Advertisment

Krushnalila in Rangoli: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରତିଟି ଦୃଶ୍ୟକୁ ରଙ୍ଗୋଲିରେ ସଜାଇଲେ କଳାକାର

ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।

ଅଦ୍ୟତନ ହୋଇଛି
ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା

Advertisment

ଧନୁଯାତ୍ରା ପୂର୍ବରୁ ଧନୁଯାତ୍ରା। ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଗୋଟିଏ ଦିନ ବାକିଥିବା ବେଳେ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ଓ ଜିଲ୍ଲା ବାହାରୁ ୫୦୦ରୁ ଅଧିକ ଛାତ୍ର ଛାତ୍ରୀ ଓ କଳାକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ରଙ୍ଗୋଲି ପ୍ରସ୍ତୁତ କରାଯାଇଛି । ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପ୍ରତିଟି ଦୃଶ୍ୟକୁ ଜୀବନ୍ତ ଭାବେ ପ୍ରତିପାଦିତ କରିଛନ୍ତି କଳାକାର । ସହର ମଧ୍ୟରେ ଏହାକୁ ଦେଖିବାକୁ ଦର୍ଶକଙ୍କ ବେଶ ଭିଡ଼ ଲାଗିଥିଲା । ଧନୁଯାତ୍ରାକୁ ସାମୁହିକ ଭାବରେ ସ୍ବାଗତ କରିବା ନିମନ୍ତେ ପ୍ରଚାର ପ୍ରସାର କମିଟିର ଏଭଳି ପ୍ରୟାସକୁ ସମସ୍ତେ ବେଶ୍ ସ୍ବାଗତ କରାଯାଇଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରାୟ ୫୬ ଟି ଅନୁଷ୍ଠାନ ଏଥିରେ ସାମିଲ ହୋଇଛନ୍ତି l

Advertisment

ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ବୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ, କଂସ, ପୁତନା ବଧ ଓ କଂସଙ୍କ ନଗର ଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର ।

ଆଜି ସକାଳୁ ଏହି ରଙ୍ଗୋଲି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ରଙ୍ଗୋଲିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବେଶ ଉତ୍ସାହ ଦେଖାଯାଇଥିଲା । ଧନୁଯାତ୍ରା ଆରମ୍ଭ ପୂର୍ବରୁ ଧନୁଯାତ୍ରାର ପ୍ରତ୍ୟେକଟି ଦୃଶ୍ୟର ଝଲକ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ରଙ୍ଗୋଲି କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ମାନଙ୍କ ଭିତରେ ଥିବା ପ୍ରତିଭାର ଅନ୍ୱେଷଣ ହୋଇପାରୁଛି । କଳାହାଣ୍ଡି ,ବଲାଙ୍ଗୀର ଓ ଅନ୍ୟ ଜିଲ୍ଲାରୁ କଳାକାର ମାନେ ଆସି ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ଅନ୍ୟପକ୍ଷରେ ଧନୁଯାତ୍ରାକୁ ଆହୁରି ଅଧିକ ଲୋକପ୍ରିୟ କରିବା ସହ ଲୋକଙ୍କୁ ଏହି ଯାତ୍ରା ସହ ଯୋଡ଼ିବା ପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ପ୍ରଚାର ପ୍ରସାର କମିଟିର ଆବାହକ କହିଛନ୍ତି ।

Advertisment

(ରିପୋର୍ଟ- ଧର୍ମଦତ୍ତ,ବରଗଡ଼)

Bargarh Dhanu Yatra Festivals Rangoli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ