ତବ ଓ ରାମଦୁଲାରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ଶାସ୍ତ୍ରୀଜୀ।

Advertisment

କେନ୍ଦ୍ର ସରକାରରେ ରେଳ ଓ ସ୍ୱରାଷ୍ଟ୍ର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ପରେ ୧୯୬୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ପାକିସ୍ତାନ ବିରୋଧରେ ଯୁଦ୍ଧ ସମୟରେ ସବୁଜ ବିପ୍ଳବକୁ ପ୍ରୋତ୍ସାହିତ କରିବା ପାଇଁ ସେ ଦେଇଥିଲେ ବହୁଖ୍ୟାତ ଜୟ ଯବାନ, ଜୟ କିଷାନର ନାରା।

ଆଜି ଶାସ୍ତ୍ରୀ ଜୟନ୍ତୀ ଅବସରରେ ତାଙ୍କ ଭଳି ଅମାୟିକ ନେତାଙ୍କୁ ଝୁରୁଛି ସାରା ଦେଶ। ଛାତ୍ର ଜୀବନରୁ ହିଁ ସ୍ୱାଧୀନତା ସଂଗ୍ରାମରେ ନିଜକୁ ସେ ଉତ୍ସଗୀକୃତ କରିଥିଲେ । ସଂଘର୍ଷ କରି ଉଚ୍ଚ ଶିକ୍ଷା ଲାଭ କରିଥିବା ଶାସ୍ତ୍ରୀ ସବୁବେଳେ ନିଜ ଅଦମ୍ୟ ସାହସ ଓ ଦକ୍ଷତା ପାଇଁ ପରିଚିତ ଥିଲେ ।

Advertisment

ଲାଲ ବାହାଦୂର ଶାସ୍ତ୍ରୀ ଗାନ୍ଧିଜୀଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ଗାନ୍ଧୀଙ୍କ ସହ ସେ ଅସହଯୋଗ ଆନ୍ଦୋଳନ, ଦାଣ୍ଡି ମାର୍ଚ୍ଚ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶାସ୍ତ୍ରୀଜୀ ଦେଶର ସାର୍ବଭୌମତ୍ୱ ଏବଂ ସୁରକ୍ଷା ଦିଗରେ ଆଦୌ ବୁଝାମଣା କରିନଥିଲେ । 

୧୯୬୫ ମସିହାରେ ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା, ସେତେବେଳେ ତାଙ୍କର ଏହି ବ୍ୟକ୍ତିତ୍ୱ ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଶାସ୍ତ୍ରୀଜୀ ଶତ୍ରୁ ଦେଶକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନାଙ୍କୁ ସମସ୍ତ ସ୍ୱାଧୀନତା ଦେଇଥିଲେ । ଫଳରେ ରଣହୁଙ୍କାର ଦେଇ ପାକିସ୍ତାନୀ ସେନା ସହ ଲଢ଼ି ପରାସ୍ତ କରିଥିଲା ଭାରତୀୟ ବୀର ସେନା ।

Lal Bahadur Shastri
Advertisment
Advertisment